ପାଟିକୁ ମିଠା, ଦେହ ପାଇଁ ହିତ, ଗୁଡ଼ ଖାଇବା ଦ୍ୱାରା ମିଳିଥାଏ ଏହି ସବୁ ଫାଇଦା
ଗୁଡ଼ ଏକ ପାରମ୍ପରିକ ମିଠା ଯାହା ସାଧାରଣତଃ ଭାରତ, ଦକ୍ଷିଣ-ପୂର୍ବ ଏସିଆ, ଆଫ୍ରିକା ଏବଂ ଦକ୍ଷିଣ ଆମେରିକା ଭଳି ଦେଶରେ ଖାଇବାରେ ବ୍ୟବହାର ହୁଏ। ଏହା ଆଖୁ କିମ୍ବା ତାଳ ରସରୁ ବିଶେଷ ଭାବେ ପ୍ରସ୍ତୁତ ହୋଇଥାଏ। ଏହାକୁ ପ୍ରାକୃତିକ ମିଠା ମଧ୍ୟ କୁହାଯାଏ।
ଗୁଡ଼ରେ ଭରି ରହିଛି ଅନେକ ସ୍ୱାସ୍ଥ୍ୟକର ତତ୍ତ୍ୱ। ଏହା କେବଳ ସ୍ୱାଦିଷ୍ଟ ନୁହେଁ, ସ୍ୱାସ୍ଥ୍ୟ ଉପକାରୀ ମଧ୍ୟ ହୋଇଥାଏ। ଗୁଡ଼ରେ କ୍ୟାଲୋରୀ, କାର୍ବୋହାଇଡ୍ରେଟ୍, ଆଇରନ, କ୍ୟାଲସିୟମ, ପୋଟାସିୟମ ଏବଂ ଆଣ୍ଟିଅକ୍ସିଡାଣ୍ଟ ଭରପୂର ପରିମାଣରେ ରହିଥାଏ ଯାହା ସ୍ୱାସ୍ଥ୍ୟ ପାଇଁ ହିତକର। ସେହିଭଳି ଗୁଡ଼ରେ ଅଧିକ ମାତ୍ରାରେ ଶର୍କରା ଥିବାରୁ ଏହା ଶରୀରକୁ ପ୍ରଚୁର ମାତ୍ରାରେ ଶକ୍ତି ଯୋଗାଇଥାଏ।
ସେହିଭଳି ମଧୁମେହ ରୋଗୀ ନିଜ ଖାଦ୍ୟରେ ଗୁଡ଼କୁ ସାମିଲ କରିବା ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ନେବା ଉଚିତ। ତେବେ ଆସନ୍ତୁ ଜାଣିବା ଗୁଡ଼ ଖାଇଲେ ଶରୀରକୁ କ'ଣ ସବୁ ଉପକାରିତା ମିଳିଥାଏ।
ହୃଦୟ ଏବଂ କର୍କଟ ରୋଗରୁ ରକ୍ଷା କରେ - ଗୁଡ଼ରେ ଆଣ୍ଟିଅକ୍ସିଡାଣ୍ଟ ଭରପୂର ପରିମାଣରେ ରହିଛି ଯାହା ଶରୀରରେ ଥିବା କ୍ଷତିକାରକ ଫ୍ରି ରାଡିକାଲ୍ସ ସହ ଲଢ଼ି ହୃଦୟ ଏବଂ କର୍କଟ ରୋଗରୁ ରକ୍ଷା କରିଥାଏ।

ହଜମ କରିବାରେ ସହାୟକ- ଗୁଡ଼ ଖାଇବା ଦ୍ୱାରା ହଜମ କ୍ରିୟାରେ ସହାୟକ ହେବା ସହ କୋଷ୍ଠକାଠିନ୍ୟ ଓ ପେଟ ଫୁଲିବା ଭଳି ସମସ୍ୟାକୁ ମଧ୍ୟ ଦୂର କରିଥାଏ। ଏହା ପାଚନ କ୍ରିୟାକୁ ସୁସ୍ଥ ରଖିବାରେ ସହାୟକ ହୋଇଥାଏ।
