୫ଟି ପ୍ରାକୃତିକ ହେଲଥ ଟିପ୍ସ : ଯାହା ଆମକୁ ଜୀବନ ସାରା ରଖିବ ସୁସ୍ଥ ଓ ନିରୋଗୀ ସ୍ୱାସ୍ଥ୍ୟ

ଆଜିର ବିଜ୍ଞାନ ଯୁଗରେ ମଧ୍ୟ ଲୋକେ ଯୌଗିକ ବିଜ୍ଞାନ କୁ ଆପଣାଉଛନ୍ତି, ସ୍ୱାସ୍ଥ୍ୟ ବିଶେଷଜ୍ଞ ଙ୍କ ମତରେ ବର୍ତମାନ ସମୟ ରେ ଆମେମାନେ ଅଧିକରୁ ଅଧିକ ରୋଗରେ ପୀଡିତ ହେଉଚୁ, ଏବଂ ସେଥିପାଇଁ ଅଧିକରୁ ଅଧିକ ଔଷଧ ସେବନ କରୁଛୁ l ଯାହାରକି ଖୁବ ପାର୍ଶ୍ୱ ପ୍ରତିକ୍ରିୟା ମଧ୍ୟ ଭବିଷ୍ୟତ ରେ ଦେଖାଦେଉଛି l ସେଥିପାଇଁ ସଦଗୁରୁ ଙ୍କ କିଛିଟା ହେଲଥ ଟିପ୍ସ କୁ ନିଜର ଜୀବନ ଚର୍ଯ୍ୟା ରେ ନିହାତି ସାମିଲ କରିବା ଜରୁରୀ l

- ତମ୍ବା ପାତ୍ରରେ ପାଣି ସେବନ କରନ୍ତୁ -
ତମ୍ବାରେ ବ୍ୟାକ୍ଟେରିଆ ନାଶକ ଗୁଣ ରହିଛି, ଯାହାକି ମେଡିକାଲ ସାଇନ୍ସ ରେ କୁହାଯାଇଛି l ଯଦି ଆପଣ ନିୟମିତ ଭାବରେ ତମ୍ବା ପାତ୍ରରେ ୪ ଘଣ୍ଟା ପାଣି ରଖି ସେବନ କରିବେ ତେବେ ତମ୍ବାର ଗୁଣ ଆପଣଙ୍କ ଶରୀରକୁ ଯିବ l ଏହି ଗୁଣ ଆପଣଙ୍କ ଶରୀରରେ ଶକ୍ତି ଓ ସ୍ଫୁର୍ତ୍ତି ଜାଗ୍ରତ କରିବା ସହିତ ଲିଭର କୁ ସୁସ୍ଥ ରଖିବ l ଯଦି ଏହି ପାଣି ଆପଣଙ୍କ ନିକଟରେ ପ୍ଲାଷ୍ଟିକ ଓ ଲୁହା ପାଇପ ଜରିଆରେ ପହଂଚିଛି ତେବେ ଏହାକୁ ତମ୍ବା ପାତ୍ରରେ ରଖି ସେବନ କରିବା ଦ୍ୱାରା ଏହା ଜୀବାଣୁ ରହିତ ହୋଇଯିବ ଏବଂ ଆପଣଙ୍କୁ ନିରୋଗୀ ରଖିବ l

5 Natural Health

- ଶରୀର କୁ ନିଦ୍ରା ନୁହେଁ ଆରାମ ଦିଅନ୍ତୁ -
ଆପଣ କେଉଁ ସମୟରେ ଶୋଇବାକୁ ଯାଉଛନ୍ତି ଏହା ଆପଣଙ୍କ ଲାଇଫ ଷ୍ଟାଇଲ ଉପରେ ନିର୍ଭର କରୁଛି, କିନ୍ତୁ ଏହା ଗୁରୁତ୍ୱପୂର୍ଣ ଅଟେ ଯେ ଆପଣଙ୍କୁ କେତେ ଘଣ୍ଟା ନିଦ ର ଆବଶ୍ୟକତା ରହିଛି l ଯଦି ଜଣେ ବ୍ୟକ୍ତି ଦିନରେ ୮ ଘଣ୍ଟା ଶୋଇବା ପରେ ମଧ୍ୟ ଚିନ୍ତାରେ ରହୁଛି ତେବେ ଏହା ଗୋଟିଏ ସୁସ୍ଥ ନିଦ୍ରା ନୁହେଁ l ଯଦି ସେ ଚିନ୍ତାମୁକ୍ତ ନିଦ୍ରା ମାତ୍ର ୩ଘଣ୍ଟା କରୁଛି ତେବେ ଏହା ତା ଶରୀର ପାଇଁ ଖୁବ ଲାଭ ଦାୟକ l

