ପର୍ଣ୍ଣ ଦେଖୁଥିଲେ ହୋଇଯାଆନ୍ତୁ ସାବଧାନ, ନଚେତ୍ ଭୋଗିବାକୁ....

ଇଣ୍ଟରନେଟ୍‌ର ସହଜ ଉପଲବ୍ଧତା ସାଙ୍ଗକୁ ଦ୍ରୁତ ୱେବ୍ କନେକ୍ସନ ପର୍ଣ୍ଣ କଣ୍ଟେଣ୍ଟରେ ଯୁବ ପିଢୀଙ୍କ ପହଞ୍ଚ ସୁଗମ କରିଦେଇଛି । ତେବେ ଏଭଳି କଣ୍ଟେଣ୍ଟ ଆମ ବ୍ୟକ୍ତିଗତ ଜୀବନକୁ କିପରି ପ୍ରଭାବିତ କରୁଛି ସେଥିପ୍ରତି କେହି ଧ୍ୟାନ ଦେଉନାହାନ୍ତି । ଏହା ଆମର ଶାରୀରିକ ସାସ୍ଥ୍ୟ ସମେତ ଆଚାର ଓ ବ୍ୟବହାର ଉପରେ ମଧ୍ୟ ଖରାପ ପ୍ରଭାବ ପକାଉଛି ।

ସାସ୍ଥ୍ୟ ସାଙ୍ଗକୁ ଷ୍ଟ୍ରେସ୍‌ର ସିଧା କନେକ୍ସନ ରହୁଥିବାରୁ ବେଳହୁଁ ସାବଧାନ ହୋଇଯିବା ଦରକାର । ତେବେ ଏଭଳି ସାମଗ୍ରୀ ସହ ସମ୍ପର୍କ ଆମ ଜୀବନକୁ କିପରି ପ୍ରଭାବିତ କରୁଛି ଆସନ୍ତୁ ଜାଣିବା । ଏଭଳି କଣ୍ଟେଣ୍ଟ ପ୍ରତି ଆଗ୍ରହ ରଖୁଥିବା ଲୋକେ ଖୁବ୍ କ୍ୱଚିତ୍ ଜାଣନ୍ତି ଏହା ଦ୍ୱାରା ସେମାନେ ଇରକ୍ଟାଇଲ ଡିସଫଙ୍କସନର ଶିକାର ହେଉଛନ୍ତି ବୋଲି । ଫଳରେ ଜୌନ ଜୀବନ ସମ୍ପୂର୍ଣ ଧ୍ୱଂସ୍ତ ହୋଇଥାଏ । ଯାହା ପରେ ନାନା ଅଶାନ୍ତିର କାରଣ ହେବା ସହ ଜୀବନକୁ ଅନ୍ଧଗଳିକୁ ନେଇଯାଇଥାଏ ।

ପୂର୍ବରୁ ହୋଇଥିବା ବିଭିନ୍ନ ଅଧ୍ୟାୟନରୁ ମଧ୍‌ଯ ଏହା ପ୍ରମାଣିତ ହୋଇସାରିଛି । ଏକ ଅଧ୍ୟାୟନରୁ ଏଭଳି କଣ୍ଟେଣ୍ଟ ଦେଖୁଥିବା ପୁରୁଷ ସେମାନଙ୍କ ଜୌନ ଜୀବନରେ ସନ୍ତୁଷ୍ଟ ହୋଇପାରନ୍ତିନି । ଯଦି ଏହା ଅଭ୍ୟାସରେ ପରିଣତ ହୋଇଥାଏ ତେବେ ଏପରି ଲୋକେ ଜୀବନର ସବୁକ୍ଷେତ୍ରରେ ଅସଫଳ ହେବାର ସମ୍ଭାବନା ବଢିଯାଇଥାଏ । ଲଜ୍ଜା ଯୋଗୁ ଲୋକେ ଗୋପନରେ ଏଭଳି କଣ୍ଟେଣ୍ଟ ସବୁ ଦେଖନ୍ତି । ଏଭଳି ପ୍ରାଇଭେସୀ ଓ ଲଜ୍ଜା ପରେ ବ୍ୟକ୍ତିକୁ ବାସ୍ତବ ଇଣ୍ଟିମେସୀକୁ ଜଟିଳ କରିଥାଏ । ଜଣେ ବ୍ୟକ୍ତି ଭାବେ ଆମର ବିକାଶ ଓ କ୍ଷମତା ଉପରେ ଏହାର ଗୁରୁତର ପ୍ରଭାବ ପଡିଥାଏ । ଏଭଳି କଣ୍ଟେଣ୍ଟ ଦେଖୁବା ସହ ଅଭ୍ୟସ୍ତ ଲୋକଙ୍କ ତୁଳନା ଆଲକୋହଲ ସହ କରାଯାଇପାରେ। ଏଥିରେ ପର୍ଶ ଉପରେ ନିର୍ଭର ମଣିଷ ଦୁଷ୍କର୍ମ ଭଳି କାଣ୍ଡ ଭିଆଇବାର ସମ୍ଭାବନା ଅଧିକ ବଢିଯାଇଥାଏ ।

