ଆପଣ ପର୍ବ ପର୍ବାଣୀରେ ଅଧିକ ଖାଇଦେଉଛନ୍ତି କି? ତେବେ ଜାଣନ୍ତୁ ଆପଣ କିପରି ନିଜକୁ ରଖିବେ ହାଇଡ୍ରେଟ

ପର୍ବପର୍ବାଣି ଆସିଲେ ପ୍ରଥମେ ମନକୁ ଆସେ ପିଠାପଣା, ବିଭିନ୍ନ ରକମର ମିଠା ଓ ଅନ୍ୟ ସ୍ୱାଦିଷ୍ଟ ଖାଇବା । ପର୍ବପର୍ବାଣିକୁ ଆହୁରି ଖୁସିମୟ କରିବା ପାଇଁ ଘରେ ଘରେ ବିଭିନ୍ନ ପ୍ରକାରର ପିଠାପଣା, ମିଠା ପ୍ରସ୍ତୁତ କରାଯାଏ । ଆନନ୍ଦ ଉଲ୍ଲାସର ସହ ପରିବାରର ସମସ୍ତେ ମିଳିମିଶି ଖାଇବା ସହ ପାର୍ବଣର ଖୁସି ମନାଇଥାନ୍ତି । ତେବେ ପାର୍ବଣ ସମୟରେ ଆପଣ ଦୈନନ୍ଦିନ ଅପେକ୍ଷା ଟିକେ ଅଧିକା କ୍ୟାଲୋରି ଯୁକ୍ତ ଖାଇବା ଖାଇଥାନ୍ତି, ଯାହାକି ଆପଣଙ୍କ ସ୍ୱାସ୍ଥ୍ୟ ପ୍ରତି କ୍ଷତିକାରକ ବୋଲି ଆପଣ ଅନୁଭବ କରିଥାଇପାରନ୍ତି ।

ପାର୍ବଣ ପରେ କିପରି ରଖିବେ ନିଜ ସ୍ୱାସ୍ଥ୍ୟର ଧ୍ୟାନ

୧. ଖାଇବା ପରେ ପ୍ରଚୁର ପରିମାଣରେ ପାଣି ପିଅନ୍ତୁ । ପାଣି ଆପଣଙ୍କ ପାଚକ ଶକ୍ତିକୁ ବଢ଼ାଇଥାଏ । ତେଣୁ ଖାଇବା ପରେ ପାଣି ପିଇବାକୁ ଭୁଲିବେ ନାହିଁ ।

୨. ଖାଇବା ପରେ ପ୍ରାୟ ଅନେକ ଲୋକଙ୍କର ଗ୍ୟାସ ସମସ୍ୟା ଦେଖାଦେଇଥାଏ । ଏହି ଗ୍ୟାସ ସମସ୍ୟା ପାଇଁ ସବୁଠୁ ଉପକାରୀ ହେଉଛି ଲେମ୍ବୁ ପାଣି । ନଖ ଉଷୁମ ପାଣିରେ ଲେମ୍ବୁ ଚିପୁଡ଼ି ଅଳ୍ପ ଲୁଣ ପକାଇ ପିଇଲେ ଆପଣ ଗ୍ୟାସ ସମସ୍ୟାରୁ ମୁକ୍ତି ପାଇପାରିବେ ।

5 Simple Ways to Stay Hydrated

୩. ପାଚିଲା କଦଳୀ ଆପଣଙ୍କ ପେଟ ପାଇଁ ଖୁବ ଉପକାରୀ । ଗ୍ୟାସ ସମସ୍ୟା ହେଉ କିମ୍ବା ଏସିଡିଟି, ପାଚିଲା କଦଳୀ ଆପଣଙ୍କ ପେଟକୁ ଥଣ୍ଡା ରଖିବା ସହ ହଜମ ପ୍ରକ୍ରିୟାରେ ସାହାଯ୍ୟ କରିଥାଏ ।

୪. ପଗଡ଼ ଲୁଣ ଆପଣଙ୍କ ଶରୀରକୁ ଡିହାଇଡ୍ରେଡ କରିବାରେ ସାହାଯ୍ୟ କରିଥାଏ । ଏହି ଲୁଣରେ ମାଗନେସିୟମ ଅଧିକ ପରିମାଣରେ ଥାଏ । ଏହା ଆପଣଙ୍କ ଶରୀରରୁ ମାତ୍ରାଧିକ ଗ୍ୟାସକୁ ହ୍ରାସ କରିବାରେ ସାହାଯ୍ୟ କରେ ।

୫. ନିଜ ସ୍ୱାସ୍ଥ୍ୟର ଯତ୍ନ ନିଜ ହାତରେ ଥାଏ । ଆପଣଙ୍କ ଶରୀର ଯେତିକି ଖାଦ୍ୟ ଗ୍ରହଣ କରିପାରିବ ସେତିକି ଖାଆନ୍ତୁ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+