ଭୁଲରେ ବି ରାତିରେ ଖାଆନ୍ତୁ ନାହିଁ ଏହି ଫଳ

ଆମର ଖାଦ୍ୟପେୟ ଆମ ସ୍ୱାସ୍ଥ୍ୟ ଉପରେ ସବୁଠୁ ଅଧିକ ପ୍ରଭାବ ପକାଇ ଥାଏ। ଏଥିପାଇଁ ଲୋକେ ନିଜର ଡାଇଟ୍‌କୁ ଅଧିକରୁ ଅଧିକ ସ୍ୱାସ୍ଥ୍ୟକର କରିବା ଉପରେ ଧ୍ୟାନ ଦେଇ ଥାନ୍ତି। ଯଦି କଥା ସ୍ୱାସ୍ଥ୍ୟକର ଡାଇଟ୍‌କୁ ନେଇ ହୋଇଥାଏ , ତ ଫଳର ନାଁ ସବୁଠୁ ଆଗରେ ଆସେ। ପୋଷକ ତତ୍ତ୍ୱରେ ଭରପୂର ଫଳ ଶରୀର ପାଇଁ ଖୁବ୍ ଫଳପ୍ରଦ ହୋଇଥାଏ , କିନ୍ତୁ ଯଦି ଏଗୁଡିକୁ ଆମେ ସଠିକ୍‌ ସମୟରେ ନଖାଇବା ତ, ଏହା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ମଧ୍ୟ ହୋଇପାରେ। ଫଳର ଖାଇବାରେ ଉଚିତ୍‌ ସମୟ ରହିଥାଏ। ଯେମିତି କି କିଛି ଫଳ ଏମିତି ହୋଇଥାଏ , ଯାହାକୁ ରାତିରେ ଭୁଲ୍‌ରେ ବି ଖାଇବା ଉଚିତ୍‌ ନୁହେଁ। ଯଦି ରାତ୍ରି ସମୟରେ ଏହାକୁ ଖାଉଛନ୍ତି ତ ଏହା ସ୍ୱାସ୍ଥ୍ୟ ପାଇଁ କ୍ଷତିକର ହୋପାରେ। ଏଥିରେ ଓଜନ ବଢିବା , ସୁଗାର ସ୍ତର ସ୍ପାଇକ୍‌ ହେବା ଓ ପାଚନ ସମ୍ୱନ୍ଧୀୟ ରୋଗ ଭଳି ସମସ୍ୟା ସାମିଲ ରହିଛି।

ରାତିରେ ଖାଆନ୍ତୁ ନାହିଁ କମଳା - ଭିଟାମିନ୍‌-ସି ଓ ଅନେକ ପୋଷକ ତତ୍ତ୍ୱରେ ଭରପୂର ଥାଏ କମଳା। ଏହା ସ୍ୱାସ୍ଥ୍ୟ ପାଇଁ ଖୁବ୍‌ ଫଳପ୍ରଦ ହୋଇଥାଏ , କିନ୍ତୁ ରାତ୍ରି ସମୟରେ ଏହାକୁ କେବେ ବି ଖାଇବା ଉଚିତ୍‌ ନୁହେଁ। ରାତି ସମୟରେ କମଳା ଖାଇବା ଦ୍ୱାରା ଆପଣଙ୍କ ଶୋଇବାରେ ସମସ୍ୟା ସୃଷ୍ଟି କରିପାରେ। ଏହା ଖୁବ୍‌ ଡିସକନଫର୍ଟର କାରଣ ମଧ୍ୟ ହୋଇ ପାରେ। ରାତିରେ କମଳା ଖାଇବା ଦ୍ୱାରା ଆପଣଙ୍କ ପେଟରେ ଯନ୍ତ୍ରଣା ବା ବ୍ଲୋଟିଂ ଭଳି ସମସ୍ୟା ମଧ୍ୟ ହୋଇପାରେ। ଏଥିରେ ଖୁବ୍‌ ଭଲ ଯେ , ଏହାକୁ ଦିନରେ ହିଁ ଖାଆନ୍ତୁ ।

ପିଜୁଳି ଖାଆନ୍ତୁ ନାହିଁ -

ରାତ୍ରି ସମୟରେ ଆପଣଙ୍କୁ ପିଜୁଳି ଖାଇବାକୁ ଦୂରେଇବା ଉଚିତ୍। ବାସ୍ତବିକତା ଏହା ଯେ, ପିଜୁଳିରେ ପ୍ରଚୁର ପରିମାଣରେ ଫାଇବର ଥାଏ । ଯଦି ଦିନ ସମୟରେ ଏହାକୁ ଖିଆ ଯାଏ ତ ଏହା ୱେଟ୍‌ ଲସ୍‌ରେ ସାହାଯ୍ୟ କରିଥାଏ। କିନ୍ତୁ ଯଦି ଆପଣ ଏହାକୁ ରାତିରେ ଖାଉଛନ୍ତି ତ , ଏହାକୁ ହଜମ ହେବାରେ ଖୁବ୍ ମୁସ୍କିଲ ହୋଇଥାଏ। ବିଶେଷକରି ଯେଉଁ ଲୋକଙ୍କ ପାଚନ ଖରାପ ଥାଏ , ତ ତାଙ୍କୁ ଭୁଲ୍‌ରେ ବି ରାତିରେ ପିଜୁଳି ଖାଇବା ଉଚିତ୍‌ ନୁହେଁ । ଏହା ଭୟଙ୍କର ପେଟ୍‌ ଯନ୍ତ୍ରଣାର କାରଣ ସାଜି ପାରେ।

