ରେଳବାଇରେ ନିଯୁକ୍ତି ନୋଟିଫିକେଶନ, ପୂରଣ ହେବ ୧ ହଜାରରୁ ଅଧିକ ପଦବୀ
Railway Para Medical Recruitment: ରେଳବାଇରେ ନିଯୁକ୍ତି ପାଇଁ ରହିଛି ସୁଯୋଗ । ପୂରଣ ହେବ ରେଳବାଇ ପାରା ମେଡିକାଲର ୧୩୭୬ଟି ଖାଲି ପଦବୀ । ଏଥିପାଇଁ ଆଶାୟୀ ପ୍ରାର୍ଥୀ ଅନଲାଇନ୍ ଆବେଦନ କରିପାରିବେ । ତେବେ indianrailways.gov.in ଲଗ୍ ଇନ କରି ଆପଣ ସମ୍ପୁର୍ଣ୍ଣ ସୂଚନା ପାଇପାରିବେ ।
ନର୍ସିଂ ସୁପରିଣ୍ଟେଣ୍ତେଣ୍ଟ ପାଇଁ ୭୧୩ଟି ପଦବୀ
ଫିଲ୍ଡ ୱାର୍କର -୧୯ଟି
ଡାଏଟିସିଆନ୍-୫
ହେଲଥ୍ ଆଣ୍ତ ମ୍ୟାଲେରିଆ ଇନ୍ସପେକ୍ଟର-୧୨୬
ଲାବରୋଟ୍ରୋରୀ ଆସିଷ୍ଟାଣ୍ଟ-୯୬
ଇସିଜି ଟେକନିସିଆନ-୧୩
ରେଡିଓଗ୍ରାଫର ଏକ୍ସ ଟେକନିସିଆନ-୬୭
ଅକ୍ୟୁପେସନାଲ ଥେରାପିଷ୍ଟ-୨ଟି
ତେବେ ଏହି ସମସ୍ତ ପଦବୀ ବିଷୟରେ ସମ୍ପୁର୍ଣ୍ଣ ସୂଚନା ଆପଣ ଅନଲାଇନ୍ ଚେକ୍ କାରି ପାରିବେ । ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି ଯାହା ଆସନ୍ତା ମାସ ଅର୍ଥାତ୍ ସେପ୍ଟେମ୍ବର ୧୬ ତାରିଖ ପର୍ଯ୍ୟନ୍ତ ଚାଲିବ । ସେହିପରି ସେପ୍ଚେମ୍ବର ୧୭ ରୁ ୧୬ ତାରିଖ ପର୍ଯ୍ୟନ୍ତ ଆପଣ ନିଜ ଆବେଦନରେ ରହିଥିବା ତ୍ରୁଟିକୁ ଠିକ୍ କରିପାରିବେ । Correction Window ଖୋଲା ରହିବ ।

ଏପରି କରନ୍ତୁ ଆବେଦନ
indianrailways.gov.in ଲଗ୍ ଇନ୍ କରି ଆବେଦନ କରିପାରିବେ ଏଥିସହ ଏହି ୱେବ୍ ସାଇଟରେ ଆପଣ ସମ୍ପୁର୍ଣ୍ଣ ସୂଚନା ମଧ୍ୟ ପାଇପାରିବେ । ପ୍ରାର୍ଥୀଙ୍କ ବୟସ ୧୮ ବର୍ଷରୁ ଅଧିକ ହୋଇଥିବା ଆବଶ୍ୟକ । ସେହିପିର ଭିନ୍ନ ଭିନ୍ନ ପଦ ପାଇଁ ଆବେଦନ କରିବାର ବୟସସୀମା ଭିନ୍ନ ଭିନ୍ନ ରହିଛି । ସାଧାରଣ ବର୍ଗର ପ୍ରାର୍ଥୀଙ୍କ ପାଇଁ ଆବେଦନ ଶୁଳ୍କ ୫ ଶହ ଟଙ୍କା ରହିଛି ସେହିପରି ଅନୁସୂଚିତ ଜାତି ପାଇଁ ୨୫୦ ଟଙ୍କା ଆବେଦନ ଶୁଳ୍କ ରହିଛି ।












Click it and Unblock the Notifications