Get Updates
Get notified of breaking news, exclusive insights, and must-see stories!

SSC Recruitment 2024: ପୂରଣ ହେବ ୫ ହଜାରରୁ ଅଧିକ ପଦବୀ, ତୁରନ୍ତ କରନ୍ତୁ ଆବେଦନ

କର୍ମଚାରୀ ଚୟନ ଆୟୋଗ (SSC) ଅନେକ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞାପନ ପ୍ରକାଶ କରିଛି । ଏହି ନିଯୁକ୍ତି ମାଧ୍ୟମରେ ମୋଟ ୫୩୬୯ ପଦବୀ ପୂରଣ ହେବ । ଦଶମ ପାଶ୍ ପ୍ରାର୍ଥୀଙ୍କ ଠାରୁ ଆରମ୍ଭ କରି ଗ୍ରାଜୁଏସନ ପିଲା ମାନେ ଏହି ସୁଯୋଗ ନେଇପାରିବେ ।

ଏଥିରେ ଆବେଦନ ପାଇଁ ଯୋଗ୍ୟ ଓ ଆଗ୍ରହୀ ପ୍ରାର୍ଥୀମାନେ SSC ର ଅଫିସିଆଲ୍ ୱେବ୍‌ସାଇଟ୍ www.ssc.nic.in କୁ ଯାଇ ଅନ୍‌ଲାଇନ୍‌ରେ ଆବେଦନ କରିପାରିବେ । ଏହି ବିଜ୍ଞାପନ ଅନୁଯାୟୀ ପ୍ରଥମ ପର୍ଯ୍ୟାୟ XII / 2024 ପାଇଁ ପ୍ରାର୍ଥୀ ଚୟନ ହେବେ।

ଅନ୍‌ଲାଇନ୍ ମାଧ୍ୟମରେ ଏଥିପାଇଁ ଆବେଦନ କରିପାରିବେ । ଏଥିପାଇଁ ଉଭୟ ପୁରୁଷ ଓ ମହିଳା ଆବେଦନ କରିପାରିବେ । ଅନ୍‌ଲାଇନ୍ ଆବେଦନ ଆରମ୍ଭ ୨୬ ଫେବୃଆରୀ ୨୦୨୪ରୁ ଆରମ୍ଭ ହୋଇଥିବା ବେଳେ ଅନ୍‌ଲାଇନ୍ ଆବେଦନ ୧୮ ମାର୍ଚ୍ଚ ୨୦୨୪ରେ ଶେଷ ହେବ । ପରୀକ୍ଷା ୬ ଓ ୮ ମେ ୨୦୨୪ରେ ହୋଇପାରେ।

SSC Recruitment 2024

ବୟସ ସୀମା:
ସର୍ବନିମ୍ନ ବୟସ - ୧୮ ବର୍ଷ
ସର୍ବାଧିକ ବୟସ - ୩୦ ବର୍ଷ
ବୟସ କୋହଳ:
OBC - ୦୩ ବର୍ଷ
ST / SC / PWD/ESM - ୦୫ ବର୍ଷ
PWD + SC / ST- ୧୫ ବର୍ଷ

ଆବେଦନ ଶୁଳ୍କ:
ସାଧାରଣ ବର୍ଗ/ EWS / - ୧୦୦ ଟଙ୍କା
ଅନ୍ୟମାନେ - ଦେୟମୁକ୍ତ

ଖାଲି ପଦବୀ:
UR - ୨୫୪୦ଟି ପୋଷ୍ଟ୍‌
EWS - ୪୬୭ଟି ପୋଷ୍ଟ
OBC - ୧୩୩୨ଟି ପୋଷ୍ଟ୍
SC - ୬୮୭ଟି ପୋଷ୍ଟ୍‌
ST - ୩୪୩ଟି ପୋଷ୍ଟ୍‌
ମୋଟ୍ ପଦବୀ - ୫୩୬୯ଟି ପୋଷ୍ଟ୍‌

ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ୍:
ସମସ୍ତ ଶିକ୍ଷାଗତ ପ୍ରମାଣପତ୍ର ଏବଂ ମାର୍କସିଟ୍
ସମ୍ପ୍ରତି ପାସପୋର୍ଟ ଆକାରର ଫଟୋ
ଜାତି ପ୍ରମାଣପତ୍ର
ଆଧାର କାର୍ଡ
ଆବାସିକ ପ୍ରମାଣପତ୍ର
ଅଭିଜ୍ଞତା ପ୍ରମାଣପତ୍ର
ଚାକିରି ବିନିମୟ ପ୍ରମାଣପତ୍ର
ଭୋଟର ପରିଚୟ ପତ୍ର

କିପରି କରିବେ ଆବେଦନ:
www.ssc.nic.in କୁ ଯାଆନ୍ତୁ । "ପଞ୍ଜିକରଣ" ଉପରେ କ୍ଲିକ୍ କରନ୍ତୁ । ପଞ୍ଜିକରଣ କରନ୍ତୁ ଏବଂ ପାସ୍‌ୱାର୍ଡ ଏବଂ ପଞ୍ଜୀକରଣ ନମ୍ବର ମନେରଖନ୍ତୁ । ପାସ୍‌ୱାର୍ଡ ଏବଂ ପଞ୍ଜୀକରଣ ନମ୍ବର ଦେଇ ଲଗ୍ ଇନ୍ କରନ୍ତୁ । Phase XII/2024 selection posts Exam ପାଇଁ ଆବେଦନ ଲିଙ୍କ୍‌ ଚୟନ କରନ୍ତୁ । ଆବେଦନ ଫର୍ମ ପୂରଣ କରନ୍ତୁ ।
ଆବେଦନ ଶୁଳ୍କ ଦିଅନ୍ତୁ । ଆବଶ୍ୟକୀୟ ଡକ୍ୟୁମେଣ୍ଟ୍ ଅପ୍‌ଲୋଡ୍ କରନ୍ତୁ । ଫର୍ମ ଦାଖଲ କରନ୍ତୁ । ଆବେଦନ ଫର୍ମର ଏକ ପ୍ରିଣ୍ଟ୍ କାଢନ୍ତୁ । ଆଉ ନିଜ ପାଖରେ ରଖନ୍ତୁ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+