Job in Railway: ରେଳବାଇର ୯୦୦୦ ପଦବୀ ହେବ ପୂରଣ, ତୁରନ୍ତ କରନ୍ତୁ ଆବେଦନ, ଜାଣନ୍ତୁ ସଂପୂର୍ଣ୍ଣ ବିବରଣୀ
ରେଳବାଇରେ କରନ୍ତୁ ଚାକିରି । ଆଉ ତୁରନ୍ତ କରନ୍ତୁ ଆବେଦନ । ରେଳବାଇର ୯୦୦୦ ପଦବୀ ପୂରଣ ହେବ । ବିଭିନ୍ନ ପଦବୀରେ ନିଯୁକ୍ତି ପାଇଁ ରେଳବାଇ ବିଜ୍ଞପ୍ତି ପ୍ରକାଶ କରିଛି । ଆପଣ ଯଦି ଗ୍ରାଜୁଏସନ ପାସ୍ କରିଥିବେ ଏହି ସୁଯୋଗ ମଧ୍ୟ ନେଇପାରିବେ।
ଯୋଗ୍ୟ ଓ ଆଗ୍ରହୀ ପ୍ରାର୍ଥୀମାନେ RRB ର ଅଫିସିଆଲ୍ ୱେବ୍ସାଇଟ୍ https://indianrailways.gov.inକୁ ଯାଇ ଅନ୍ଲାଇନ୍ରେ ଆବେଦନ କରିପାରିବେ।
ଯେଉଁମାନେ ରେଳବାଇରେ ଚାକିରି କରିବାକୁ ଚାହୁଁଛନ୍ତି ସେମାନଙ୍କ ପାଇଁ ଏହା ଏକ ସୁବର୍ଣ୍ଣ ସୁଯୋଗ ରହିଛି । ଏହି ନିଯୁକ୍ତି ମାଧ୍ୟମରେ ଟେକ୍ନିସିଆନ ଓ ସିଗ୍ନାଲ୍ ପଦବୀ ପୂରଣ ହେବ ।
ଏହି ନିଯୁକ୍ତି ପାଇଁ ଆବେଦନ ପ୍ରକ୍ରିୟା ଅନ୍ଲାଇନ୍ରେ ହେବ । ଅନ୍ଲାଇନ୍ ଆବେଦନ ୦୯ ମାର୍ଚ୍ଚ ୨୦୨୪ ରୁ ଆରମ୍ଭ ହେବ । ଅନ୍ଲାଇନ୍ ଆବେଦନ ୦୮ ଏପ୍ରିଲ୍ ୨୦୨୪ରେ ଶେଷ ହେବ ।

ଟେକ୍ନିସିଆନ୍ ଗ୍ରେଡ୍ I ସିଗନାଲ୍ ପାଇଁ ୧୧୦୦ ପୋଷ୍ଟ୍ ବାହାରିଥିବା ବେଳେ ଟେକ୍ନିସିଆନ୍ ଗ୍ରେଡ୍ III ସିଗନାଲ୍ ପାଇଁ ୭୯୦୦ ପୋଷ୍ଟ୍ ରହିଛି ।
ମୋଟ୍ ୯୦୦୦ ପୋଷ୍ଟ୍ ପୂରଣ ହେବ ।
ବୟସ ସୀମା:
ଟେକ୍ନିସିଆନ୍ ଗ୍ରେଡ୍ I ସିଗନାଲ୍ ପାଇଁ ଆବେଦନର ବୟସ ସୀମା ୧୮ ରୁ ୩୬ ବର୍ଷ ରହିଛି । ସେହିପରି ଟେକ୍ନିସିଆନ୍ ଗ୍ରେଡ୍ III ସିଗନାଲ୍ ପାଇଁ ବୟସ ସୀମା ୧୮ ରୁ ୩୩ ବର୍ଷ ରହିଛି । ଟେକ୍ନିସିଆନ୍ ଗ୍ରେଡ୍ I ସିଗନାଲ୍ ମାସିକ ଦରମା ୨୯,୨୦୦ ଟଙ୍କା ଥିବା ବେଳେ, ଟେକ୍ନିସିଆନ୍ ଗ୍ରେଡ୍ III ସିଗନାଲ୍ ପଦବୀର ଦରମା ୧୯,୯୦୦ ଟଙ୍କା ରହିଛି ।
ଆବେଦନ ଟଙ୍କା:
SC/ST, EMS,PwBD, OBC, ମହିଳା, ଦିବ୍ୟାଙ୍ଗ, ଟ୍ରାନ୍ସଜେଣ୍ଡର, ଅଳ୍ପସଂଖ୍ୟକ - ୨୫୦ ଟଙ୍କା
ଅନ୍ୟମାନେ - ୫୦୦ ଟଙ୍କା












Click it and Unblock the Notifications