ଅଧିକ ଚା' ପିଇଲେ ଶରୀରରେ ହୋଇପାରେ ଅନେକ ସମସ୍ୟା
ଭୁବନେଶ୍ୱର: ଚା ପିଇବାକୁ ନେଇ ଭାରତରେ ଦୁଇ ପ୍ରକାର ଲୋକ ଦେଖୁବାକୁ ମିଳନ୍ତି । ସକାଳେ ସନ୍ଧ୍ୟାରେ ଯେପରି କିଛି ଲୋକ ସଉକରେ ଜଳଖିଆ ସହିତ ଚା ପିଅନ୍ତି । ସେହିପରି ଅନ୍ୟ କିଛି ଲୋକ ଚା ପିଇବାକୁ ବହୁତ ଭଲ ପାଆନ୍ତି, ସେମାନେ ଦିନରେ ଅନେକ ଥର ଚା ପିଅନ୍ତି । କେତେବେଳେ ଖବର କାଗଜ ପଢ଼ିବା ସମୟରେ ତ ଆଉ କେତେବଳେ ଖାଇବା ପରେ ତ ଏପରିବି ମନ ଖରାପ ଥିଲେ ମଧ୍ୟ ସେମାନେ ଚା ପିଅନ୍ତି ।
କିନ୍ତୁ ଅଧିକ ଚା ପିଉଥିବା ଲୋକମାନଙ୍କୁ ବୁଝିବା ଦରକାର ଯେ ସୀମିତ ମାତ୍ରାରେ ଚା ପିଇବା ସାସ୍ଥ୍ୟ ପାଇଁ ଲାଭ ଦାୟକ । ଗୋଟିଏ କପ୍ ଚା ମାନସିକ ଚାପ ବା ଚିନ୍ତାକୁ ତୁରନ୍ତ କମ୍ କରିଥାଏ । କିନ୍ତୁ ଯଦି ଆପଣ ଗୋଟିଏ ଦିନରେ ୫-୭ କପ୍ ବା ତା ଠାରୁ ଅଧିକ ଚା ପିଉଛନ୍ତି ତାହେଲେ ଏହା ଆପଣଙ୍କ ହଜମ ଶକ୍ତିକୁ ପ୍ରଭାବିତ କରିବା ସହିତ ସାସ୍ଥ୍ୟ ପାଇଁ ବହୁତ କ୍ଷତିକାରକ ହୋଇ ପାରେ ।
ସାସ୍ଥ୍ୟ ସମସ୍ୟା ହେବା ପରେ ଯଦି ଆପଣ ଅଧିକ ଚା ପିଇବା ଅଭ୍ୟାସକୁ ଛାଡ଼ିପାରୁ ନାହାନ୍ତି ତାହେଲେ ଏହାକୁ ଚା ନିଶା ବୋଲି କୁହାଯାଏ । ଯଦି ଆପଣ ଅଧିକ ଚା ପିଇବା ଅଭ୍ୟାସ ଛାଡ଼ିବା ପାଇଁ ଚାହୁଁଛନ୍ତି ତାହେଲେ ଏହି ପାଞ୍ଚଟି ଉପାୟ ଆପଣଙ୍କୁ ବହୁତ ସାହାଜ୍ୟ କରିବ । ତାହେଲେ ଆସନ୍ତୁ ଜାଣିବା କଣ କଣ ଏହି ପାଞ୍ଚଟି ଉପାୟ
୧. ଆପଣଙ୍କ ଚା ପିଇବାକୁ ଧରେ ଧୂରେ ଗୋଟିଏ କପ୍ କମ୍ କରନ୍ତୁ । ଏହା ସମ୍ପୂର୍ଣ ଆପଣଙ୍କ ଉପରେ ନିର୍ଭର କରିଥାଏ କି ଆପଣ ପ୍ରତିଦିନ କେତେ କପ୍ ଚା ପିଅନ୍ତି । ଉଦାହରଣ ସରୂପ ଯଦି ଆପଣ ପ୍ରତିଦିନ ୭ରୁ୮ କପ୍ ଚା ପିଉଛନ୍ତି ତାହେଲେ ପ୍ରତିଦିନ ଆପଣ ଗୋଟିଏ କପ୍ କମ୍ ଚା ପିଅନ୍ତୁ । ଗୋଟିଏ ଥରରେ ଗୋଟିଏ ଲେଖାଏଁ କପ୍ କମ୍ ଚା ପିଅନ୍ତୁ ଏପରି କିଛି ଦିନ ପର୍ଯ୍ୟନ୍ତ ପାଳନ କରନ୍ତୁ । ପରେ ଦେଖୁବେ ଆପଣଙ୍କର ଏହି ଅଭ୍ୟାସ ଆସ୍ତେ ଆସ୍ତେ କମ୍ ହୋଇଯିବ ।
୨. ଅଧୁକ ଚା ପିଇବାର ଅଭ୍ୟାସରୁ ଦୂରେଇବା ପାଇଁ ସବୁଠାରୁ ଭଲ ଉପାୟ ହେଉଛି ଆପଣ ଚା କରିବା ସମୟରେ ଏଥରେ ଅଳ୍ପ ଚା ପତି ପକାନ୍ତୁ । ଏହା ଆପଣଙ୍କ ଅଧିକ ଚା ପିଇବାର ଅଭ୍ୟାସକୁ କମାଇଦେବ ।