ଯକୃତକୁ ସୁସ୍ଥ ରଖିଥାଏ- ଗୁଡ଼ ଏକ ପ୍ରାକୃତିକ ଡିଟକ୍ସିଫାୟର ଭଳି କାମ କରିଥାଏ। ଯାହା ଶରୀରରୁ ବିଷାକ୍ତ ପଦାର୍ଥକୁ ବାହାର କରି ଲିଭର ବା ଯକୃତକୁ ସୁସ୍ଥ ରଖିବାରେ ସାହାର୍ଯ୍ୟ କରିଥାଏ।
ଶରୀରକୁ ଶକ୍ତି ପ୍ରଦାନ କରେ- ଗୁଡ଼ରେ କମ୍ପେଲ୍ସ କାର୍ବୋହାଇଡ୍ରେଟ୍ ଥିବାରୁ ଏହା ଧୀରେ ଧୀରେ ଶରୀରକୁ ଶକ୍ତି ପ୍ରଦାନ କରିଥାଏ। ଯାହା ଦିନସାରା କାମ କରିବାରେ ଶରୀରକୁ ଶକ୍ତି ଯୋଗାଇଥାଏ।
ମାସିକ ଧର୍ମରେ ହେଉଥିବା ଯନ୍ତ୍ରଣାରୁ ରକ୍ଷା କରେ- ଗୁଡ଼ରେ ଥିବା ଆଇରନ୍ ଏବଂ ଭିଟାମିନ୍- B9 ଶରୀରର ରକ୍ତ ସଞ୍ଚାଳନକୁ ଠିକ୍ ରଖିବା ସହ ମାସିକ ଧର୍ମ ସମୟରେ ହେଉଥିବା ଯନ୍ତ୍ରଣାରୁ ରକ୍ଷା କରେ।
ରକ୍ତହୀନତା ଦୂରକରେ- ଗୁଡ଼ରେ ପ୍ରଚୁର ପରିମାଣରେ ଆଇରନ ରହିଛି। ଯାହା ଆଇରନର ଅଭାବ ଜନିତ ରକ୍ତହୀନତା ରୋଗୀମାନଙ୍କ ପାଇଁ ଏହା ଲାଭଦାୟକ ହୋଇଥାଏ। ସେହିଭଳି ପ୍ରତିଦିନ ଗୁଡ଼ ଖାଇଲେ ରକ୍ତରେ ହିମୋଗ୍ଲୋବିନର ମାତ୍ରା ବଢ଼ିଥାଏ।
ରୋଗ ପ୍ରତିରୋଧକ ଶକ୍ତି ବଢ଼ାଏ- ଗୁଡ଼ ଖାଇବା ଦ୍ୱାରା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ହୋଇଥାଏ। ଗୁଡ଼ରେ ଭିଟାମିନ୍ ଏବଂ ଖଣିଜ ପଦାର୍ଥ ଭରପୂର ମାତ୍ରାରେ ରହିଥାଏ, ଯାହା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବା ସହ ବିଭିନ୍ନ ରୋଗରୁ ଆମକୁ ରକ୍ଷା କରିଥାଏ।
ଶ୍ୱାସ ରୋଗରୁ ରକ୍ଷା କରେ- ଗୁଡ଼ରେ ଥିବା ଆଣ୍ଟି ଆଲର୍ଜି ଗୁଣ ଯାହା ଶ୍ୱାସପ୍ରଶ୍ୱାସ ଜନିତ ରୋଗରୁ ରକ୍ଷା କରିବା ସହ ଆସ୍ଥମା ଏବଂ ଆଲର୍ଜି ଭଳି ସମସ୍ୟାରୁ ରକ୍ଷା କରିଥାଏ।
