ଆପଣାନ୍ତୁ ଏହି ଘରୋଇ ଉପାୟ, ଘରେ ରହିବେନି ଗୋଟିଏ ବି ମୂଷା!
ଘରେ ଯଦି ଗୋଟେ ବି ମୂଷା ରହିଥାଏ ତେବେ ବହୁତ ଅସୁବିଧା ହେବାକୁ ପଡିଥାଏ । ସବୁ ସମୟରେ ଘରେ ଥିବା ପୋଷାକ ଆଉ ଖାଇବା ଜିନିଷକୁ ଏଣେ ତେଣେ ପକାଇ ହଇରାଣ କରିଥାନ୍ତି ଏହି ମୂଷାମାନେ । ବାରମ୍ବାର ଘର ସଫା ରଖିବା ସତ୍ବେ ଯଦି ମୂଷା ଆପଣଙ୍କ ପାଇଁ ହଇରାଣ ହେବାର ମୂଳ କାରଣ ପାଲଟି ଯାଇଛି, ତେବେ ବର୍ତ୍ତମାନ ଆପଣଙ୍କୁ ଆଉ ହଇରାଣ ହେବାକୁ ପଡିବ ନାହିଁ । କାରଣ ଆଜି ଆମେ ଆପଣଙ୍କୁ ଏମିତି କିଛି ଘରୋଇ ଉପାୟ ଜଣାଇବାକୁ ଚାହୁଁଛୁ ଯାହା ଆପଣ ଆପଣାଇ ଏହି ମୂଷା ମାନଙ୍କର ପ୍ରାଦୁର୍ଭାବରୁ ରକ୍ଷା ପାଇ ପାରିବେ...
ପିଆଜ
ଆପଣ ପ୍ରାୟ ଜାଣିଥିବେ ମୂଷାମାନେ ପିଆଜର ଗନ୍ଧକୁ ଜମାରୁ ସହିପାରିନଥାନ୍ତି । ଯେଉଁ ସ୍ଥାନରେ ପିଆଜ ରଖାଯାଇଥାଏ ସେମାନେ ଏହି ସ୍ଥାନରୁ ବହୁ ଦୂରକୁ ଚାଲିଯାଇଥାନ୍ତି । ତେଣୁ ଯେଉଁ ସ୍ଥାନରେ ମୂଷାମାନେ ବେଶି ଦେଖାଯାଉଛନ୍ତି ତେବେ ସେହି ସ୍ଥାନରେ କିଛି କଟା ପିଆଜ ରଖିଦିଅନ୍ତୁ । ଦେଖିବେ କିଛି ଦିନ ଏହି ପରି କରିବା ପରେ ଆପଣଙ୍କ ଘରୁ ମୂଷାମାନେ କୁଆଡେ ଚାଲିଯିବେ ।

ପୁଦିନା ପତ୍ର
ପୁଦିନା ପତ୍ରର ବାସ୍ନା ମୂଷା ମାନଙ୍କୁ ବହୁତ ଖରାପ ଲାଗିଥାଏ । ଘରୁ ମୂଷାମାନଙ୍କୁ ସଫା କରିବା ପାଇଁ କିଛି ପୁଦିନା ପତ୍ରକୁ ଏକ ପେପରରେ ଗୁଡାଇ ରଖି ମୂଷା ହେଉଥିବା ସ୍ଥାନରେ ରଖିଦିଅନ୍ତୁ । ଏହାଛଡା ଆପଣ ପୁଦିନା ପତ୍ରକୁ ବାଟିକି ଏହାର ରସକୁ ଘରର କବାଟ ଏବଂ ଝରକାରେ ଲଗାଇ ଦିଅନ୍ତୁ । ଦେଖିବେ ଏହିପରି କରିବା ଦ୍ବାରା ଘରକୁ ମୂଷାମାନେ ଆଉ ଆସିବେନାହିଁ ।
ତେଜ ପତ୍ର
ଖାଇବାର ସ୍ବାଦ ବଢାଇବାରେ ତେଜ ପତ୍ର ର ଭୂମିକା ବହୁତ ରଖିଥିବାବେଳେ ମୂଷା ମାନଙ୍କର ଏହି ପତ୍ରର ବାସ୍ନା ହେଉଛି ଶତ୍ରୁ । ଏହାର ବାସ୍ନା ଦ୍ବାରା ମୂଷା ମାନେ ଉକ୍ତ ସ୍ଥାନ ଛାଡି ପଳାଇଥାନ୍ତି ।
ପେଚା ପର
ମୂଷାମାନଙ୍କୁ ଘରଠାରୁ ଦୂରକୁ ପଠାଇବା ପାଇଁ ପେଚାର ପର ବହୁତ ପ୍ରଭାବ ପକାଇଥାଏ । ପେଚାର ପରକୁ ଦେଖିବା ମାତ୍ରେ ବହୁତ ଡରି ଯାଇଥାନ୍ତି ମୂଷାମାନେ ।
-
ଯୁଦ୍ଧ ଭିତରେ ଇରାନ ସହ କଥା ହେଲା ଭାରତ, ଜାଣନ୍ତୁ କଣ ହେଲା ଆଲୋଚନା -
ହରିଶ ରାଣାଙ୍କୁ ମିଳିଲା ଇଚ୍ଛାମୃତ୍ୟୁ -
ଇରାନ ପାଇଁ ଆମେରିକା ଋଷ ମୁହାଁମୁହିଁ , ଋଷକୁ ବଡ ଚେତାବନୀ ଦେଲେ ଆମେରିକା -
ସଞ୍ଜୁ ସାମସନ ହୋଇପାରନ୍ତି ପରବର୍ତ୍ତୀ ଟି୨୦ ଅଧିନାୟକ -
ବାଚସ୍ପତିଙ୍କ ବିପକ୍ଷରେ ବିରୋଧୀଙ୍କ ଅବିଶ୍ୱାସ ପ୍ରସ୍ତାବ ଖାରଜ -
ଦିଲ୍ଲୀ ଏମ୍ସରେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅସ୍ତ୍ରୋପଚାର ସଫଳ, ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ଏମ୍ସ ପକ୍ଷରୁ ସୂଚନା -
ବର୍ଷା ପାଇଁ ୪ ଜିଲ୍ଲାକୁ ଆଲର୍ଟ ଜାରି, ଆସନ୍ତା ୨୪ ଘଣ୍ଟାରେ... -
୬୯ ମଣ୍ଡି ନୋଡାଲ ଅଫିସର୍ଙ୍କ ମାର୍ଚ୍ଚ ମାସ ଦରମା ବନ୍ଦ, ଦରମା ବନ୍ଦ କଲେ ଜିଲ୍ଲାପାଳ -
ରାଜ୍ୟରେ ରନ୍ଧନ ଗ୍ୟାସ ସଙ୍କଟ, ଠିକ୍ ସମୟରେ ଆସୁନି ଗ୍ୟାସ୍ ସିଲିଣ୍ଡର -
ରାଜ୍ୟର ଏହି ୪ ଜିଲ୍ଲାରେ ଖୋଲିବ ଚାଉଳ ATM, ସୂଚନା ଦେଲେ ମନ୍ତ୍ରୀ -
୪ ଜିଲ୍ଲାରେ କାଳବେଶାଖୀ ସମ୍ଭାବନା -
IPL 2026: ଏହି ଦିନ ଘୋଷଣା ହେଵ କାର୍ଯ୍ୟସୂଚୀ !












Click it and Unblock the Notifications