- ୨ ସପ୍ତାହରେ ଗୋଟିଏ ଦିନ ଉପବାସ କରନ୍ତୁ -
ଗୋଟିଏ ସୁସ୍ଥ ଶରୀର ପାଇଁ ଖାଦ୍ୟର ଯେତିକି ଆବଶ୍ୟକତା ରହିଛି, ଉପବାସ ର ମଧ୍ୟ ସେତିକି ଆବଶ୍ୟକତା ରହିଛି l ଆମ ଶରୀରରେ ପ୍ରାକୃତିକ ଚକ୍ର ସହିତ ଜଡିତ ଅଟେ, ଯାହାକୁ ମଣ୍ଡଳ କୁହାଯାଇ ଥାଏ l ମଣ୍ଡଳର ଅର୍ଥ ୪୦ ରୁ ୪୮ ଦିନ ମଧ୍ୟରେ ଶରୀର ଗୋଟିଏ ବିଶେଷ ଚକ୍ର ଦ୍ୱାରା ଦେଇ ଯାଇଥାଏ l ପ୍ରତ୍ୟେକ ଚକ୍ରରେ ୩ଦିନ ଏଭଳି ରହିଥାଏ ଯେଉଁ ସମୟରେ ଆମ ଶରୀରକୁ ଭୋଜନ ର ଆବଶ୍ୟକତା ନଥାଏ l ଯଦି ଆମେ ନିଜ ଶରୀରକୁ ନେଇ ସଜାଗ ଥିବା ତେବେ ଏହା ଜାଣି ପାରିବା l ତେଣୁ ଆପଣ ଯେଉଁଦିନ ଚାହିଁବେ ବିନା ଭୋଜନ ରେ ରହିପାରିବେ l ୧୧ ରୁ ୧୪ ଦିନ ମଧ୍ୟରେ ଗୋଟିଏ ଦିନ ନିହାତି ଉପବାସ ରୁହନ୍ତୁ l ଏହାଦ୍ୱାରା ଆମ ଶରୀର ମଧ୍ୟ ଡିଟେକ୍ସ ହୋଇଥାଏ l

- ପିଠିକୁ ସିଧା ରଖି ବସିବା ଜରୁରୀ -
ମଣିଷର ଖାଦ୍ୟ ଶୈଳୀ ସହିତ ତାର ଉଠିବା ବସିବା ଶୈଳୀ ମଧ୍ୟ ଶରୀର ଉପରେ ଅନେକ ଖରାପ ଓ ଭଲ ପ୍ରଭାବ ପକାଇଥାଏ l ଆମର ବସିବା ଉଠିବା ଶୈଳୀ ମଧ୍ୟ ଖରାପ ପ୍ରଭାବ ଶରୀର ଉପରେ ପକାଏ l କାହିଁକି ନା ମଣିଷର ମେରୁଦଣ୍ଡ ଯଦି ଠିକ ରହିଥାଏ ତେବେ ତାର ମାଂସପେଶୀ ମଧ୍ୟ ଠିକ ଭାବରେ କାର୍ଯ୍ୟ କରିଥାଏ l ଏବଂ ଆମେ ବିଭିନ୍ନ ଯନ୍ତ୍ରଣାରୁ ଆରୋଗ୍ୟ ଲାଭ ମଧ୍ୟ କରିଥାଉ l

- ପଞ୍ଚତତ୍ତ୍ୱ ରେ ଜଡିତ ରୁହନ୍ତୁ -
ଆମେ ସମସ୍ତେ ଦିନକୁ ମାତ୍ର ୪୫ ମିନିଟ ପାଇଁ ଖାଲି ପାଦରେ ମାଟିରେ ଚାଲିବା ଜରୁରୀ ଏହାଛଡା ମାଟିରେ ବସି କିଛିନା କିଛି ଗଛ ବୃଛ ଲଗାଇବା ମଧ୍ୟ ଆବଶ୍ୟକ l ନିଜକୁ ପ୍ରାକୃତିକ ବାତାବରଣ ସହିତ ସାମିଲ କରାଇବା ପ୍ରତ୍ୟେକ ବ୍ୟକ୍ତି ଙ୍କ ପାଇଁ ଜରୁରୀ l ସକାଳ ଖରା ଶରୀରକୁ ଆବଶ୍ୟକ, ଖୋଲା ପବନ ରେ କିଛି ସମୟ ବୁଲାନ୍ତୁ, ମାଟିରେ ଖାଲି ପାଦରେ ଚାଲନ୍ତୁ, ଅଧିକ ଗଛ ଥିବା ସ୍ଥାନରେ ସୁଧ ଅକ୍ସିଜେନ ପାଇଁ ନିହାତି ଯାଆନ୍ତୁ ଏବଂ ଆମିଷ ଖାଦ୍ୟ ପରିବର୍ତେ ନିରାମିଷ ଖାଦ୍ୟ ଗ୍ରହଣ କରନ୍ତୁ ଏବଂ ସତେଜ ଫଳମୂଳ ମଧ୍ୟ ସେବନ କରନ୍ତୁ l

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+