Railway Job: ରେଳବାଇରେ ପୂରଣ ହେବ ୫,୬୦୦ରୁ ଅଧିକ ପଦବୀ

ଭାରତୀୟ ରେଳବାଇରେ ଚାକିରି ଖୋଜୁଥିବା ପ୍ରାର୍ଥୀଙ୍କ ପାଇଁ ଖୁସି ଖବର । ଯୋଗ୍ୟ ପ୍ରାର୍ଥୀଙ୍କ ପାଇଁ ଉତ୍ତର-ପୂର୍ବ ସୀମାନ୍ତ ରେଳ(NFR) ଏହି ସୁଯୋଗ ନେଇ ଆସିଛି। ଆପ୍ରେଣ୍ଟିସ୍ ଆକ୍ଟ, ୧୯୬୧ ଅନୁଯାୟୀ ଏହି ନିଯୁକ୍ତି ହେବ । ଏନେଇ ବିଜ୍ଞପ୍ତି ପ୍ରକାଶ କରିଛି । ଆପଣ ଯଦି ଆବେଦନ ପାଇଁ ଆଗ୍ରହୀ ତେବେ ବିସ୍ତୃତଭାବେ ଜାଣିବା ପାଇଁ ପଢନ୍ତୁ । ଉତ୍ତର-ପୂର୍ବ ସୀମାନ୍ତ ରେଳରେ ଆପ୍ରେଣ୍ଟିସ୍ ପଦବୀ ପୂରଣ ହେବ। ଏନେଇ ଅନ୍‌ଲାଇନ୍ ମାଧ୍ୟମରେ ଆବେଦନ କରିବାକୁ ପଡିବ। ଏହି ନିଯୁକ୍ତି ମାଧ୍ୟମରେ ଉଭୟ ପୁରୁଷ ଓ ମହିଳା ଆବେଦନ କରିପାରିବେ। ଏନେଇ ୫,୬୦୦ରୁ ଅଧିକ ପଦବୀ ପୂରଣ ହେବ। ଆଗ୍ରହୀ ପ୍ରାର୍ଥୀମାନେ ଉତ୍ତର-ପୂର୍ବ ସୀମାନ୍ତ ରେଳର ଅଫିସିଆଲ୍ ୱେବ୍‌ସାଇଟ୍‌ nfr.indianrailways.gov.in କୁ ଯାଇ ଆବେଦନ କରିପାରିବେ।

Railway Job

ଗୁରୁତ୍ୱପୂର୍ଣ୍ଣ ତାରିଖ:
ଅନ୍‌ଲାଇନ୍ ଆବେଦନ ଆରମ୍ଭ - ୦୪ ନଭେମ୍ବର ୨୦୨୪
ଅନ୍‌ଲାଇନ୍ ଆବେଦନ ଶେଷ - ୦୩ ଡିସେମ୍ବର ୨୦୨୪

ଖାଲି ପଦବୀ:
କଟିହାର (KIR) ଏବଂ ତିନ୍ଦାରିଆ (TDH) କର୍ମଶାଳା - ୮୧୨ ସ୍ଲଟ୍
ଆଲିପୁରଦ୍ୱାର (APDJ) - ୪୧୩ ସ୍ଲଟ୍
ରଙ୍ଗିୟା (RNY) - ୪୩୫ ସ୍ଲଟ୍
ଲମ୍‌ଡିଙ୍ଗ୍ (LMG) - ୯୫୦ସ୍ଲଟ୍
ଟିନ୍‌ସୁକିଆ (TSK) - ୫୮୦ ସ୍ଲଟ୍
ନିୟୁ ବଙ୍ଗାଇଗାଓନ୍ କର୍ମଶାଳା (NBQS) ଏବଂ ଇଞ୍ଜିନିୟରିଂ କର୍ମଶାଳା (EWS/BNGN) - ୯୮୨ ସ୍ଲଟ୍
ଡିବ୍ରୁଗଡ କର୍ମଶାଳା (DBWS) - ୮୧୪ ସ୍ଲଟ୍
NFR ମୁଖ୍ୟାଳୟ (HQ) / ମାଲିଗନ୍ - ୬୬୧ ସ୍ଲଟ୍
ମୋଟ୍ - ୫,୬୪୭ଟି ପୋଷ୍ଟ୍

