Get Updates
Get notified of breaking news, exclusive insights, and must-see stories!

SBI CBO Recruitment 2025: ଏସବିଆଇ CBOର ୩୩୨୩ ପଦବୀ ପାଇଁ ରେଜିଷ୍ଟ୍ରେଶନ ଆରମ୍ଭ , କରନ୍ତୁ ଆବେଦନ

ଭାରତୀୟ ଷ୍ଟେଟ ବ୍ୟାଙ୍କ (SBI) ସର୍କଲ ବେସଡ ଅଫିସର (CBO) ନିଯୁକ୍ତି ପାଇଁ ଅନଲାଇନ ଆବେଦନ ପ୍ରକ୍ରିୟା ଆରମ୍ଭ କରିଛି। ଆବେଦନ ଦାଖଲର ଶେଷ ତାରିଖ ୨୯ ମେ'।

ଯୋଗ୍ୟ ପ୍ରାର୍ଥୀମାନେ ସରକାରୀ ୱେବସାଇଟ sbi.co.in କୁ ଯାଇ ସେମାନଙ୍କର ଆବେଦନ ଦାଖଲ କରିପାରିବେ। ଏହି ନିଯୁକ୍ତି ଅଧୀନରେ ୩୩୨୩ଟି ଖାଲି ପଦବୀ ପୂରଣ କରାଯିବ।

ଏହି ପରୀକ୍ଷାରେ ଚୟନ ଅନଲାଇନ ପରୀକ୍ଷା, ସ୍କ୍ରିନିଂ, ସାକ୍ଷାତକାର ଏବଂ ସ୍ଥାନୀୟ ଭାଷା ପରୀକ୍ଷା ଉପରେ ଆଧାରିତ ହେବ।

SBI CBO Recruitment 2025

SBI CBO 2025 ଯୋଗ୍ୟତା
ଶିକ୍ଷାଗତ ଯୋଗ୍ୟତା: ଆବେଦନକାରୀମାନେ ଏକ ସ୍ବୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ ଯେକୌଣସି ବିଭାଗରେ ସ୍ନାତକ ଡିଗ୍ରୀ କିମ୍ବା ଭାରତ ସରକାରଙ୍କ ଦ୍ୱାରା ସ୍ବୀକୃତିପ୍ରାପ୍ତ ସମକକ୍ଷ ଯୋଗ୍ୟତା ହାସଲ କରିଥିବା ଆବଶ୍ୟକ। ମେଡିସିନ, ଇଞ୍ଜିନିୟରିଂ, ଚାଟାର୍ଡ ଆକାଉଣ୍ଟାନ୍ସି କିମ୍ବା କଷ୍ଟ ଆକାଉଣ୍ଟାନ୍ସିରେ ଡିଗ୍ରୀ ଥିବା ପ୍ରାର୍ଥୀମାନଙ୍କୁ ମଧ୍ୟ ସୁଯୋଗ ଦିଆଯିବ।

ବୟସ ସୀମା: ଆବେଦନକାରୀଙ୍କ ବୟସ ୨୧ ରୁ ୩୦ବର୍ଷ ମଧ୍ୟରେ ହେବା ଆବଶ୍ୟକ (ଜନ୍ମ ୧ ମଇ ୧୯୯୫ ରୁ ୩୦ ଏପ୍ରିଲ ୨୦୦୪ ମଧ୍ୟରେ, ଉଭୟ ତାରିଖ ଅନ୍ତର୍ଭୁକ୍ତ)।

ଆବେଦନ ଶୁଳ୍କ
SBI CBO ଆବେଦନ ଫି ୨୦୨୫
ସାଧାରଣ/ଓବିସି/ଇଡବ୍ଲୁଏସ: ୭୫୦ ଟଙ୍କା
ଅନୁସୂଚିତ ଜାତି/ଜାତ/ପିଡବ୍ଲୁବିଡି: କିଛି ନାହିଁ
ଆବେଦନ ଶୁଳ୍କ କିପରି ଦେବେ
ଆବେଦନ ଫି ଡେବିଟ/କ୍ରେଡିଟ କାର୍ଡ, ନେଟ ବ୍ୟାଙ୍କିଂ କିମ୍ବା UPI ମାଧ୍ୟମରେ ଅନଲାଇନରେ ପୈଠ କରାଯିବ।
କିପରି ଆବେଦନ କରିବେ
SBIର ଅଫିସିଆଲ ୱେବସାଇଟ sbi.co.in ପରିଦର୍ଶନ କରନ୍ତୁ।
ହୋମପେଜରେ ଥିବା କ୍ୟାରିଅର ବିଭାଗରେ କ୍ଲିକ କରନ୍ତୁ।
SBI CBO 2025 ଆବେଦନ ଲିଙ୍କ ଉପରେ କ୍ଲିକ କରନ୍ତୁ।
ଆପଣଙ୍କର ନାମ, ମୋବାଇଲ ନମ୍ବର ଏବଂ ଇମେଲ ଆଇଡି ସହିତ ପଞ୍ଜୀକରଣ କରନ୍ତୁ।
ଆପଣଙ୍କର ଶିକ୍ଷାଗତ ଏବଂ ବ୍ୟକ୍ତିଗତ ବିବରଣୀ ପୂରଣ କରନ୍ତୁ।
ଆବଶ୍ୟକୀୟ ଡକ୍ୟୁମେଣ୍ଟଗୁଡ଼ିକ ଅପଲୋଡ କରନ୍ତୁ।
ସ୍କାନ ହୋଇଥିବା ଫଟୋଗ୍ରାଫ ଏବଂ ଦସ୍ତଖତ।
ଆବେଦନ ଶୁଳ୍କ ପୈଠ କରନ୍ତୁ।
ଫର୍ମ ଦାଖଲ କରନ୍ତୁ ଏବଂ ଭବିଷ୍ୟତ ଆବଶ୍ୟକତା ପାଇଁ ନିଶ୍ଚିତକରଣ ପୃଷ୍ଠାକୁ ଶେଭ କରନ୍ତୁ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+