ଏ ସବୁ ରୋଗରୁ ମୁକ୍ତି ଦେବ ତୁଳସୀ ପତ୍ର!
ସମସ୍ତଙ୍କ ଘର ଅଗଣାରେ ତୁଳସୀ ଚଉରା ରହିଥାଏ। ହିନ୍ଦୁ ଧର୍ମୀୟ ଭାବନା ସହ ଯୋଡ଼ି ହୋଇଥିବା ଏହି ତୁଳସୀ ହେଉଛି ଉପକାରୀ ଗଛ। ତୁଳସୀ ପତ୍ରରେ ଭରି ରହିଛି ଔଷଧୀୟ ଗୁଣ। ଆର୍ୟୁବେଦିକ ଚିକିତ୍ସାରେ ଏହାର ଗୁରୁତ୍ୱ ଅନେକ। ଅନେକ ରୋଗର ଉପଚାର ଏହି ତୁଳସୀ ପତ୍ର ମାଧ୍ୟମରେ ହୋଇପାରିଥାଏ। ଆସନ୍ତୁ ଜାଣିବା ତୁଳସୀର ଔଷଧୀୟ ଗୁଣ ସଂପର୍କରେ।
୧- ଲିଭର ସମ୍ବନ୍ଧୀୟ ସମସ୍ୟାରୁ ରକ୍ଷା ପାଇବା ପାଇଁ ପ୍ରତିଦିନ ସକାଳୁ ଖାଲି ପେଟରେ ୧୦-୧୨ଟି ତୁଳସୀ ପତ୍ରକୁ ଗରମ ପାଣିରେ ଧୋଇ ଖାଲି ପେଟରେ ଖାଆନ୍ତୁ।
୨- ପେଟ ଯନ୍ତ୍ରଣାରୁ ମୁକ୍ତି ପାଇଁ ଗୋଟିଏ ଚାମଚ ତୁଳସୀ ରସକୁ ପାଣିରେ ମିଶାଇ ତାର ପେଷ୍ଟ ପ୍ରସ୍ତୁତ କରନ୍ତୁ। ଏହି ପେଷ୍ଟକୁ ପେଟର ନାଭି ପାଖରେ ଲେପନ କରନ୍ତୁ। ଏମିତି କଲେ ପେଟ ଯନ୍ତ୍ରଣାରୁ ଆରାମ ମିଳିଥାଏ ।

୩- ଦେହରେ ଜ୍ୱର ଥିଲେ ଦୁଇ କପ୍ ପାଣିରେ ଏକ ଚାମଚ ତୁଳସୀ ପତ୍ରର ଗୁଣ୍ଡ ଓ ଏକ ଚାମଚ ଗୁଜୁରାତି ପାଉଡର ମିଶାଇ ଗାଢା କରନ୍ତୁ। ଏହାକୁ ଦିନରେ ଦୁଇରୁ ତିନିଥର ସେବନ କରନ୍ତୁ।
୪ ତୁଳସୀ ଶ୍ୱାସ ସମ୍ବଦ୍ଧୀୟ ସମସ୍ୟା ଦୂର କରିବାରେ ଉପଯୋଗୀ ହୋଇଥାଏ। ମହୁ ,ଅଦା ଓ ତୁଳସୀ କୁ ମିଶ୍ରଣ କରି ପିଇବା ଦ୍ୱାରା ଏହି ସମସ୍ୟାର ମୁକ୍ତି ମିଳିଥାଏ ।
୫ ମୁହଁରେ ହେଉଥିବା ବିଭିନ୍ନ ପ୍ରକାର ସଂକ୍ରମଣ ସମସ୍ୟାରୁ ରକ୍ଷା ପାଇବା ପାଇଁ ତୁଳସୀ ପତ୍ରକୁ ଚୋବାନ୍ତୁ ।
୬ -ଶୁଖିଲା ତୁଳସୀ ପତ୍ର ସହ ସୋରିଷ ତେଲକୁ ମିଶାଇ ଦାନ୍ତ ଘସିଲେ ମୁଖରୁ ଦୁର୍ଗନ୍ଧ ଦୂର ହୋଇଥାଏ ।
୭-ତୁଳସୀ ପତ୍ରକୁ ସୋରିଷ ତେଲରେ ରଷୁଣ ସହ ଫୁଟାଇ ଏହାକୁ ଥଣ୍ଡାକରି କାନରେ ପକାଇଲେ କାନ ଯନ୍ତ୍ରଣା ଦୂର ହୋଇଥାଏ ।












Click it and Unblock the Notifications