ଆମ୍ବ ଖାଇବା ପରେ ଭୁଲରେ ମଧ୍ୟ ତୁରନ୍ତ ଖାଆନ୍ତୁ ନାହିଁ ଏହି ଖାଦ୍ୟ
ଆମ୍ବକୁ ଫଳର ରାଜା କୁହାଯାଏ। ଏହି ଗ୍ରୀଷ୍ମ ଋତୁରେ ଆମ୍ବ ପ୍ରଚୁର ପରିମାଣରେ ମିଳିଥାଏ। ଏହାର ବିଶେଷ ସ୍ୱାଦ ହେତୁ ଅଧିକାଂଶ ଲୋକ ଆମ୍ବ ଖାଇବାକୁ ପସନ୍ଦ କରନ୍ତି। ଆମ୍ବ ଖାଇବାର ଅନେକ ଲାଭ ଅଛି, କିନ୍ତୁ ଆପଣ ଜାଣନ୍ତି କି ଆମ୍ବ ଖାଇବା ପରେ କିଛି ଖାଦ୍ୟ ଖାଇବା ଉଚିତ୍ ନୁହେଁ। ତେବେ ଆସନ୍ତୁ ଜାଣିବା ଆମ୍ବ ଖାଇବା ପରେ କେଉଁ କେଉଁ ଖାଦ୍ୟ ଖାଇବା ଶରୀର ପ୍ରତି କ୍ଷତିକାରକ।
ଆମ୍ବ ଖାଇବାର ତୁରନ୍ତ ପରେ କଲରା ଖାଇବା ଉଚିତ୍ ନୁହଁ । କାରଣ ଆମ୍ବର ସ୍ବାଦ ମିଠା ଏବଂ କଲରାର ପିତା ହୋଇଥାଏ । ଏହି ଦୁଇ ଜିନିଷକୁ ଏକା ସାଙ୍ଗରେ ଖାଇବା ଦ୍ବାରା ଶରୀରରେ ଏକ ପ୍ରକାରର ବିଷ ସୃଷ୍ଟି ହୋଇଥାଏ ଯାହା ବାଣ୍ଟି , ପେଟ ଖରାପ ଆଦି ସମସ୍ୟାର କାରଣ ପାଲଟିଥାଏ । ଏହା ଦ୍ବାରା ଶ୍ବାସ ଜନିତ ସମସ୍ୟା ଉପୁଜୁଥିବାର ମଧ୍ୟ ଦେଖିବାକୁ ମିଳିଥାଏ ।

କେବେ ମଧ୍ୟ ଭୁଲରେ ଆମ୍ବ ଖାଇବାର ୩-୪ ଘଣ୍ଟା ମଧ୍ୟରେ କଞ୍ଚାଲଙ୍କା କିମ୍ବା ଦହିର ସେବନ କରନ୍ତୁ ନାହିଁ । ଏହା ଦ୍ବାରା ଖାଦ୍ୟ ବିଷାକ୍ତ ହେବା ସହ ଆପଣ ଅସୁସ୍ଥ ଅନୁଭବ କରିଥାନ୍ତି । ଏହା ଦ୍ବାରା ପେଟ ପୋଡ଼ା ସହ ବିଭିନ୍ନ ପ୍ରକାରର ରୋଗ ଦେଖାଯାଇଥାଏ । ଖାଲି ସେତିକି ନୁହଁ ଏହା ଦ୍ବାରା ପାଚନ ପ୍ରକ୍ରିୟାରେ ମଧ୍ୟ ଅସୁବିଧା ସୃଷ୍ଟି ହୋଇଥାଏ ।
ଆମ୍ବ ଖାଇବା ପରେ ତୁରନ୍ତ ଦହି ଖାଇବା ମଧ୍ୟ ଭୁଲ ଅଟେ। ବାସ୍ତବରେ ଆମ୍ବ ଏବଂ ଦହି ଖାଇବା ଦ୍ୱାରା ଆମ ଶରୀରରେ ଅଧିକ କାର୍ବନ ଡାଇଅକ୍ସାଇଡ୍ ସୃଷ୍ଟି ହେବାକୁ ଲାଗେ। ଫଳରେ ଶରୀରରେ ବାୟୁ ଜାତୀୟ ଅନେକ ସମସ୍ୟା ସୃଷ୍ଟି ହୋଇପାରେ।












Click it and Unblock the Notifications