Holi 2024: ହୋଲି ଖେଳିବା ପରେ ଏପରି ଛଡାନ୍ତୁ ରଙ୍ଗ
Holi 2024: ଚଳିତ ବର୍ଷ ୨୫ ମାର୍ଚ୍ଚରେ ରଙ୍ଗର ପର୍ବ ହୋଲି ପାଳନ କରାଯିବ । ସମସ୍ତ ଏହି ଉତ୍ସବକୁ ବେଶ ଧୂମଧାମରେ ସେଲିବ୍ରେଟ୍ କରିଥାନ୍ତି । ରଙ୍ଗ ଏହି ଦିନକୁ ସ୍ୱତନ୍ତ୍ର କରିଥାଏ । ରଙ୍ଗ ଲଗାଇ ହୋଲିରେ ପରସ୍ପର ସହ ଯୋଡି ହୁଅନ୍ତି । ହେଲେ ହୋଲି ପରେ ସହଜରେ ଏହି ରଙ୍ଗ ଆମ ଦେହରୁ ଛାଡି ନଥାଏ । ତେବେ ଚାଲନ୍ତୁ ଜାଣିବା ସହଜରେ କିପରି ରଙ୍ଗ ହାତ ଏବଂ ମୁହଁରୁ ଛଡାଇବ ।
ବେସନ ଏବଂ ଲେମ୍ବୁ
ଲେମ୍ବୁ ଏବଂ ବେସନର ଏକ ପେଷ୍ଚ ପ୍ରସ୍ତୁତ କରନ୍ତୁ । ହୋଲି ଖେଳିବା ପରେ ଏହାକୁ ରଙ୍ଗ ଲାଗିଥିବା ସ୍ଥାନରେ ଲଗାଇ କିଛି ସମୟ ରଖନ୍ତୁ । ଶୁଖିଲା ପରେ ଧିରେ ଧିରେ ମସାଜ କରି ଏହାକୁ ଛଡାନ୍ତୁ ଏବଂ ତା'ପରେ ଉଷୁମ ପାଣିରେ ଭଲ ଭାବରେ ଧୋଇ ଦିଅନ୍ତୁ । ଦେଖିବେ ରଙ୍ଗ ଆପେ ଛାଡିଯିବ । ଆପଣ ନେଲପଲିସ୍ ରିମୁଭର୍ ମଧ୍ୟ ରଙ୍ଗ ଛଡାଇବା ପାଇଁ ବ୍ୟବହାର କରିପାରିବେ ।

ହଳଦି ଏବଂ ବେସନ ପେଷ୍ଟ
ରଙ୍ଗରୁ ମୁକ୍ତି ପାଇବା ପାଇଁ କ୍ଷୀର, ବେସନ ଏବଂ ହଳଦୀର ଏକ ପେଷ୍ଚ ପ୍ରସ୍ତୁତ କରନ୍ତୁ । ଏହା ପରେ ଏହି ପେଷ୍ଟକୁ ମୁହଁରେ ଲଗାନ୍ତୁ ଏବଂ ଏହାକୁ କିଛି ସମୟ ଛାଡିଦିଅନ୍ତୁ | ପେଷ୍ଟ ଶୁଖିଯିବା ପରେ ମୁହଁକୁ ପାଣିରେ ଭଲ ଭାବରେ ଧୋଇ ଦିଅନ୍ତୁ । ଏହା ଚେହେରାକୁ ସଫା କରିଥାଏ । ଏହି ପେଷ୍ଟରେ ଆପଣ ମୂଳା ରସ ମଧ୍ୟ ମିଶାଇ ଲଗାଇ ପାରିବେ।
କାକୁଡି ରସ
କାକୁଡି ବ୍ୟବହାର କରି ଆପଣ ଚର୍ମରେ ଥିବା ରଙ୍ଗରୁ ମୁକ୍ତି ପାଇପାରିବେ । ଏଥିପାଇଁ କାକୁଡି ରସ ବାହାର କରି ଅଳ୍ପ ଗୋଲାପ ଜଳ ଏବଂ ଏକ ଚାମଚ ଭିନେଗାର ମିଶାଇ ଏକ ପେଷ୍ଟ ପ୍ରସ୍ତୁତ କରି ନିଅନ୍ତୁ । ଆଲୋଭେରା ମଧ୍ୟ ମିଶାଇ ପାରିବେ । ଏହି ମିଶ୍ରଣକୁ ରଙ୍ଗ ଲାଗିଥିବା ସ୍ଥାନରେ ଲଗାନ୍ତୁ ଏବଂ ଶୁଖିଲା ପର୍ଯ୍ୟନ୍ତ ଛାଡି ଦିଅନ୍ତୁ । ରଙ୍ଗ ଛାଡିବା ସହ ଏହା ଆପଣଙ୍କ ତ୍ୱଚାକୁ ସଫ ରଖିବାରେ ମଧ୍ୟ ସାହାଯ୍ୟ କରିଥାଏ ।
ମଇଦା ଏବଂ ବାଦାମ
ତେଲ ଶରୀରରେ ରଙ୍ଗରୁ ମୁକ୍ତି ପାଇବା ପାଇଁ ଅତି ସହଜ ଉପାୟ । ହେଲେ ରଙ୍ଗ ଖେଳିବା ପୂର୍ବରୁ ଆପଣ ଶରୀରରେ ଭଲ ଭାବେ ତେଲ ଲଗାଇ ନିଅନ୍ତୁ, ଏପରି କରିବା ଦ୍ୱାରା ରଙ୍ଗ ଆପଣଙ୍କ ତ୍ୱଚାରୁ ଅତି ସହଜରେ ଛାଡି ଯାଇଥାଏ । ଯଦି ଆପଣ ତେଲ ଲଗାଇବା ପାଇଁ ଭୁଲି ଯାଇଛନ୍ତି ତେବେ ରଙ୍ଗ ଖେଳିବା ପରେ ଚର୍ମରେ ମଇଦା ଏବଂ ବାଦାମ ତେଲରେ ପ୍ରସ୍ତୁତ ଏକ ପେଷ୍ଟ ଲଗାଇ ରଙ୍ଗ ସଫା କରିପାରିବେ ।












Click it and Unblock the Notifications