OSSC ନିଯୁକ୍ତି: ଅବକାରୀ SI ଓ ଟ୍ରାଫିକ୍ SI ପଦ ପାଇଁ ଅନଲାଇନ୍ ଆବେଦନ ଆରମ୍ଭ
ରାଜ୍ୟରେ ନିଯୁକ୍ତି ପାଇବେ ଅବକାରୀ ସବ-ଇନ୍ସପେକ୍ଟର (ଏସଆଇ) ଓ ଟ୍ରାଫିକ ଏସଆଇ । ପ୍ରାର୍ଥୀଙ୍କୁ ଗ୍ରୁପ-ବି ଓ ଗ୍ରୁପ-ସି ପଦରେ ବିଭିନ୍ନ ବିଭାଗ ଅଧିନରେ ନିଯୁକ୍ତି ଦିଆଯିବ । ନିକଟରେ ଓଡ଼ିଶା କର୍ମଚାରୀ ଚୟନ ଆୟୋଗ (ଓଏସଏସସି) ତରଫରୁ ଏକ ବିଜ୍ଞପ୍ତି ଜାରି କରାଯାଇଥିଲା । ଆଜିଠାରୁ ଅର୍ଥାତ ନଭେମ୍ବର ୨୫ରୁ ଅନଲାଇନ୍ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇ ଡିସେମ୍ବର ୨୪ରେ ଶେଷ ହେବ । ସେହିପରି ଅନଲାଇନ୍ ଆପ୍ଲିକେସନ ଫର୍ମ ସବମିଶନ ଓ ଅନଲାଇନ୍ ଆପ୍ଲିକେସନ ଫର୍ମ ସଂଶୋଧନ ପ୍ରକ୍ରିୟା ନଭେମ୍ବର ୨୫ରୁ ଆରମ୍ଭ ହୋଇ ଯଥାକ୍ରମେ ଡିସେମ୍ବର ୨୭ ଓ ୩୦ ତାରିଖରେ ସମାପ୍ତ ହେବ ।

କଟକ ସ୍ଥିତ ଓଡ଼ିଶା ଟ୍ରାନ୍ସପୋର୍ଟ କମିଶନର-କମ-ଚେୟାରମ୍ୟାନ-ଏସଟିଏ ବିଭାଗରେ ୨୧ ଜଣ ଟ୍ରାଫିକ ଏସଆଇଙ୍କୁ ନିଯୁକ୍ତି ଦିଆଯିବ । ସେହିପରି କଟକ ସ୍ଥିତ ଓଡ଼ିଶା ଅବକାରୀ କମିଶନର ବିଭାଗରେ ୧୦ ଜଣ ଅବକାରୀ ଏସଆଇଙ୍କୁ ନିଯୁକ୍ତି ଦିଆଯିବ । ପ୍ରାର୍ଥୀଙ୍କୁ ଅଣସଂରକ୍ଷିତ, ଶିକ୍ଷା ଓ ସାମାଜିକ କ୍ଷେତ୍ରରେ ପଛୁଆ ଶ୍ରେଣୀ (ଏସଇବିସି), ଅନୁସୂଚିତ ଜାତି (ଏସସି), ଅନୁସୂଚିତ ଜନଜାତି (ଏସଟି) ଆଦି ବର୍ଗରେ ନିଯୁକ୍ତି ଦିଆଯିବ । ଟ୍ରାଫିକ ଏସଆଇ ପଦ ପାଇଁ ପ୍ରାର୍ଥୀ ଯେ କୌଣସି ସ୍ୱୀକୃତିପ୍ରାପ୍ତି ବିଶ୍ୱବିଦ୍ୟାଳୟ / ଶିକ୍ଷାନୁଷ୍ଠାନରୁ କଳ/ ବିଜ୍ଞାନ/ ବାଣିଜ୍ୟ/ ଇଞ୍ଜିନିୟରିଂରେ ସ୍ନାତକ ଡିଗ୍ରୀ ପାସ୍ କରିବା କରିଥିବେ । ସେହିପରି ଅବକାରୀ ଏସଆଇ ପଦ ପାଇଁ ଯେ କୌଣସି ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟ କିମ୍ବା ଶିକ୍ଷାନୁଷ୍ଠାନର ବ୍ୟାଚେଲର ଡିଗ୍ରୀ ହାସଲ କରିଥିବେ ।
