ଦଶମ ପାସ କରିଥିଲେ ମିଳିବ ସେନାରେ ଚାକିରୀ !
ଏଣିକି ଯେଉଁମାନେ ଅଷ୍ଟମ ବା ଦଶମ ପାସ୍ କରିଛନ୍ତି ସେମାନେ ମଧ୍ୟ ସେନାରେ ଚାକିରି କରିବା ପାଇଁ ଆବେଦନ କରିପାରିବେ । ସେନାରେ ଟେକ୍ନିକାଲ ପଦବୀ, କ୍ଲର୍କ, ଷ୍ଟୋରକିପର୍ ଏବଂ ଅଗ୍ନିବୀର ଟ୍ରେଡସମ୍ୟାନ୍ ପଦବୀ ପାଇଁ ଅଷ୍ଟମ ଶ୍ରେଣୀ ପାସ କରିଥିବା ଯୁବକ ଯୁବତୀ ମାନେ ଆପଲାଏ କରିପାରିବେ ।
ସେନାରେ ଭର୍ତ୍ତି ହେବାକୁ ଚାହୁଁଥିବା ଆଶାୟୀ ଏପ୍ରିଲ ୨୫ ତାରିଖ ସୁଦ୍ଧା ଆର୍ମି ପୋର୍ଟାଲ ଜାଇ ଆବେଦନ କରି ପାରିବେ । ଏହି ପୋଷ୍ଟ ପାଇଁ ଆବେଦନ କରୁଥିବା ପ୍ରାର୍ଥୀଙ୍କ ବୟସ ୧୭ରୁ ୨୧ ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ ଏବଂ ସମସ୍ତ ଆଶାୟୀ ନିଜ ମୋବାଇଲ ନମ୍ୱର ସହ ଆଧାର ଲିଙ୍କ୍ କରିବା ନିହାତି ଆବଶ୍ୟକ ରହିଛି । www.joinindianarmy.nic.in ଭିଜିଟ୍ କରି ଏଥିରେ ଆବେଦନ ପ୍ରକ୍ରିକା ବିଷୟରେ ସମ୍ପୁର୍ଣ୍ଣ ସୂଚନା ପାଇପାରିବେ ।

ସେହିପରି ଟେକ୍ନିକାଲ ପଦବୀ ପାଇଁ ପ୍ରାର୍ଥୀଙ୍କୁ ଆଇଟିଆଇ କରିଥିବା ଆବଶ୍ୟକ । କେବଳ ଏହି ପଦବୀ ପାଇଁ ବୋନସ ମାର୍କ ଲାଗୁ ହେବ । ଅନ୍ୟ କୌଣସି ପଦବୀ ପାଇଁ ବୋନସ ମାର୍କ ଗଣା ଯିବନାହିଁ । ପ୍ରତ୍ୟେକ ଆଶାୟୀ ନିଜ ଯୋଗ୍ୟତା ଅନୁଯାୟୀ ଯେକୌଣସି ଦୁଇଟି ପଦବୀ ପାଇଁ ଆବେଦନ କରି ପାରିବେ । ତେବେ ଏଥିପାଇଁ ଅଲଗା ଅଲଗା ଫର୍ମ ଭରିବା ପାଇଁ ପଡିବ ଏବଂ ଦୁଇଟି ପ୍ରବେଶିକା ପରୀକ୍ଷା ଦେବା ପାଇଁ ମଧ୍ୟ ପଡିବ ।












Click it and Unblock the Notifications