'SBI'ରେ ହେବାକୁ ଯାଉଛି ୮ ହଜାର ପଦବୀ ପୂରଣ, ଏପରି କରନ୍ତୁ ଆବେଦନ, ଜାଣନ୍ତୁ କେବେ ଅଛି ଶେଷ ତାରିଖ

SBI Clerk Recruitment 2023: ଯଦି ଆପଣ ଏକ ବ୍ୟାଙ୍କରେ କାମ କରିବାର ସ୍ୱପ୍ନ ଦେଖୁଛନ୍ତି ଏବଂ ବ୍ୟାଙ୍କରେ ମ୍ୟାନେଜର ଚାକିରି ଖୋଜୁଛନ୍ତି ତେବେ 'SBI'ନେଇ ଆସିଛି ଆପଣଙ୍କ ପାଇଁ ଏକ ସୁବର୍ଣ୍ଣ ସୁଯୋଗ । 'ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ' ପକ୍ଷରୁ ଏକ ନିଯୁକ୍ତି ବିଜ୍ଞପ୍ତି ଜାରି କରାଯାଇଛି । ଯାହା ଅନୁସାରେ ବ୍ୟାଙ୍କରେ ବହୁ ସଂଖ୍ୟାରେ ବର୍ତ୍ତମାନ ନିଯୁକ୍ତି କରାଯିବ ।

ତେବେ ଆବେଦନ କରିବାକୁ ଯୋଗ୍ୟ ଏବଂ ଆଗ୍ରହୀ ପ୍ରାର୍ଥୀମାନେ ଆସନ୍ତାକାଲି ଠାରୁ ଆବେଦନ କରିପାରିବେ। ଆବେଦନ କରିବାକୁ ପ୍ରାର୍ଥୀଙ୍କୁ ଅଫିସିଆଲ୍ ସାଇଟ୍ sbi.co.in ଭିସିଟ୍ କରିବାକୁ ପଡିବ । ଏହି ସମସ୍ତ ପୋଷ୍ଟ ପାଇଁ ଆବେଦନ କରିବାର ଶେଷ ତାରିଖ ହେଉଛି 7 ଡିସେମ୍ବର 2023 ।

SBI Clerk Recruitment 2023

ବିଜ୍ଞପ୍ତି ଅନୁଯାୟୀ, ଏହି ନିଯୁକ୍ତି ଡ୍ରାଇଭ୍ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆରେ 8283 ଜୁନିଅର ଆସୋସିଏଟ୍ (କ୍ଲର୍କ) ପଦ ପୂରଣ କରିବ। ଏହି ନିଯୁକ୍ତି ଡ୍ରାଇଭ୍ ପାଇଁ ଆବେଦନ କରୁଥିବା ପ୍ରାର୍ଥୀମାନେ ଯେ କୌଣସି ବିଶ୍ୱବିଦ୍ୟାଳୟରୁ ଗ୍ରାଜୁଏସନ୍ ପାସ କରିଥିବା ଆବଶ୍ୟକ ।

SBI କ୍ଲର୍କ ନିଯୁକ୍ତି 2023: ବୟସ ସୀମା

ଏହି ନିଯୁକ୍ତି ଡ୍ରାଇଭ ପାଇଁ ଆବେଦନ କରୁଥିବା ପ୍ରାର୍ଥୀଙ୍କ ବୟସ ସୀମା 20 ବର୍ଷରୁ 28 ବର୍ଷ ମଧ୍ୟରେ ରଖାଯାଇଛି । ସେହିପରି ପ୍ରାର୍ଥୀମାନଙ୍କୁ ଏହି ନିଯୁକ୍ତି ଡ୍ରାଇଭ ପାଇଁ ଆବେଦନ ଶୁଳ୍କ ଦେବାକୁ ପଡିବ । ଆବେଦନ ଫି 750 ଟଙ୍କା ରଖାଯାଇଛି ହେଲେ ସଂରକ୍ଷିତ ବର୍ଗ ପ୍ରାର୍ଥୀମାନେ ବିନା ଫିରେ ଫର୍ମଫିଲପ୍ କରିପାରିବେ ।

SBI କ୍ଲର୍କ ନିଯୁକ୍ତି 2023: ଚୟନ କିପରି କରାଯିବ

ବିଭିନ୍ନ ପର୍ଯ୍ୟାୟରେ ଅନୁଷ୍ଠିତ ହେବାକୁ ଥିବା ପରୀକ୍ଷା ଆଧାରରେ ଏହି ପଦବୀ ପାଇଁ ପ୍ରାର୍ଥୀ ଚୟନ କରାଯିବ। ଏହା ଅଧୀନରେ, ଜାନୁଆରୀ 2024 ମାସରେ ପ୍ରିଲିମ୍ସ ପରୀକ୍ଷାର ଆୟୋଜନ କରାଯାଇପାର ଏବଂ ମୁଖ୍ୟ ପରୀକ୍ଷା ଫେବୃଆରୀ ମାସରେ ହେବାର ସମ୍ଭାବନା ରହିଛି । ଏସବିଆଇ ଅଫିସିଆଲ୍ ସାଇଟର ସାହାଯ୍ୟ ପ୍ରାର୍ଥୀ ମାନେ ଅଧିକ ସୂଚନା ପାଇପାରିବେ ।

SBI କ୍ଲର୍କ ନିଯୁକ୍ତି 2023: ଏଗୁଡ଼ିକ ହେଉଛି ଗୁରୁତ୍ୱପୂର୍ଣ୍ଣ ତାରିଖ

ଆବେଦନ ଆରମ୍ଭ ତାରିଖ: ନଭେମ୍ବର 17, 2023 ।
ଆବେଦନ କରିବାର ଶେଷ ତାରିଖ: ଡିସେମ୍ବର 7, 2023 ।
ପ୍ରାଥମିକ ପରୀକ୍ଷା: ଜାନୁଆରୀ 2024 ।
ମୁଖ୍ୟ ପରୀକ୍ଷା: ଫେବୃଆରୀ 2024 ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+