ସୁସ୍ଥ ଜୀବନ ପାଇଁ ପ୍ରତ୍ୟେକ ଦିନ କରନ୍ତୁ ବ୍ୟାୟାମ, ଏପରି କମାଇ ପାରିବେ ଓଜନ

Spot jogging: ଆଜିର ବ୍ୟସ୍ତବହୁଳ ଜୀବନରେ, ଶାରୀରିକ ଏବଂ ମାନସିକ ସ୍ତରରେ ସୁସ୍ଥ ଏବଂ ଫିଟ୍ ରହିବା ଅତ୍ୟନ୍ତ ଆବଶ୍ୟକ । ଫିଟ୍ ରହିବା ପାଇଁ ଲୋକମାନେ ବିଭିନ୍ନ ପ୍ରକାରର ଯୋଗ ଏବଂ ୱାର୍କଆଉଟ୍ କରିବା ପସନ୍ଦ କରନ୍ତି । ଅନେକ ଲୋକ ବ୍ୟାୟାମ କରିବାକୁ ଜିମ୍ ଯିବା ପସନ୍ଦ କରୁଥିବାବେଳେ ଅନେକ ଲୋକ ଅଛନ୍ତି ଯେଉଁମାନେ ୱାକ୍ କରିବା ବା ଚାଲିବା ପସନ୍ଦ କରନ୍ତି ।

ସମୟର ଅଭାବ ହେତୁ, କ'ଣ କରିବା ଅତ୍ୟନ୍ତ ଭଲ ତାହାକୁ ନେଇ ମନରେ ଦ୍ୱନ୍ଦ ସୃଷ୍ଟି ହୋଇଥାଏ । 10 ମିନିଟ୍ ସ୍ପଟ୍ ଜଗିଂ (Spot jogging) ଏବଂ 45 ମିନିଟ୍ ଚାଲିବା ମଧ୍ୟରେ ପାର୍ଥକ୍ୟ କ'ଣ ଏବଂ ଏହାରି କିପରି ପ୍ରଭାବ ସ୍ୱାସ୍ଥ୍ୟ ଉପରେ ପଡିଥାଏ ଚାଲନ୍ତୁ ଜାଣିବା ।

Spot jogging

ସ୍ପଟ୍ ଜଗିଂର ଅର୍ଥ ହେଉଛି ଉଚ୍ଚ ତୀବ୍ରତା ବ୍ୟାୟାମ, ଏଥିରେ ଆପଣ ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ଦ୍ରୁତ ଗତିରେ ଚାଲନ୍ତି ଏବଂ ଏହା 10 ମିନିଟରେ ଅତି କମରେ 80 ରୁ 120 କ୍ୟାଲୋରୀ କମାଇବାରେ ସାହାଯ୍ୟ କରିଥାଏ । ଏହା ଆପଣଙ୍କ Cardiovascular ସ୍ୱାସ୍ଥ୍ୟକୁ ସୁସ୍ଥ ରଖିଥାଏ ଏବଂ ହାର୍ଟକୁ ସୁସ୍ଥ ରଖିବାରେ ମଧ୍ୟ ସାହାଯ୍ୟ କରିଥାଏ ।

ଅନ୍ୟପକ୍ଷରେ ଚାଲିବା ଦ୍ୱାରା ଆପଣ 45 ମିନିଟରେ 150 ରୁ 200 କ୍ୟାଲୋରୀ କମାଇ ପାରିବେ, ଏହା ଆପଣଙ୍କ ଗତି ଏବଂ ଓଜନ ଉପରେ ନିର୍ଭର କରେ । ଏହା ଏକ ନିମ୍ନ ତୀବ୍ରତା ବ୍ୟାୟାମ, ଚାଲିବା ଦ୍ୱାରା ଓଜନ କମାଇବା ପାଇଁ ଅଧିକ ସମୟ ଲାଗିଥାଏ ହେଲେ ଶରୀର ଫିଟ୍ ରହିଥାଏ ।

ସ୍ପଟ୍ ଜଗିଂ କମ୍ ସମୟ ମଧ୍ୟରେ ଅଧିକ ପ୍ରଭାବ ଦେଇଥାଏ, ଆପଣ ଏହାକୁ ଘର ଭିତରେ ମଧ୍ୟ କରିପାରିବେ, ଯାହା ଆପଣଙ୍କର ସମୟ ବଞ୍ଚାଇ ଥାଏ ସେହିପରି ଚାଲିବା ପାଇଁ ଅଧିକ ସମୟ ଲାଗିଥାଏ । ହେଲେ ବାହାରର ତାହା ପବନ ଦେହରେ ବାଜିଥାଏ ଏବଂ ଶରୀର ଓ ମନ ସୁସ୍ଥ ରହିଥାଏ ।

ସ୍ପଟ୍ ଜଗିଂ ହୃଦସ୍ପନ୍ଦନକୁ ଉନ୍ନତ କରିଥାଏ, ଏରୋବିକ୍ ଫିଟନେସ୍ ଏବଂ ଷ୍ଟାମିନା ବୃଦ୍ଧି କରିଥାଏ । ଏଥି ସହିତ, ଧୀର ଗତିରେ ଚାଲିବା ଦ୍ୱାରା ହୃଦୟର ସ୍ୱାସ୍ଥ୍ୟରେ ଉନ୍ନତି ଆଣେ, ଏହା ରକ୍ତଚାପ ଏବଂ ମଧୁମେହକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ ।

ସ୍ପଟ୍ ଜଗିଂ ଆଣ୍ଠୁ ଏବଂ ଗଣ୍ଠି ଉପରେ ବହୁତ ଚାପ ପକାଇଥାଏ । ଏଥି ସହିତ, ଚାଲିବା ଦ୍ୱାରା ଗଣ୍ଠି ଏବଂ ମାଂସପେଶୀ ଉପରେ କମ୍ ଚାପ ପଡିଥାଏ, ତେଣୁ ଗଣ୍ଠି ଯନ୍ତ୍ରଣା କିମ୍ବା ଆର୍ଥ୍ରାଇଟିସରେ ପୀଡିତ ବ୍ୟକ୍ତିଙ୍କ ପାଇଁ ସ୍ପଟ୍ ଜଗିଂ ବଦଳରେ ଚାଲିବା ଏକ ଉତ୍ତମ ବ୍ୟାୟମ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+