ପାର୍ବଣ ଋତୁ ପାଇଁ 4 ସ୍ୱତନ୍ତ୍ର ସାପ୍ତାହିକ ଟ୍ରେନ ସେବା; ଜାଣନ୍ତୁ କେଉଁ ଟ୍ରେନ, କେବେ ପର୍ଯ୍ୟନ୍ତ ଚାଲିବ ?
ଆଗକୁ ପାର୍ବଣ ଋତୁ ରହିଥିବାରୁ ରେଳ ବିଭାଗ ସ୍ୱତନ୍ତ୍ର ରେଳ ଚଳାଚଳ ଆରମ୍ଭ କରିବାକୁ ଯାଉଛି । ଏନେଇ ୪ଟି ସ୍ୱତନ୍ତ୍ର ସାପ୍ତାହିକ ଟ୍ରେନ୍ ଚଳାଚଳ କରିବାକୁ ନିଷ୍ପତ୍ତି ନେଇଛି ପୂର୍ବତଟ ରେଳବାଇ । ଆରାମଦାୟକ ଯାତ୍ରା ସହିତ ପାର୍ବଣ ଋତୁରେ ଯାତ୍ରୀଙ୍କ ଭିଡ଼ ପରିଚାଳନା କରିବା ପାଇଁ ଭାରତୀୟ ରେଳବାଇ ସ୍ୱତନ୍ତ୍ର ଟ୍ରେନ ଚଳାଚଳ ନେଇ ଘୋଷଣା କରିଛି ।
ପାର୍ବଣ ଋତୁରେ ଯାତ୍ରୀଙ୍କ ଭିଡ଼କୁ ଦୃଷ୍ଟିରେ ରଖି, ଭାରତୀୟ ରେଳବାଇ ହାଇଦ୍ରାବାଦ, ଚେନ୍ନାଇ, ତ୍ରିଭେନ୍ଦ୍ରମ, ମାଦୁରାଇ ଏବଂ ବରୌନୀ ସମେତ ପ୍ରମୁଖ ଗନ୍ତବ୍ୟସ୍ଥଳ ସହିତ ଓଡ଼ିଶାକୁ ସଂଯୋଗ କରୁଥିବା ଅନେକ ସାପ୍ତାହିକ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ ଘୋଷଣା କରିଛି । ପାର୍ବଣ ଋତୁରେ ଆରାମଦାୟକ ଯାତ୍ରା ସୁନିଶ୍ଚିତ କରିବା ପାଇଁ ଏହି ଟ୍ରେନ ଗୁଡ଼ିକ ନଭେମ୍ବର ପର୍ଯ୍ୟନ୍ତ ଚାଲିବ ।

ସାପ୍ତାହିକ ସ୍ୱତନ୍ତ୍ର ଟ୍ରେନ ଗୁଡ଼ିକ ହେଲା....