ତ୍ୱଚାକୁ ସୁସ୍ଥ ରଖିଥାଏ- ଗୁଡ଼ ରକ୍ତକୁ ସଫା କରିବା ସହ ତ୍ୱଚାକୁ ସୁସ୍ଥ ଓ ସଫା ରଖିଥାଏ। ଏହା ମୁହଁରେ ହେଉଥିବା ବ୍ରଣ ଓ ଅନ୍ୟାନ୍ୟ ଚର୍ମ ସଙ୍କ୍ରମଣରୁ ମଧ୍ୟ ରକ୍ଷା କରିଥାଏ। ସେହିଭଳି ଗୁଡ଼ ଖାଇବା ଦ୍ୱାରା ଶରୀରରୁ ଓଜନ ହ୍ରାସ ମଧ୍ୟ ହୋଇଥାଏ।
-
ଟି୨୦ ବିଶ୍ୱକପରେ ଇତିହାସ ରଚିଲା ଭାରତ , ଗମ୍ଭୀରଙ୍କ ପାଇଁ ଇନଷ୍ଟା ପୋଷ୍ଟ୍ କଲେ ଧୋନୀ -
ଘରୋଇ ମାଟିରେ ଭାରତର ବଡ଼ ବିଜୟ, ଖୁସିରେ ଝୁମିଲେ ବିରାଟ -
ଭେନେଜୁଏଲାରୁ ୧୦୦ ନିୟୁତ ଡଲାର ମୂଲ୍ୟର ସୁନା ପାଇଛି ଆମେରିକାର ; ଗୃହ ସଚିବ -
ସାବଧାନ! ହାଡ଼କୁ ଦୁର୍ବଳ କରୁଛି ଏହି ସବୁ ଜିନିଷ -
ପାକିସ୍ତାନରେ ବଡ଼ ବିପର୍ଯ୍ୟୟ: ସ୍କୁଲ ଦୁଇ ସପ୍ତାହ ପାଇଁ ବନ୍ଦ, ଦରମା ୨୫% ହ୍ରାସ -
ଇରାନ ସହିତ ରୁଷ ଦୃଢ଼ ଭାବରେ ଛିଡା ହେବ; ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ -
ଅନ୍ତର୍ଜାତୀୟ ମହିଳା ଦିବସରେ ଆର୍ଟସ୍ ଅଫ୍ ଉଇଭିଂର ପ୍ରଥମ ସ୍ଥାପନା ଦିବସ ପାଳିତ -
ଆସିଲା ଗ୍ରୀଷ୍ମ ଋତୁ, ଏହି ସବୁ ସମସ୍ୟା ଥିଲେ ଭୁଲରେ ବି ଖାଆନ୍ତୁ ନାହିଁ ତରଭୁଜ -
UAE ରାଷ୍ଟ୍ରଦୂତଙ୍କ ବଡ ବୟାନ ; କହିଲେ ପ୍ରଧାନମନ୍ତ୍ରୀ ଗୋଟାଏ ଫୋନ୍ କଲ ଯୁଦ୍ଧରେ ଲଗାଇ ପାରିବ ବ୍ରେକ -
ମାର୍ଚ୍ଚ ୨୮ରୁ ଆଇପିଏଲ ଆରମ୍ଭ -
କେଜରିୱାଲଙ୍କ ସହ ଅନ୍ୟ ୨୩ ଜଣଙ୍କୁ ନୋଟିସ୍ ଜାରି କଲେ ହାଇକୋର୍ଟ -
ଭାରତରେ ମହିଳା କଣ୍ଠଶିଳ୍ପୀଙ୍କ ଗୀତ ଖୁବ୍ କମ୍ ଦେଖିବାକୁ ମିଳିଥାଏ ,ଜାଣନ୍ତୁ କାହିଁକି ଏମିତି କହିଲେ ଲୋକପ୍ରିୟ କଣ୍ଠଶିଳ୍ପୀ ଶ୍ର











Click it and Unblock the Notifications