ଯୋଗ୍ୟତା:

  • ୫୦% ଏଗ୍ରିଗେଟ୍ ମାର୍କ ସହିତ ମ୍ୟାଟ୍ରିକ୍ (ଦଶମ) ପାଶ୍
  • ଏକ ସ୍ୱୀକୃତିପ୍ରାପ୍ତ ଅନୁଷ୍ଠାନରୁ ସମ୍ପୃକ୍ତ ଟ୍ରେଡ୍‌ରେ ITI
  • ଲାବୋରେଟୋରୀ ଟେକ୍ନିସିଆନ୍ ପାଥୋଲୋଜି ଏବଂ ରେଡିଓଲୋଜି ପାଇଁ ଆବେଦନ କରୁଥିବା ପ୍ରାର୍ଥୀମାନେ ଆବଶ୍ୟକ ITI ସାର୍ଟିଫିକେଟ୍ ସହିତ ପଦାର୍ଥ ବିଜ୍ଞାନ, ରସାୟନ ବିଜ୍ଞାନ ଏବଂ ଜୀବ ବିଜ୍ଞାନରେ ଦ୍ୱାଦଶ ଶ୍ରେଣୀ ଯୋଗ୍ୟତା ଥିବା ଆବଶ୍ୟକ।

ବୟସ ସୀମା:
ସର୍ବନିମ୍ନ ବୟସ - ୧୫ ବର୍ଷ
ସର୍ବାଧିକ ବୟସ - ୨୪ ବର୍ଷ
ବୟସ ଗଣନା ୩।୧୨।୨୦୨୪ ଅନୁସାରେ ହେବ

ଆବେଦନ ଶୁଳ୍କ:
SC/ST /PWBD/EBC/ମହିଳା - ଦେୟମୁକ୍ତ
ଅନ୍ୟମାନେ - ୧୦୦ ଟଙ୍କା
ଅଧିକ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ
ଚୟନ ପ୍ରକ୍ରିୟା:
ମେରିଟ୍ ଲିଷ୍ଟ୍
ଡକ୍ୟୁମେଣ୍ଟ୍ ଯାଞ୍ଚ

କିପରି କରିବେ ଆବେଦନ:

  • ଅଫିସିଆଲ୍ ୱେବସାଇଟ୍ nfr.indianrailways.gov.in କୁ ଯାଆନ୍ତୁ
  • ହୋମ୍‌ପେଜ୍‌ରେ, ସାଧାରଣ ସୂଚନା ଟ୍ୟାବକୁ ଯାଆନ୍ତୁ
  • ରେଳବାଇ ନିଯୁକ୍ତି ସେଲ୍ GHY ଉପରେ କ୍ଲିକ୍ କରନ୍ତୁ
  • ଆବେଦନ ଲିଙ୍କ୍‌ରେ କ୍ଲିକ୍ କରନ୍ତୁ
  • ଆବଶ୍ୟକ ବିବରଣୀ ପୂରଣ କରନ୍ତୁ
  • ଫଟୋ ଏବଂ ଡକ୍ୟୁମେଣ୍ଟ୍ ଅପଲୋଡ୍ କରନ୍ତୁ
  • ଆବେଦନ ଶୁଳ୍କ ଦିଅନ୍ତୁ
  • 'Submit' ବଟନ୍‌ରେ କ୍ଲିକ୍ କରନ୍ତୁ
  • ଭବିଷ୍ୟତ ପ୍ରମାଣ ପାଇଁ ଦାଖଲ ହୋଇଥିବା ଆବେଦନର ଏକ କପି ପ୍ରିଣ୍ଟ୍ କରି ରଖନ୍ତୁ
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+