For Quick Alerts
Turn On Notification  
For Daily Alerts
Oneindia App Download

୧ ଲକ୍ଷ ନିଯୁକ୍ତି ଦେବ ଭାରତରେ ଗେମିଂ ଇଣ୍ତଷ୍ଟ୍ରି, ପଢନ୍ତୁ ସମ୍ପୁର୍ଣ୍ଣ ଖବର

୧ ଲକ୍ଷ ନିଯୁକ୍ତି ଦେବ ଭାରତରେ ଗେମିଂ ଇଣ୍ତଷ୍ଟ୍ରି, ପଢନ୍ତୁ ସମ୍ପୁର୍ଣ୍ଣ ଖବର

|

ଭୁବନେଶ୍ୱର: ଭାରତରେ ଗେମିଂ ଇଣ୍ତଷ୍ଟ୍ରିରେ ଆସିବା ପାଇଁ ଯାଉଛି ବଡ଼ ପରିବର୍ତ୍ତିନ, ସୃଷ୍ଟି ହେବ ୧ ଲକ୍ଷ ନିଯୁକ୍ତି । ଆର୍ଥିକ ବର୍ଷ (FY)୨୦୨୩ ରେ, ଭାରତରେ ଗେମିଂ ୨୦-୩୦% ବୃଦ୍ଧି ପାଇବ ଏବଂ ଏହି କ୍ଷେତ୍ରରେ ୧୦୦,୦୦୦ ନିଯୁକ୍ତି ସୃଷ୍ଟି ହେବ ନେଇ ପୂର୍ବାନୁମାନ କରାଯାଇଛି ।

Gaming

୫୦,୦୦୦ ଲୋକ ଏହି କ୍ଷେତ୍ରରେ କାର୍ଯ୍ୟ କରନ୍ତି, ସେମାନଙ୍କ ମଧ୍ୟରୁ ୩୦% ପ୍ରୋଗ୍ରାମର ଏବଂ ଡେଭଲପର ରହିଛନ୍ତି । ୨୦୧୯ ଆର୍ଥିକ ବର୍ଷରେ ୭,୦୩୭ କୋଟିରୁ ୨୦୨୨ ଆର୍ଥିକ ବର୍ଷରେ ୧୪,୩୦୦ କୋଟି ଟଙ୍କା ପର୍ଯ୍ୟନ୍ତ ଏହା ମୂଲ୍ୟରେ ବୃଦ୍ଧି ପାଇଛି । ଟିମ୍ ଲିଜ୍ ଡିଜିଟାଲର 'Gaming- Tomorrow's Blockbuster' ଅନୁସନ୍ଧାନ ଅନୁଯାୟୀ, ୨୦୨୬ ଆର୍ଥିକ ବର୍ଷରେ ଏହି ଇଣ୍ତଷ୍ଟ୍ରିର ମୂଲ୍ୟ ୩୮,୦୯୭ କୋଟି ହେବ ଏବଂ ଆସନ୍ତା ସାତ ବର୍ଷ ମଧ୍ୟରେ ପାଞ୍ଚ ଗୁଣ ବୃଦ୍ଧି ହେବାନେଇ ଅନୁମାନ କରାଯାଉଛି ।

ଗେମିିଂ ଇଣ୍ଡଷ୍ଟ୍ରିରେ ୟୁଜର୍ସଙ୍କ ରୁଚି ଏବଂ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଥିବାରୁ ଆସନ୍ତା କିଛି ବର୍ଷ ମଧ୍ୟରେ ଏହି କ୍ଷେତ୍ରରେ ବଡ଼ ପରିବର୍ତ୍ତନ ଆସିବା ପାଇଁ ଯାଉଛି । ଏହି ସେକ୍ଟର ଅର୍ଥାତ୍ ଗେମିଂ ଇଣ୍ଡଷ୍ଟ୍ରିରେ ସୃଷ୍ଟି ହେବା ପାଇଁ ଯାଉଛି ନିଯୁକ୍ତି । ବାରମ୍ବାର ପରିବର୍ତ୍ତନ ପାଇଁ ଅନେକ ବାଧାବିଘ୍ନ ସୃଷ୍ଟି ହେବା ସତ୍ୟେ FY23 ସୁଦ୍ଧା ଗେମିଂ ଇଣ୍ଡଷ୍ଟ୍ରିରେ ୧ଲକ୍ଷ ନିଯୁକ୍ତି ସୃଷ୍ଟି ହୋଇପାରେ ଏନେଇ ସୂଚନା ଦେଇଛନ୍ତି ଟିମଲିସ୍ ଡିଜିଟାଲର ( TeamLease Digital) ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ Sunil Chemmankotil ।