୧) ହାଇଦ୍ରାବାଦ- ଭୁବନେଶ୍ୱର ନୂଆ- ହାଇଦ୍ରାବାଦ (07165/07166)
ଟ୍ରେନ ନମ୍ବର ୦୭୧୬୫ ହାଇଦ୍ରାବାଦ- ଭୁବନେଶ୍ୱର ନୂଆ ସ୍ୱତନ୍ତ୍ର ଟ୍ରେନ୍ ଅକ୍ଟୋବର ୨୮ ତାରିଖ ପର୍ଯ୍ୟନ୍ତ ପ୍ରତି ମଙ୍ଗଳବାର ସଂଧ୍ୟା ୧୭.୩୦ ଘଣ୍ଟାରେ ହାଇଦ୍ରାବାଦରୁ ଛାଡିବ । ଟ୍ରେନ ନମ୍ବର ୦୭୧୬୬ ଭୁବନେଶ୍ୱର ନୂଆ- ହାଇଦ୍ରାବାଦ ସ୍ୱତନ୍ତ୍ର ଟ୍ରେନ୍ ଅକ୍ଟୋବର ୨୯ ତାରିଖ ପର୍ଯ୍ୟନ୍ତ ପ୍ରତି ବୁଧବାର ରାତି ୨୨:୩୦ ଘଣ୍ଟାରେ ଭୁବନେଶ୍ୱର ନୂଆରୁ ଛାଡିବା ନେଇ ଯୋଜନା କରାଯାଇଛି ।
ଷ୍ଟେସନ ଗୁଡ଼ିକରେ ଟ୍ରେନର ରହଣି:-
ସିକନ୍ଦରାବାଦ, ଚାର୍ଲାପାଲ୍ଲୀ, ନାଲଗୋଣ୍ଡା, ମିରିୟାଲାଗୁଡା, ସତ୍ତେନାପାଲ୍ଲୀ, ଗୁଣ୍ଟୁର, ବିଜୟୱାଡା, ଗୁଡିଭାଡା, କାଇକାଲୁରୁ, ଆକିଭିଡୁ, ଭୀମଭରମ, ତନୁକୁ, ରାଜମଣ୍ଡ୍ରି, ସାମଲକୋଟ, ଆନ୍ନାଭରମ, ଅନାକାପାଲେ, ଦୁଭଭଡା, କୋଟ୍ଟାଭାଲସା, ବିଜୟନଗରମ୍, ଖୋର୍ଦ୍ଧା ରୋଡ୍ ।
କୋଚ୍ ସଂରଚନା:-
ଏହି ଟ୍ରେନରେ ୪ ଟି ୨ୟ ଶ୍ରେଣୀ ଏସି କୋଚ...
୮ ଟି ତୃତୀୟ ଶ୍ରେଣୀ ଏସି କୋଚ..
୬ ଟି ସ୍ଲିପର୍ ଶ୍ରେଣୀ କୋଚ..
୨ ଟି ଜେନେରାଲ୍ ଶ୍ରେଣୀ କୋଚ..
୨ ଟି ଲଗେଜ୍ କମ ଡିଭିଆଙ୍ଗଜାନ୍ କୋଚ୍ ଏବଂ ଜେନେରେଟର ମୋଟର କାର୍ ରହିବ. .
୨) ମଦୁରାଇ - ବରୌନୀ- ମଦୁରାଇ ସ୍ୱତନ୍ତ୍ର ଟ୍ରେନ (06059/06060)
ଟ୍ରେନ ନମ୍ବର ୦୬୦୫୯ ମଦୁରାଇ - ବରୌନୀ ସାପ୍ତାହିକ ସ୍ପେଶାଲ୍ ନଭେମ୍ବର ୨୬ ତାରିଖ ପର୍ଯ୍ୟନ୍ତ ପ୍ରତି ବୁଧବାର ରାତି ୨୦.୪୦ ଘଣ୍ଟାରେ ମଦୁରାଇରୁ ଛାଡିବ । ସେହିଭଳି ଟ୍ରେନ ନମ୍ବର ୦୬୦୬୦ ବରୌନୀ -ମଦୁରାଇ ସାପ୍ତାହିକ ସ୍ପେଶାଲ୍ ନଭେମ୍ବର ୨୯ ତାରିଖ ପର୍ଯ୍ୟନ୍ତ ପ୍ରତି ଶନିବାର ରାତି ୨୩.୦୦ ଘଣ୍ଟାରେ ବରୌନୀରୁ ଛାଡିବ ।
ଷ୍ଟେସନ ଗୁଡ଼ିକରେ ଟ୍ରେନ୍ ରହଣି:-
ଦିଣ୍ଡିକଲ, କରୁର, ନମକଲ, ସେଲେମ, ଜୋଲାରପେଟାଇ, କାଟପାଡି, ଆରାକୋନମ, ପେରାମ୍ବୁର, ନାଇଡୁପେଟା, ଗୁଡୁର, ନେଲୋର, ଓଙ୍ଗଲ , ଟେନାଲି, ବିଜୟୱାଡା, ଏଲୁରୁ, ରାଜମଣ୍ଡ୍ରି, ସାମଲକୋଟ, ଦୁଭଭଡା, ବିଜୟନଗରମ୍, ଶ୍ରୀକାକୁଲମ୍ ରୋଡ୍, ପଲାସା,ଖୋର୍ଦ୍ଧା ରୋଡ୍, ଭୁବନେଶ୍ୱର ନୂଆ, କଟକ, ଭଦ୍ରକ, ବାଲେଶ୍ୱର, ଖଡ଼ଗପୁର, ଅନ୍ଦୁଲ, ଡାନକୁନି, ବର୍ଦ୍ଧମାନ, ଦୁର୍ଗାପୁର, ଆସାନସୋଲ, ଚିତ୍ତରଂଜନ, ମଧୁରପୁର, ଜସିଡିହ, ଝାଝା , ଜାମୁଇ ଏବଂ କିଉଲ।
କୋଚ୍ ସଂରଚନା:-
୧୬ ଟି ତୃତୀୟ ଶ୍ରେଣୀ ଏସି କୋଚ୍..