୩. ଆପଣ ସାଧାରଣ ଚା ପିଇବା ଅପେକ୍ଷା ଗ୍ରୀନ୍ ଟି, କେମୋମାଇଲ ଟି ବା ହର୍ବାଲ ଚା ପିଅନ୍ତୁ । ଏହା ଆପଣଙ୍କ ଅଧିକ ଚା ପିଇବାର ଅଭ୍ୟାସକୁ କମେଇବ ଓ ଏହା ସହିତ ଚା ନିଶାକୁ ଧରେ ଧୂରେ କମାଇବାରେ ସାହାଜ୍ୟ କରିବ । ଏହା ଛଡ଼ା ଚା'ର ଏହି ଅପ୍ସନ ସାଦିଷ୍ଟ ଓ ସାସ୍ଥ୍ୟକର ମଧ୍ୟ ହୋଇଥାଏ ।
୪. ଏହି ଖରାପ ଅଭ୍ୟାସରୁ ଦୂରେଇବା ପାଇଁ ଯେତେବେଳେ ଆପଣଙ୍କ ଚା ପିଇବା ପାଇଁ ଇଚ୍ଛା ହେଉଛି ସେହି ସମୟରେ ଆପଣ ଫଳରସ ପିଅନ୍ତୁ । ଏହାଦ୍ୱାରା ଆପଣଙ୍କ ପାଚନତନ୍ତ୍ର ସଫା ରହିବା ସହିତ ଆପଣ ସୁସ୍ଥ ରହିବେ । ଏହି କାରଣରୁ ଆପଣଙ୍କ ମନୋଭାବ ମଧ୍ୟ ପରିବର୍ତ୍ତନ ହୋଇଯିବ ।
୫. କୌଣସି ଡିଟକୁ ଡ୍ରିଙ୍କକୁ ଆପଣଙ୍କ ଖାଦ୍ୟାଭ୍ୟାସରେ ସାମିଲ କରନ୍ତୁ, ଯାହାକୁ ଆପଣ ଦିନ ସାରା ପିଇ ପାରିବେ । ଏହା ଦ୍ୱାରା ଆପଣଙ୍କ ଶରୀରରେ ଥିବା ବିଷାକ୍ତ ପଦାର୍ଥ ନିଷ୍କାସିତ ହେବା ସହିତ ଅଧିକ ପିଇବାର ଅଭ୍ୟାସରୁ ମଧ୍ଯ ମୁକ୍ତି ମିଳିବ । ଏହାଛଡ଼ା ଏହି ପାନୀୟ ଆପଣଙ୍କ ଶରୀରରେ ଜଳୀୟ ଅଂଶ ସନ୍ତୁଳିତ ଅବସ୍ଥାରେ ରଖିବାରେ ସାହାଜ୍ୟ କରିବ ।
-
ପିଆଜ ଖାଇବା ଦ୍ୱାରା ମିଳିଥାଏ ଚମତ୍କାର ଫାଇଦା, ଜାଣିଲେ ଆପଣ ବି ହେବେ ଆଶ୍ଚର୍ଯ୍ୟ -
ସୁନାମିରେ ଛାରଖାର୍ ହୋଇଯିବ ଜାପାନ, ଭୟରେ ଥରିଲେଣି ଲୋକେ -
IPS ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କୁ ରଥଯାତ୍ରା ଦାୟିତ୍ୱ -
କ୍ଷେପଣାସ୍ତ୍ର ମାଡ଼ରେ ଗୋଡ଼ ହରାଇଲେ ଇରାନର ନୂଆ ସୁପ୍ରିମ ଲିଡର୍ -
ଇରାନ ରାଷ୍ଟ୍ରପତିଙ୍କ ସହ କଥା ହେଲେ ମୋଦି, କହିଦେଲେ.. -
ଯୁଦ୍ଧ ବନ୍ଦ ପାଇଁ ଆମେରିକା ଆଗରେ ଏହି ୩ ସର୍ତ୍ତ ରଖିଲା ଇରାନ -
ଟିଏମସି ପ୍ରତିନିଧିଙ୍କୁ ସମୟ ଦେଲେନି ରାଷ୍ଟ୍ରପତି -
ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବିରୋଧରେ ଥାନାରେ ଏତଲା -
ପୁଣି ଖସିଲା ସୁନା-ରୂପା ରେଟ୍ -
ଆସନ୍ତା ୧୫ରୁ ରାଜ୍ୟରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା! -
ଫାରୁକ୍ ଅବ୍ଦୁଲ୍ଲାଙ୍କ ବିରୋଧରେ ଜାମିନ ବିହୀନ ଗିରଫ ପରୱାନା -
ଆସନ୍ତା ଶିକ୍ଷା ବର୍ଷରୁ ତୃତୀୟରୁ ଅଷ୍ଟମ ଶ୍ରେଣୀ ପିଲାଙ୍କୁ ମିଳିବ ଶାରୀରିକ ଶିକ୍ଷା











Click it and Unblock the Notifications