SSB Exam: ୭୮୬ଟି ଅଧ୍ୟାପକ ପଦବୀ ହେବ ପୂରଣ, ତୁରନ୍ତ କରନ୍ତୁ ଆବେଦନ
SSB Exam: ପୂରଣ ହେବ ଅଧ୍ୟାପକ ପଦବୀ । ରାଜ୍ୟରେ ଥିବା ଅନୁଦାନପ୍ରାପ୍ତ ବେସରକାରୀ କଲେଜଗୁଡ଼ିକରେ ୭୮୬ଟି ଅଧ୍ୟାପକ ପଦବୀ ପୂରଣ ହେବ । ଏ ନେଇ ଉଚ୍ଚ ଶିକ୍ଷା ବିଭାଗ ବିଜ୍ଞପ୍ତି ପ୍ରକାଶ କରିଛି ।
ଆବେଦନ ତାରିଖ:
ଆଗ୍ରହୀ ଓ ଯୋଗ୍ୟ ପ୍ରାର୍ଥୀମାନେ ମାର୍ଚ୍ଚ ୨୦ ତାରିଖ ଅପରାହ୍ନ ଗୋଟାଏରୁ ଅନ୍ଲାଇନ୍ରେ ଆବେଦନ କରିପାରିପାରିବେ ।
ଅନ୍ଲାଇନ ଆବେଦନର ଏପ୍ରିଲ ୧୯ ତାରିଖରେ ଶେଷ ହେବ ।

କିପରି କରିବେ ଆବେଦନ
ପ୍ରାର୍ଥୀମାନେ SSB ର ୱେସାଇଟ www.ssbodisha.ac.in କୁ ଯାଇ ଅନ୍ଲାଇନ୍ରେ ଆବେଦନ କରି ପାରିବେ । କେବଳ ଅନ୍ଲାଇନ୍ରେ ଆବେଦନ ହେବ।
ବୟସ ସୀମା
୨୦୨୪ ଜାନୁଆରୀ ୧ ତାରିଖ ସୁଦ୍ଧା ପ୍ରାର୍ଥୀଙ୍କୁ ୨୧ ବର୍ଷ ହୋଇଥିବ । ସେହିପରି ପ୍ରାର୍ଥୀମାନଙ୍କ ବୟସ ୪୨ ବର୍ଷରୁ ଅଧିକ ନହୋଇଥିବା ଆବଶ୍ୟକ । ପ୍ରାର୍ଥୀମାନେ ୧୯୮୨ ଜାନୁଆରୀ ୨ ତାରିଖ ପୂର୍ବରୁ ଓ ୨୦୦୩ ଜାନୁଆରୀ ୧ ତାରିଖ ପରେ ଜନ୍ମ ହୋଇନଥିବା ଆବଶ୍ୟକ।
ବୟସ ସୀମା କୋହଳ:
ଏସ୍ସି, ଏସ୍ଟି, ଏସ୍ଇବିସି, ମହିଳା ଓ ଏକ୍ସ-ସର୍ଭିସମ୍ୟାନଙ୍କ ପାଇଁ ସର୍ବାଧିକ ବୟସ ସୀମାରେ ୫ ବର୍ଷ କୋହଳ । ସେହିଭଳି ଦିବ୍ୟାଙ୍ଗଙ୍କ ପାଇଁ ସର୍ବାଧିକ ବୟସ ସୀମାରେ ୧୦ ବର୍ଷ କୋହଳ ।
ଶିକ୍ଷାଗତ ଯୋଗ୍ୟତା
ଯେଉଁ ବିଷୟ ଗୁଡ଼ିକରେ ଏହି ନିଯୁକ୍ତି ହେବ ସେହି ବିଷୟରେ ପ୍ରାର୍ଥୀମାନେ ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ ଅତିକମ୍ରେ ୫୫% ମାର୍କ ରଖି ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଥିବା ଆବଶ୍ୟକ । ତେବେ ଏସ୍ସି, ଏସ୍ଟି, ଏସ୍ଇବିସି, ମହିଳା, ଏକ୍ସ-ସର୍ଭିସମ୍ୟାନ ଓ ଦିବ୍ୟାଙ୍ଗ ପ୍ରାର୍ଥୀମାନେ ଯେକୌଣସି ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ ୫୦% ମାର୍କ ରଖି ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଥିବା ଆବଶ୍ୟକ ।
ଦରମା
ଏହି ୭୮୬ଟି ଅଧ୍ୟାପକ ପଦରେ ଯେଉଁମାନେ ନିଯୁକ୍ତି ପାଇବେ ସେମାନଙ୍କ ପେ' ସ୍କେଲ୍ ୪୪,୯୦୦ରୁ ୧,୪୨,୪୦୦ ଟଙ୍କା ରହିଛି।












Click it and Unblock the Notifications