୨ ଟି ଲଗେଜ୍ କମ ଜେନେରେଟର ଏବଂ ବ୍ରେକ୍ ଭ୍ୟାନ୍ କୋଚ...
୩)ଏମଜିଆର୍ ଚେନ୍ନାଇ ସେଣ୍ଟ୍ରାଲ - ବରୌନୀ - ଏମଜିଆର୍ ଚେନ୍ନାଇ ସେଣ୍ଟ୍ରାଲ (06039/06040)
ଟ୍ରେନ୍ ନମ୍ବର ୦୬୦୩୯ ଏମଜିଆର୍ ଚେନ୍ନାଇ ସେଣ୍ଟ୍ରାଲ - ବରୌନୀ ସାପ୍ତାହିକ ସ୍ୱତନ୍ତ୍ର ନଭେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ପ୍ରତି ରବିବାର ରାତି ୨୩.୫୦ ଘଣ୍ଟାରେ ଚେନ୍ନାଇରୁ ଛାଡିବ । ଟ୍ରେନ୍ ନମ୍ବର ୦୬୦୪୦ ବରୌନୀ - ଏମଜିଆର୍ ଚେନ୍ନାଇ ସେଣ୍ଟ୍ରାଲ ସାପ୍ତାହିକ ସ୍ୱତନ୍ତ୍ର ଡିସେମ୍ବର ୩ ତାରିଖ ପର୍ଯ୍ୟନ୍ତ ପ୍ରତି ବୁଧବାର ରାତି ୨୧.୦୦ ଘଣ୍ଟାରେ ବରୌନୀରୁ ଛାଡିବ ।
ଷ୍ଟେସନ ଗୁଡ଼ିକରେ ଟ୍ରେନ୍ ରହଣି:-
ସୁଲୁରୁପେଟା, ଗୁଡୁର, ନେଲୋର, ଓଙ୍ଗଲ, ଟେନାଲି, ବିଜୟୱାଡା, ଏଲୁରୁ, ରାଜମଣ୍ଡ୍ରି, ସାମଲକୋଟ, ଦୁଭଭଡା, ବିଜୟନଗରମ୍, ଶ୍ରୀକାକୁଲମ ରୋଡ, ପାଲାସା, ଖୋର୍ଦ୍ଧା ରୋଡ୍, ଭୁବନେଶ୍ୱର ନୂଆ, କଟକ, ଭଦ୍ରକ, ବାଲେଶ୍ୱର, ଖଡ଼ଗପୁର, ଅନ୍ଦୁଲ, ଡାନକୁନି, ବର୍ଦ୍ଧମାନ, ଦୁର୍ଗାପୁର, ଆସାନସୋଲ, ଚିତ୍ତରଂଜନ, ମଧୁରପୁର, ଜସିଡିହ, ଝାଝା , ଜାମୁଇ ଏବଂ କିଉଲ।
କୋଚ୍ ସଂରଚନା:-
୧ ଟି ଦ୍ୱିତୀୟ ଶ୍ରେଣୀ ଏସି କୋଚ୍...