୨୦୨୩ ଆର୍ଥିକ ବର୍ଷରେ, ଏହି ଇଣ୍ତଷ୍ଟ୍ରି ୭୮୦ କୋଟି ଟଙ୍କା ଏଫଡିଆଇ ଆଣିବ ବୋଲି ଆଶା କରାଯାଉଛି । ବିଶେଷଜ୍ଞ ନିଯୁକ୍ତି ଏବଂ TeamLease Digital'sର ବିଜନେସ୍ ଲିଡରଙ୍କ ଅନୁସାରେ ୨୦୨୩ ମସିହାରେ ଏହି ମାର୍କେଟରେ ୨୦-୩୦% ବୃଦ୍ଧି ଘଟିବା ସହ ୨୦୨୬ ସୁଦ୍ଧା ଏହା ମୂଲ୍ୟ ୩୮,୦୯୭ କୋଟିରେ ପହଞ୍ଚିବ । ୪୮୦ ନିୟୁତ ଶକ୍ତିଶାଳୀ ଗେମିଙ୍ଗ୍ କମ୍ୟୁନିଟିରେ ଚୀନ୍ ପରେ ଭାରତ ବିଶ୍ୱରେ ଦ୍ୱିତୀୟ ସ୍ଥାନରେ ରହିଛି । ଯାହା ଦ୍ୱାରା ଏହି କ୍ଷେତ୍ରରେ ନିଯୁକ୍ତି ଯଥେଷ୍ଟ ବୃଦ୍ଧି ପାଇବ । ଏକ ସର୍ଭେ ଅନୁସାରେ ଆଗାମି ଦିନରେ ଏହି ଇଷ୍ଟ୍ରିରେ ନୂଆ ପଦବୀ ଯୋଡି ହେବ ଯେପରିକି ପ୍ରୋଗ୍ରାମିଂ, ଆନିମେସନ୍, ଡିଜାଇନ୍, କଳାକାର ଏବଂ ଅନ୍ୟାନ୍ୟ କ୍ଷେତ୍ରରେ ନୂତନ ପଦବୀ ସୃଷ୍ଟି ହେବା ସହ ଶିଳ୍ପ ବୃଦ୍ଧି ପାଇବ । ତେବେ ସମ୍ବାଦିକ ଓ କନଟେଣ୍ତ ରାଇଟର୍ସ ମାନଙ୍କ ପାଇଁ ମଧ୍ୟ ସୁଯୋଗ ସୃଷ୍ଟି ହେବାନେଇ ନେଇ ସୂଚନା ରହିଛି । ଗେମ୍ ପ୍ରଡ୍ୟୁସର ମାନେ ବର୍ତ୍ତମାନ ବର୍ଷକୁ ୧୦ ଲକ୍ଷ ଆୟ କରୁଥିବା ବେଳେ ଡିଜାଇନର୍ସ ମାନେ ବର୍ଷକୁ ୬.୫ ଲକ୍ଷ ସେହିପରି ସଫ୍ଟୱେର୍ ଇଞ୍ଜିନିୟରମାନେ ବର୍ଷକୁ ୫.୫ ଲକ୍ଷ ଆୟ କରୁଛନ୍ତି ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Report says, India’s gaming industry to grow five-fold to add 100,000 jobs in FY23.
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X