fruits

ରାତିରେ ଖାଆନ୍ତୁ ନାହିଁ କଦଳୀ -

ସ୍ୱାସ୍ଥ୍ୟ ଓ ସ୍ୱାଦ ମାମଲାରେ କଦଳୀ ସବୁଠୁ ଆଗରେ। ହେଲେ ଏହାକୁ ରାତିରେ ଖାଇବାରେ ପରିତ୍ୟାଗ କରିବା ଉଚିତ୍। କଦଳୀରେ କ୍ୟାଲୋରୀ ପ୍ରଚୁର ମାତ୍ରାରେ ଥାଏ। ଏଥିରେ ଯେବେ ଆପଣ ରାତିରେ ଅଧିକ କଦଳୀ ଖାଇ ଶୋଇଯାନ୍ତି ତ ଏହା ଓଜନ ବଢିବାର ବିପଦ ସାଜିଥାଏ । ଏହା ବ୍ୟତୀତ କଦଳୀ ଖାଇବା ଦ୍ୱାରା ଶରୀରର ତାପମାତ୍ରା ମଧ୍ୟ ବଢିପାରେ ଏବଂ ଏହା ହଜମ ହେବାରେ ମଧ୍ୟ ଖୁବ୍‌ ସମୟ ଲାଗିପାରେ।

ସେଓ ଖାଇବାକୁ ନିବୃତ୍ତ ରୁହନ୍ତୁ -

ପ୍ରତିଦିନ ଗୋଟିଏ ସେଓ ଖାଇବା ସ୍ୱାସ୍ଥ୍ୟ ପାଇଁ ବହୁତ ଅଧିକ ଫଳପ୍ରଦ ହୋଇଥାଏ। ହେଲେ ଏହାର ଭରପୂର ଫାଇଦା ଚାହୁଁ ଥିଲେ , ଏହାର ସେବନ ଦିନରେ ହିଁ କରନ୍ତୁ। ରାତିରେ ସେଓ ଖାଇବା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇ ପାରେ। ଏଥିରେ ପାଚନ ସମ୍ୱନ୍ଧୀୟ ସମସ୍ୟା ଯେମିତି ଏସିଡିଟିର ସମସ୍ୟା ହୋଇପାରେ। ଏଥିରେ ଆପଣଙ୍କର ସ୍ଲିପ୍‌ ସାଇକଲ ମଧ୍ୟ ଡିଷ୍ଟର୍ବ ହୋଇ ପାରେ। ଯେଉଁ ଲୋକଙ୍କର ପେଟ ଅନେକ ସମୟରେ ଖରାପ ରହେ , ତାଙ୍କୁ ତ ଭୁଲରେ ମଧ୍ୟ ରାତିରେ ସେଓ ଖାଇବା ଉଚିତ୍‌ ନୁହେଁ।

ରାତିରେ ସପେଟା ଥାଆନ୍ତୁ ନାହିଁ -

ସ୍ୱାଦ ଓ ଅନେକ ପୋଷକ ତତ୍ତ୍ୱରେ ଭରପୂର ସପେଟା, ଆମର ସ୍ୱାସ୍ଥ୍ୟ ପାଇଁ ବହୁତ ଅଧିକ ଫଳପ୍ରଦ ହୋଇଥାଏ। ଶରୀରର କ୍ଲାନ୍ତ ଦୂର କରିବା ସହ ଏହା ଆଖି ପାଇଁ ମଧ୍ୟ ଖୁବ୍‌ ଫଳପ୍ରଦ ହୋଇଥାଏ। ହେଲେ ସପେଟାକୁ ରାତିରେ ଖାଆନ୍ତୁ ନାହିଁ । ଏଥିରେ ସୁଗାର ମାତ୍ରା ଖୁବ୍‌ ଅଧିକ ରହିଥାଏ , ଏଥିରେ ଆପଣଙ୍କର ବ୍ଲଡ୍‌ ସୁଗାର ସ୍ତର ଖୁବ୍‌ ଜୋରର ବଢି ପାରେ। ଏହା ବ୍ୟତୀତ ରାତିରେ ସପେଟା ଖାଇବା ଦ୍ୱାରା ଆପଣଙ୍କର ସ୍ଲିପ୍ ସାଇକଲ ମଧ୍ୟ ଡିଷ୍ଟର୍ବ ହୋଇ ପାରେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+