Railway Job: RRB ରେ କରନ୍ତୁ ଚାକିରୀ, ତୁରନ୍ତ କରନ୍ତୁ ଆବେଦନ ?
ରେଳ ନିଯୁକ୍ତି ବୋର୍ଡ (RRB) ରେ ଚାକିରି କରିବା ସ୍ୱପ୍ନ ଅନେକ ଯୁବାପିଢିଙ୍କ ମଧ୍ୟରେ ଥାଏ । ସମସ୍ତେ ଚାହାନ୍ତି ରେଳବାଇରେ ଚାକିରୀ ପାଇଁ । ତେବେ ଆପଣ ଯଦି ଏହି ସ୍ୱପ୍ନ ଦେଖୁଛନ୍ତି ତେବେ ଏହି ଖବର ଆପଣଙ୍କୁ ଖୁସି କରିଦେବ। କାରଣ RRB ଏକ ବିଜ୍ଞପ୍ତି ପ୍ରକାଶ କରିଛି । ଏହି ନିଯୁକ୍ତି ବିଷୟରେ ବିସ୍ତୃତ ଭାବେ ଜାଣିବା ପାଇଁ ପୂରା ଖବରକୁ ପଢନ୍ତୁ ।
ଏହି ନିଯୁକ୍ତି ମାଧ୍ୟମରେ RRBରେ ଜୁନିୟର୍ ଇଂଜିନିୟରିଂ ପଦବୀ ପୂରଣ ହେବ । ଏନେଇ ଅନ୍ଲାଇନ୍ ମାଧ୍ୟମରେ ଆବେଦନ କରିବାକୁ ପଡିବ। ଉଭୟ ପୁରୁଷ ଓ ମହିଳା ଆବେଦନ କରିପାରିବେ । ଯୋଗ୍ୟ ଓ ଆଗ୍ରହୀ ପ୍ରାର୍ଥୀମାନେ ଭାରତୀୟ RRBର ଅଫିସିଆଲ୍ ୱେବ୍ସାଇଟ୍ https://indianrailways.gov.in କୁ ଯାଇ ଆବେଦନ କରିପାରିବେ ।
BSc କରିଥିବା ପିଲା ମଧ୍ୟ ଏହାର ସୁଯୋଗ ନେଇପାରିବେ। ଏହି ନିଯୁକ୍ତି ମାଧ୍ୟମରେ ପାଖାପାଖି ୮ହଜାର ପଦବୀ ପୂରଣ ହେବ।
ଗୁରୁତ୍ୱପୂର୍ଣ୍ଣ ତାରିଖ:
ଅନ୍ଲାଇନ୍ ଆବେଦନ ଆରମ୍ଭ - ୩୦ ଜୁଲାଇ ୨୦୨୪
ଅନ୍ଲାଇନ୍ ଆବେଦନ ଶେଷ - ୨୯ ଅଗଷ୍ଟ ୨୦୨୪

ଜୁନିଅର ଇଞ୍ଜିନିୟର, ଡିପୋ ମାଟେରିଆଲ୍ ସୁପରିଟେଣ୍ଡେଣ୍ଟ୍ ଏବଂ କେମିକାଲ୍ ଏବଂ ମେଟାଲ୍ର୍ଜିକାଲ୍ ଆସିଷ୍ଟାଣ୍ଟ - ୭,୯୩୪ଟି ପୋଷ୍ଟ୍
କେମିକାଲ୍ ସୁପରଭାଇଜର / ରିସର୍ଚ୍ଚ ଏବଂ ମେଟାଲ୍ର୍ଜିକାଲ୍ ସୁପରଭାଇଜର / ରିସର୍ଚ୍ଚ - ୧୭ଟି ପୋଷ୍ଟ୍
ମୋଟ୍ - ୭୯୫୧ଟି ପୋଷ୍ଟ୍
ଯୋଗ୍ୟତା:
ଅଧିକାଂଶ ପଦବୀ ପାଇଁ ଇଂଜିନିୟରିଂ ଡିପ୍ଲୋପା /BSc ଯୋଗ୍ୟତା ମଗାଯାଇଛି
ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ
ବୟସ ସୀମା:
ସର୍ବନିମ୍ନ ବୟସ - ୧୮ ବର୍ଷ
ସର୍ବାଧିକ ବୟସ - ୩୬ ବର୍ଷ
ବୟସ ଗଣନା ୦୧।୦୧।୨୦୨୪ ଅନୁସାରେ ହେବ
ମାସିକ ଦରମା:
ସର୍ବନିମ୍ନ ଦରମା - ୪୬,୩୭୪ଟଙ୍କା
ସର୍ବାଧିକ ଦରମା - ୫୫,୮୭୪ଟଙ୍କା
ଆବେଦନ ଶୁଳ୍କ:
ସାଧାରଣ ବର୍ଗ -୫୦୦ଟଙ୍କା
SC/ ST/ ଦିବ୍ୟାଙ୍ଗ/ମହିଳା/ ESM- ୨୫୦ଟଙ୍କା
ଅଧିକ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ
ଚୟନ ପ୍ରକ୍ରିୟା:
ଲିଖିତ ପରୀକ୍ଷା
ସାକ୍ଷାତକାର
ମେଡିକାଲ୍ ଟେଷ୍ଟ୍
ଡକ୍ୟୁମେଣ୍ଟ୍ ଯାଞ୍ଚ












Click it and Unblock the Notifications