୪ ଟି ତୃତୀୟ ଶ୍ରେଣୀ ଏସି କୋଚ୍...
୧୧ ଟି ସ୍ଲିପର ଶ୍ରେଣୀ କୋଚ୍..
୪ ଟି ଦ୍ୱିତୀୟ ଶ୍ରେଣୀ ସିଟିଂ କୋଚ୍..
୨ ଟି ଲଗେଜ୍ କମ ଜେନେରେଟର ଏବଂ ବ୍ରେକ୍ ଭ୍ୟାନ୍ କୋଚ...
୪) ତ୍ରିଭେନ୍ଦ୍ରମ୍ ଉତ୍ତର- ସାନ୍ତ୍ରାଗାଚି-ତ୍ରିଭେନ୍ଦ୍ରମ୍ ଉତ୍ତର (06081/06082)
ଟ୍ରେନ୍ ନମ୍ବର ୦୬୦୮୧ ତ୍ରିଭେନ୍ଦ୍ରମ୍ ଉତ୍ତର - ସାନ୍ତ୍ରାଗାଚି ସାପ୍ତାହିକ ସ୍ୱତନ୍ତ୍ର ଅକ୍ଟୋବର ୧୭ ତାରିଖ ପର୍ଯ୍ୟନ୍ତ ପ୍ରତି ଶୁକ୍ରବାର ଅପରାହ୍ନ ୧୬.୨୦ ଘଣ୍ଟାରେ ତ୍ରିଭେନ୍ଦ୍ରମ୍ ଉତ୍ତରରୁ ଛାଡିବ । ଟ୍ରେନ୍ ନମ୍ବର ୦୬୦୮୨ ସାନ୍ତ୍ରାଗାଚି - ତ୍ରିଭେନ୍ଦ୍ରମ୍ ଉତ୍ତର ସାପ୍ତାହିକ ସ୍ୱତନ୍ତ୍ର ଅକ୍ଟୋବର ୨୦ ତାରିଖ ପର୍ଯ୍ୟନ୍ତ ପ୍ରତି ସୋମବାର ଅପରାହ୍ନ ୧୪.୨୦ ଘଣ୍ଟାରେ ସାନ୍ତ୍ରାଗାଚିରୁ ଛାଡିବ ।
ଷ୍ଟେସନଗୁଡ଼ିକରେ ଟ୍ରେନର ରହଣି:-
କୋଲାମ, କାୟାନକୁଲାମ, ମାଭେଲିକାରା, ଚେଙ୍ଗନୁର, ତିରୁଭାଲା, କୋଟାୟାମ, ଏର୍ଣ୍ଣାକୁଲମ ଟାଉନ, ଆଲୁଭା, ଥ୍ରିସୁର, ପାଲକକଡ, କୋଏମ୍ବାଟୁର, ତିରୁପୁର, ଏରୋଡ, ସାଲେମ, ଜୋଲାରପେଟାଇ, କାଟପାଡି, ତିରୁଟାନି, ରେନିଗୁଣ୍ଟା, ଗୁଡୁର, ନେଲୁର, ବିଜୟନଗରମ୍, ଖୋର୍ଦ୍ଧା ରୋଡ୍, ଭୁବନେଶ୍ୱର ନୂଆ, କଟକ, ଭଦ୍ରକ, ବାଲେଶ୍ୱର ଏବଂ ଖଡ଼ଗପୁର..
କୋଚ୍ ସଂରଚନା:-
୧୪ ଟି ତୃତୀୟ ଶ୍ରେଣୀ ଏସି ଇକୋନୋମି କୋଚ୍..
୨ ଟି ସ୍ଲିପର୍ କୋଚ୍..
୨ ଟି ଲଗେଜ୍ କମ ଜେନେରେଟର ଏବଂ ବ୍ରେକ୍ ଭ୍ୟାନ୍ କୋଚ....












Click it and Unblock the Notifications