ୱେବସାଇଟ୍ ଲିଙ୍କ: https://www.ossc.gov.in/Public/Pages/Post_detail_information.aspx
-
ପାକିସ୍ତାନରେ ବଡ଼ ବିପର୍ଯ୍ୟୟ: ସ୍କୁଲ ଦୁଇ ସପ୍ତାହ ପାଇଁ ବନ୍ଦ, ଦରମା ୨୫% ହ୍ରାସ -
ସାବଧାନ! ହାଡ଼କୁ ଦୁର୍ବଳ କରୁଛି ଏହି ସବୁ ଜିନିଷ -
ଇରାନ ସହିତ ରୁଷ ଦୃଢ଼ ଭାବରେ ଛିଡା ହେବ; ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ -
UAE ରାଷ୍ଟ୍ରଦୂତଙ୍କ ବଡ ବୟାନ ; କହିଲେ ପ୍ରଧାନମନ୍ତ୍ରୀ ଗୋଟାଏ ଫୋନ୍ କଲ ଯୁଦ୍ଧରେ ଲଗାଇ ପାରିବ ବ୍ରେକ -
ଟି୨୦ ବିଶ୍ୱକପରେ ଇତିହାସ ରଚିଲା ଭାରତ , ଗମ୍ଭୀରଙ୍କ ପାଇଁ ଇନଷ୍ଟା ପୋଷ୍ଟ୍ କଲେ ଧୋନୀ -
୨୦୨୬ ଟି-୨୦ ବିଶ୍ୱକପ ପାଇଁ ଶ୍ରେଷ୍ଠ ଏକାଦଶ ଘୋଷଣା କଲା ICC, ୪ ଭାରତୀୟ ଖେଳାଳଙ୍କୁ ମିଳିଲା ସ୍ଥାନ -
ଘରୋଇ ମାଟିରେ ଭାରତର ବଡ଼ ବିଜୟ, ଖୁସିରେ ଝୁମିଲେ ବିରାଟ -
ଭେନେଜୁଏଲାରୁ ୧୦୦ ନିୟୁତ ଡଲାର ମୂଲ୍ୟର ସୁନା ପାଇଛି ଆମେରିକାର ; ଗୃହ ସଚିବ -
ବିମାନ ଯାତ୍ରା ଉପରେ ବି ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ, ଟିକେଟ ମୂଲ୍ୟ ବୃଦ୍ଧି କଲା ଏୟାର ଇଣ୍ଡିଆ -
T-20 ବିଶ୍ବକପ୍ ଚାମ୍ପିଅନ୍ ଟିମ୍କୁ ୧୩୧ କୋଟିର ପୁରସ୍କାର ରାଶି ଘୋଷଣା କଲା BCCI -
ଇରାନ ଉପରେ ଆକ୍ରମଣ ନେଇ ଟ୍ରମ୍ପଙ୍କ ବଡ ବୟାନ, ଇସ୍ରାଏଲ ସହ ମିଶି ୪୬ ଜାହାଜ.... -
ମଧ୍ୟପ୍ରାଚ୍ୟରେ ଯୁଦ୍ଧ ମଧ୍ୟରେ ସରକାରଙ୍କ ବଡ଼ ନିଷ୍ପତ୍ତି, ବଢିଲା ଏଲପିଜି ସିଲିଣ୍ଡର ବୁକିଂର ସମୟ












Click it and Unblock the Notifications