SSC JOB: ତୁରନ୍ତ କରନ୍ତୁ ଆବେଦନ, କରନ୍ତୁ ସରକାରୀ ଚାକିରି
ସରକାରୀ ଚାକିରି ଖୋଜୁଥିବା ବ୍ୟକ୍ତିଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। କର୍ମଚାରୀ ଚୟନ ଆୟୋଗ (SSC) ଏହି ସୁଯୋଗ ନେଇଆସିଛି । ବିଜ୍ଞପ୍ତି ମଧ୍ୟ ପ୍ରକାଶ ପାଇଛି । ଆପଣ ଯଦି ଭାରତ ସରକାରର ଏହି ବିଭାଗରେ ଚାକିରି କରିବାକୁ ଚାହାନ୍ତି ତେବେ ତୁରନ୍ତ ଆବେଦନ କରନ୍ତୁ ।
ଏହି ନିଯୁକ୍ତି ମାଧମରେ ମଲ୍ଟି ଟାସ୍କିଂ କର୍ମଚାରୀ ( MTS )ଏବଂ ହାବିଲ୍ଦାର ପଦବୀ ପୂରଣ ହେବ । ଏନେଇ ଅନ୍ଲାଇନ୍ ମାଧ୍ୟମରେ ଆବେଦନ କରିବାକୁ ପଡିବ । ଏନେଇ ଉଭୟ ପୁରୁଷ ଓ ମହିଳା ଆବେଦନ କରିପାରିବେ ।
ଦଶମ ପାଶ୍ କରିଥିବା ପିଲା ଏହାର ସୁଯୋଗ ନେଇପାରିବେ। ଏହି ନିଯୁକ୍ତି ମାଧ୍ୟରେ ୮ ହଜାରରୁ ଅଧିକ ପଦବୀ ପୂରଣ ହେବ । ଯୋଗ୍ୟ ଓ ଆଗ୍ରହୀ ପ୍ରାର୍ଥୀମାନେ SSC ର ଅଫିସିଆଲ୍ ୱେବ୍ସାଇଟ୍ ssc.gov.in କୁ ଯାଇ ଆବେଦନ କରିପାରିବେ ।
ଅନ୍ଲାଇନ୍ ଆବେଦନ ଆରମ୍ଭ - ୨୭ ଜୁନ୍ ୨୦୨୪

MTS - ୪୮୮୭ଟି ପୋଷ୍ଟ୍
ହାବିଲ୍ଦାର(ସିବିଆଇସି/ସିବିଏନ୍) - ୩୪୩୯ଟି ପୋଷ୍ଟ୍
ମୋଟ୍ - ୮୩୨୬ଟି ପୋଷ୍ଟ୍
ଶିକ୍ଷାଗତ ଯୋଗ୍ୟତା:
ଯେକୌଣସି ସ୍ୱୀକୃତିପ୍ରାପ୍ତ ବୋର୍ଡରୁ ଦଶମ ପାଶ୍
ବୟସ ସୀମା:
ସର୍ବନିମ୍ନ ବୟସ - ୧୮ ବର୍ଷ
ସର୍ବାଧିକ ବୟସ - ୨୫/୨୭ ବର୍ଷ
ବୟସ ଗଣନା ୦୧।୦୮।୨୦୨୪ ଅନୁସାରେ ହେବ
ଦରମା:
ସର୍ବନିମ୍ନ ମାସିକ ଦରମା - ୩୦, ୦୦୦ ଟଙ୍କା
ସର୍ବାଧିକ ମାସିକ ଦରମା - ୧୨୦, ୦୦୦ ଟଙ୍କା
ଆବେଦନ ଶୁଳ୍କ:
ସାଧାରଣ ବର୍ଗ/OBC/EWS - ୧୦୦ଟଙ୍କା
SC/ST/PWBD/ESM - ଦେୟ ମୁକ୍ତ
ଚୟନ ପ୍ରକ୍ରିୟା:
କମ୍ପ୍ୟୁଟର୍ ଆଧାରିତ ପରୀକ୍ଷା
ଶାରୀରିକ ଦକ୍ଷତା ଟେଷ୍ଟ୍(PET)
ଶାରୀରିକ ମାନକ ଟେଷ୍ଟ୍(PST)
ଡକ୍ୟୁମେଣ୍ଟ୍ ଯାଞ୍ଚ
ପରୀକ୍ଷା ପାଇଁ ଭାଷା:
ଇଂରାଜୀ ଓ ହିନ୍ଦି ସହିତ ଅସମିୟା, ବଙ୍ଗାଳୀ, ଗୁଜୁରାଟୀ, କନ୍ନଡ, କୋଙ୍କଣୀ, ମଲୟାଲମ୍, ମଣିପୁରୀ, ମରାଠୀ, ଓଡିଆ, ପଞ୍ଜାବୀ, ତାମିଲ, ତେଲୁଗୁ ଓ ଉର୍ଦ୍ଧୁରେ ହେବ












Click it and Unblock the Notifications