Get Updates
Get notified of breaking news, exclusive insights, and must-see stories!

ଦିଲ୍ଲୀ, ପଞ୍ଜାବରେ କିଶୋରଙ୍କୁ ହୃଦରୋଗ ଭୟ, ଜୀବନଶୈଳୀ ପରିବର୍ତ୍ତନ ନେଇ ଡାକ୍ତରଙ୍କ ପରାମର୍ଶ

ପ୍ରତି 10 ଜଣରୁ 9 ଜଣ ହୃଦରୋଗରେ ସମ୍ମୁଖୀନ ହେଉଛନ୍ତି । ନିକଟରେ ଫାଷ୍ଟ ଅଫ ଇଟ୍ସ କାଇଣ୍ଡ ଷ୍ଟଡିରୁ ଏହି ତଥ୍ୟ ସାମ୍ନାକୁ ଆସିଛି ।

ଚଣ୍ଡିଗଡ: ଦେଶରେ ବର୍ତ୍ତମାନ ବିଭିନ୍ନ ଭୂତାଣୁର ଭୟ କମିନଥିବା ବେଳେ ସାମନାକୁ ଆସୁଛି କମ୍ ବୟସରୁ ବିଭିନ୍ନ ପ୍ରକାର ମାରାତ୍ମକ ରୋଗ । ରାଜଧାନୀ ଦିଲ୍ଲୀ ଏବଂ ପଞ୍ଜାବରେ ରହୁଥିବା 5-18 ବର୍ଷର ପିଲାଙ୍କ କ୍ଷେତ୍ରରେ ଦେଖିବାକୁ ମିଳିଛି ନୂଆ ସମସ୍ୟା । ଏଠିକାର ପ୍ରତି 10 ଜଣରୁ 9 ଜଣ ହୃଦରୋଗରେ ସମ୍ମୁଖୀନ ହେଉଛନ୍ତି । ନିକଟରେ ଫାଷ୍ଟ ଅଫ ଇଟ୍ସ କାଇଣ୍ଡ ଷ୍ଟଡିରୁ ଏହି ତଥ୍ୟ ସାମ୍ନାକୁ ଆସିଛି । ହୃଦରୋଗ ବିଶେଷଜ୍ଞ ରଜନିଶ କପୁର 3 ହଜାର 2ଶହ ଜଣ ପିଲାଙ୍କୁ ନେଇ କରିଥିବା ଏକ ଗବେଷଣାରୁ ଏନେଇ ସ୍ପଷ୍ଟ କରିଛନ୍ତି ।

heartattack
ରଜନିଶଙ୍କ କହିବା ଅନୁସାରେ, ପ୍ରତ୍ୟେକ ଅଂଶଗ୍ରହଣକାରୀଙ୍କ ଶରୀରର ମାସ ଇଣ୍ଡେକ୍ସ, ଶାରୀରିକ କାର୍ଯ୍ୟକଳାପ, ଶୋଇବା ସମୟର ପ୍ରତି ଘଣ୍ଟା, ଖାଦ୍ୟପେୟ ଅଭ୍ୟାସ ଏବଂ ନିକୋଟିନ୍ ଏକ୍ସପୋଜର ଆଦିକୁ ଆଧାର କରି ହୃଦ୍‌ରୋଗ ସ୍ବାସ୍ଥ୍ୟର ତର୍ଜମା କରାଯାଇଥିଲା । ଏହାପରେ ସେମାନଙ୍କୁ ଜୀବନଶୈଳୀରେ ପରିବର୍ତ୍ତନ ନେଇ ପରାମର୍ଶ ଦିଆଯାଇଥିବା ନେଇ କହିଛନ୍ତି ରଜନିଶ ।

ଗବେଷଣାରେ ରହିଥିବା କିଶୋର ମାନଙ୍କ ଭିତରୁ 40 ରୁ କମ୍ ସ୍କୋରରେ ଥିବା ରୋଗୀଙ୍କୁ ଜୀବନଶୈଳୀରେ ତୁରନ୍ତ ପରିବର୍ତ୍ତନ ନେଇ ପରାମର୍ଶ ଦିଆଯାଇଥିଲା । 70 ରୁ 100 ମଧ୍ୟରେ ସ୍କୋର ପିଲା ସୁସ୍ଥ ଥିଲାବେଳେ 40 ରୁ 70 ମଧ୍ୟରେ ସ୍କୋର କରୁଥିବା ପିଲାମାନେ ମଧ୍ୟମ ଜୀବନଶୈଳୀ ଆବଶ୍ୟକ କରନ୍ତି ବୋଲି ସେ କହିଛନ୍ତି । ଅଧ୍ୟୟନ ପିଲାସଂଖ୍ୟାର 24 ପ୍ରତିଶତ ହୃଦୟ ସ୍ବାସ୍ଥ୍ୟ ସ୍କୋର 40 ରୁ କମ୍, 68 ପ୍ରତିଶତ 40-70 ସ୍କୋର ପରିସର ମଧ୍ୟରେ ଥିବାବେଳେ କେବଳ ଆଠ ପ୍ରତିଶତ ଲୋକଙ୍କର ଜୀବନଶୈଳୀ ସୁସ୍ଥ ରହିଥିଲା ବୋଲି ବିଶେଷଜ୍ଞ ନିଜର ମତ ରଖିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+