ଏହି ଉପାୟରେ ମଧୁମେହକୁ କରନ୍ତୁ ନୟନ୍ତ୍ରଣ

ଭୁବନେଶ୍ୱର: ମଧୁମେହ ଏଭଳି ଏକ ରୋଗ, ଯାହା ବ୍ୟକ୍ତିର ଖାଦ୍ୟତାଲିକା ପରିବର୍ତନ କରିଦିଏ । ନିଜର ପସନ୍ଦିତ ପ୍ରିୟ ଖାଦ୍ୟଠାରୁ ଦୂରେଇ ରହିବା ସହ ବିଭିନ୍ନ ପ୍ରକାର ଔଷଧ ସେବନ କରିବାକୁ ପଡ଼େ । କିନ୍ତୁ ଔଷଧ ବଦଳରେ ଚାହିଁଲେ କଛି ପ୍ରାକୃତିକ ଉପାୟ ଆପଣାଇ ଏହାକୁ ନିୟନ୍ତ୍ରଣରେ ରଖିପାରିବେ ।

ତମ୍ବା ପାତ୍ରରେ ପାଣି : ଆୟୁର୍ବେଦ ଅନୁସାରେ, ତମ୍ବା ପାତ୍ରରେ ରହିଥିବା ପାଣିକୁ ପିଇଲେ ଶରୀରରୁ ବାତ, ପିତ୍ତ ଏବଂ କଫ ସମସ୍ୟା ଦୂର ହୋଇଥାଏ । ରାତିସାରା ତମ୍ବା ପାତ୍ରରେ ପାଣି ରଖି ସକାଳୁ ଏହାକୁ ପିଇବା ଦ୍ୱାରା ଶରୀରରୁ ବିଭିନ୍ନ ରୋଗ ଆପଣାଛାଏଁ ଦୂରେଇଯାଏ । ତନ୍ମଧ୍ୟରୁ ମଧୁମେହ ଗୋଟିଏ । ଏଣୁ ମଧୁମେହକୁ ନିୟନ୍ତ୍ରଣରେ ରଖିବାରେ ବେଶ୍ ସହାୟକ ହୋଇଥାଏ ।

କାର୍ବୋହାଇଡ୍ରେଟ୍ ଖାଦ୍ୟଠୁ ଦୂରତା : ମଧୁମେହ ରୋଗୀଙ୍କୁ ନିଜ ଡାଏଟ୍‌ର ବିଶେଷ ଧ୍ୟାନ ରଖିବାକୁ ପଡ଼ିଥାଏ । ଏମାନେ ଏଭଳି ଭୋଜନ ଗ୍ରହଣ କରିବା ଉଚିତ୍‌, ଯେଉଁଥରେ କାର୍ବୋହାଇଡ୍ରେଟ୍‌ର ମାତ୍ରା କମ୍ ଥାଏ । କାରଣ ଏହା ଶରୀରରେ ସୁଗାର୍ ସ୍ତରକୁ ବୃଦ୍ଧି କରିଥାଏ ।

Control Diabetes Without Medicine

ସୁସ୍ଥ ଡାଏଟ : ନିଜ ଡାଏଟ୍‌ରେ ଫାଇବର୍ ଯୁକ୍ତ ଖାଦ୍ୟ ଏବଂ ତାଜା ପନିପରିବା ସାମିଲ କରିବା ଉଚିତ୍ । ଏହାଛଡ଼ା ଗ୍ରେପ୍‌ଫୁଟ୍‌, ଅଳସୀ, ବ୍ରୋକୋଲି, ଅଣ୍ଡା, ପିଜୁଳି ଏବଂ ବିଭିନ୍ନ ପ୍ରକାର ଡାଲିର ସେବନ କରିବା ଉଚିତ୍ । ଏହି ଡାଏଟ୍ ମଧୁମେହକୁ ନିୟନ୍ତ୍ରଣ କରେ ।

ଭରପୂର ପାଣି ପିଅନ୍ତୁ : ସୁଗାର ସ୍ତରକୁ ପ୍ରାକୃତିକ ଉପାୟରେ ନିୟନ୍ତ୍ରଣ କରିବା ପାଇଁ ସବୁଠୁ ଉତ୍ତମ ଉପାୟ ହେଉଛି ଭରପୂର୍ ମାତ୍ରାରେ ପାଣି ପିଇବା । ଗବେଷଣାରୁ ଜଣାଯାଏ, ଯେଉଁମାନେ ସଠିକ୍ ମାତ୍ରାରେ ପାଣି ପିଇଥାନ୍ତି, ସେମାନଙ୍କ ମଧ୍ୟରେ ମଧୁମେହ ଆଶଙ୍କା ବହୁତ କମ୍ ଥାଏ ।

ରୁହନ୍ତୁ ଅବସାଦମୁକ୍ତ :ମଧୁମେହ ରୋଗୀଙ୍କୁ ସର୍ବଦା ଅବସାଦମୁକ୍ତ ରହିବା ଜରୁରୀ । କାରଣ ଏହା ସେମାନଙ୍କ ଶରୀର ପାଇଁ ଅତ୍ୟନ୍ତ ହାନିକାରକ । ଅବସାଦ ଶରୀରରେ ଷ୍ଟ୍ରେସ୍ ହର୍ମୋନ୍ ଗୁଗନ୍ ଏବଂ କୋର୍ଟିସୋଲ୍ ତିଆରି କରିଥାଏ । ଏହାଦ୍ୱାରା ସୁଗାର୍ ସ୍ତର ବୃଦ୍ଧି ପାଇଥାଏ । ଦୈନନ୍ଦିନ ବ୍ୟାୟାମ୍ ଏବଂ ଯୋଗ ମାଧ୍ୟମରେ ଅବସାଦଠାରୁ ଦୂରେଇ ରହିବାକୁ ଚେଷ୍ଟା କରିବା ଉଚିତ୍ ।

ସୁନିଦ୍ରା : ଯଦି ଠିକ୍ ଭାବେ ଶୋଇପାରୁ ନାହାନ୍ତି, ତେବେ ଏହାର ଗଭୀର ପ୍ରଭାବ ଶର୍କରା ସ୍ତର ଉପରେ ପଡ଼ିଥାଏ । ଏହାଦ୍ୱାରା ଓଜନ ବି ବୃଦ୍ଧିପାଏ ଏବଂ ମଧୁମେହ ରୋଗୀଙ୍କ ଜୀବନ ବିପଦକୁ ଚାଲିଆସେ । ତେଣୁ ସୁନିଦ୍ରା ଦ୍ୱାରା ଏହାକୁ ନିୟନ୍ତ୍ରଣ କରିବା ସମ୍ଭବ ହେବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+