Negative Effects of Porn on Your Brain

ପର୍ଣ୍ଣୋଗ୍ରାଫି ଓ ଜୌନ ହିଂସା ସମ୍ପର୍କିତ ଅଧୟନରୁ ଏହା ପ୍ରମାଣିତ ମଧ୍ୟ ହୋଇଛି । ଏପରି ଲୋକେ ଅପରାଧ ଭିଆଇବାର ସମ୍ଭାବନା ମଧ୍ୟ ଅଧିକ ବଢି ଯାଇଥାଏ । ଏକ ରିପୋର୍ଟରୁ ପର୍ଶ ଦେଖୁଥିବା ଲୋକଙ୍କ ଜୀବନରେ ଫାଇନାନସିଆଲ, ରିଲେସନସିପ୍ ଓ ରୋଜଗାର ସମ୍ପର୍କିତ ସମସ୍ୟା ପ୍ରାୟ ଲାଗି ରହିଥାଏ । ବିଶେଷଜ୍ଞଙ୍କ ଅନୁସାରେ ଆମର ଶାରିରିକ ସ୍ନାୟବିକ ତନ୍ତ୍ର ଡୋପାମାଇନ ନାମରେ ଏକ ନ୍ୟୁରୋ ଟ୍ରାନସମିଟର ଉତ୍ପାଦନ କରିଥାଏ। ଏହା ଆମର ମସ୍ତିଷ୍କର ଆଶାବାଦୀ ବ୍ୟବହାର ଲାଗି ମୁଖ୍ୟ ଉପାଦନ ।

ତେବେ ଏଭଳି କଣ୍ଟେଣ୍ଟ ଦେଖିବା ଯୋଗୁ ବିନା କାରଣରେ ଡୋପାମାଇନ ଟ୍ରିଗର କରିବା ଯୋଗୁ ଲୋକେ ନିରାଶାବାଦୀ ହୋଇପଡନ୍ତି । ଏହା ଛଡା ଏଭଳି ସାମଗ୍ରୀ ଆମ ଜୀବନରେ ଅବାସ୍ତବ ଆଶାକୁ ବୃଦ୍ଧି କରିଥାଏ। ଏଥିରେ ମହିଳାଙ୍କ ପ୍ରତି ପୁରୁଷଙ୍କର ଭାବନା ନକରାତ୍ମକ ହେବା ସହ ଅତି ଋଢିବାଦୀ ବିଚାରକୁ ଜନ୍ମ ଦେଇଥାଏ। ତେବେ ଏକ ସୁସ୍ଥ ଜୀବନ ଶୈଳୀ ଲାଗି ଏକ୍ସପର୍ଟମାନେ ଲୋକଙ୍କୁ ଏଭଳି ଅଭ୍ୟାସରୁ ଦୂରେଇବାକୁ ପ୍ରାୟତଃ ପରାମର୍ଶ ଦେଉଛନ୍ତି ।

ହେଲେ ଲୋକେ ଅଭ୍ୟାସରୁ ବାହାରକୁ ବାହାରିପାରୁନଥିବାରୁ ଦୁଃଖ୍ ଜୀବନ କଟାଇବାକୁ ବାଧ୍ୟ ହେଉଛନ୍ତି । ତେବେ ଏଭଳି ଅଭ୍ୟାସରୁ ଖୁବସହଜରେ ନିଜକୁ ଅଲଗା କରାଯାଇପାରେ । ଏଥିଲାଗି ପ୍ରତି ଦିନ ରାତିରେ ଶୋଇବାକୁ ଯିବା ପୂର୍ବରୁ ଆଗାମୀ ଦିନର କାର୍ଯ୍ୟସୂଚୀ ପ୍ରସ୍ତୁତ କରିବାକୁ ବିଶେଷଜ୍ଞ ପରାମର୍ଶ ଦେଇଥାନ୍ତି। କାର୍ଯ୍ୟସୂଚୀ ଅନୁସାରେ ଦିନଚର୍ଯ୍ୟା କରିବା ସହ ଦିନକ ଲାଗି ଧାର୍ଯ୍ୟ କରିଥିବା ସମସ୍ତ କାର୍ଯ୍ୟ ଶେଷ କରିବାକୁ ଚେଷ୍ଟା କରନ୍ତୁ ।

ଯଦି କିଛି କାମ ବଳକା ରହିଯାଏ ତାକୁ ଛାଡି ନ ଦେଇ ପରଦିନର ଦିନ ଚର୍ଯ୍ୟା ସହ ଯୋଡି ସେହି ଦିନର କାମ ସହ ଗତ ଦିନର ବଳକା କାମକୁ ମଧ୍ୟ ଶେଷ କରନ୍ତୁ । ଧୀରେ ଧୀରେ ସବୁ ସଭାବିକ ହୋଇଯିବା ସହ ଜୀବନ ମଧ୍ୟ ସହଜ ହୋଇଯିବ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+