SECL Recruitment: ଖାଲି ପଡ଼ିଛି ୧୪୨୫ ପୋଷ୍ଟ, ତୁରନ୍ତୁ କରନ୍ତୁ ଆବେଦନ
SECL (ସାଉଥ୍ ଇଷ୍ଟର୍ଣ୍ଣ କୋଲଫିଲ୍ଡସ୍ ଲିମିଟେଡ୍) ରେ କରନ୍ତୁ ଚାକିରି । ୧୪୨୫ ପୋଷ୍ଟ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଆବେଦନର ଶେଷ ତାରିଖ ହେଉଛି ୨୭ ଫେବ୍ରୁଆରୀ ୨୦୨୪ । ଆଶାୟୀ ପ୍ରାର୍ଥୀ SECL ର ଅଫିସିଆଲ୍ ୱେବସାଇଟ୍ secl-cil.in ରେ ଯାଇ ଆବେଦନ କରିପାରିବେ ।
ଆଶାୟୀ ପ୍ରାର୍ଥୀ ଇଞ୍ଜିନିୟରିଂର ଆପ୍ରେଣ୍ଟିସ୍ସିପ୍ ୪ ବର୍ଷର ସ୍ନାତକୋତ୍ତର ତଥା ଡିଗ୍ରୀ ଅଥବା ଇଞ୍ଜିନିୟରିଂର ଟେକନିସିଆନ୍ ଶାଖାରେ ୩ ବର୍ଷର ଡିପ୍ଲୋମା କରିଥିବା ନିହାତି ଆବଶ୍ୟକ । ଆଶାୟୀ ସରକାରଙ୍କ ସ୍ୱୀକୃତିପ୍ରାପ୍ତ ଅନୁଷ୍ଠାନରୁ ଏହି ଡିଗ୍ରୀ ହାସଲ କରିଥିବେ । ଅଧିକ ବିବରଣୀ ପାଇଁ ପ୍ରାର୍ଥୀମାନେ SECL ର ଅଫିସିଆଲ୍ ୱେବସାଇଟ୍ secl-cil.in ଯାଇ ଦେଖିପାରିବେ।

ଚୟନ ପ୍ରକ୍ରିୟା: ଇଞ୍ଜିନିୟରିଂ / ଡିପ୍ଲୋମା ପାସ୍ କରିବାର ତାରିଖ ଅନୁଯାୟୀ ପ୍ରାର୍ଥୀଙ୍କ ସର୍ଟଲିଷ୍ଟ ହେବ । ପରେ ଅସ୍ଥାୟୀ ଭାବେ ମନୋନୀତ ପ୍ରାର୍ଥୀମାନଙ୍କୁ ପ୍ରଥମେ ଡକ୍ୟୁମେଣ୍ଟ ଯାଞ୍ଚ କରାଯିବ । ଏହାପରେ ଡାକ୍ତରୀ ପରୀକ୍ଷାରେ ଫିଟ୍ ମିଳିବା ପରେ ତାଲିମ ପାଇଁ ଅନୁମତି ଦିଆଯିବ । ମାର୍ଚ୍ଚ ୧୫ ରୁ ଡକ୍ୟୁମେଣ୍ଟ ଯାଞ୍ଚ ପ୍ରକ୍ରିୟା ଆରମ୍ଭ ହେବ ।
ପଦବୀ ବିବରଣୀ:
ଗ୍ରାଜୁଏଟ୍ ଆପ୍ରେଣ୍ଟିସ୍- ୩୫୦ ପୋଷ୍ଟ
ଟେକ୍ନିସିଆନ୍ ଆପ୍ରେଣ୍ଟିସ୍- ୧୦୭୫ ପୋଷ୍ଟ
ଅଧିକ ପଢ଼ନ୍ତୁ: ଗ୍ରାଜୁଏସନ୍ କରିଥିଲେ SBIରେ ଚାକିରି; ବର୍ଷକୁ ପାରିଶ୍ରମିକ ୨୪.୫୦ ଲକ୍ଷ












Click it and Unblock the Notifications