OSSC Exam: ରାଜ୍ୟରେ ସହକାରୀ ପରିସଂଖ୍ୟାନ ଅଧିକାରୀ ଓ ପରିସଂଖ୍ୟାନ ସହାୟକ ପଦ ପୂରଣ ପାଇଁ ବିଜ୍ଞପ୍ତି ପ୍ରକାଶ
ଓଡ଼ିଶା କର୍ମଚାରୀ ଚୟନ ଆୟୋଗ (ଓଏସଏସସି) ତରଫରୁ ପୁଣି ଆସିଛି ନିଯୁକ୍ତି ସୁଯୋଗ । ସହକାରୀ ପରିସଂଖ୍ୟାନ ଅଧିକାରୀ ଓ ପରିସଂଖ୍ୟାନ ସହାୟକ ପଦରେ ୧୭୩ ଜଣ ପ୍ରାର୍ଥୀଙ୍କୁ ନିଯୁକ୍ତି ଦେବେ ରାଜ୍ୟ ସରକାର । ୧୬୯ଟି ସହକାରୀ ପରିସଂଖ୍ୟାନ ଅଧିକାରୀ ଓ ୪ଟି ପରିସଂଖ୍ୟାନ ସହାୟକ ପଦ ଖାଲି ରହିଛି । ପ୍ଲାନିଂ ଓ କନଭରଜେନ୍ସ ବିଭାଗ ଅଧିନରେ ଅର୍ଥନୀତି ଓ ପରିସଂଖ୍ୟାନ ନିର୍ଦ୍ଦେଶାଳୟରେ ସହକାରୀ ପରିସଂଖ୍ୟାନ ଅଧିକାରୀଙ୍କୁ ନିଯୁକ୍ତି ଦିଆଯିବ । ସେହିପରି ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗ ଅଧିନରେ ଶ୍ରମ ଆୟୋଗ କାର୍ଯ୍ୟାଳୟରେ ପରିସଂଖ୍ୟାନ ସହାୟକଙ୍କୁ ନିଯୁକ୍ତି ଦିଆଯିବ । ଅଫିସିଆଲ ୱେବସାଇଟକୁ ଯାଇ ଆଶାୟୀମାନେ ଏ ବାବଦରେ ସବିଶେଷ ତଥ୍ୟ ପାଇ ପାରିବେ ।
ଅଣସଂରକ୍ଷିତ, ଶିକ୍ଷା ଓ ସାମାଜିକ କ୍ଷେତ୍ରରେ ପଛୁଆ ବର୍ଗ (ଏସଇବିସି), ଅନୁସୂଚିତ ଜାତି (ଏସସି) ଓ ଅନୁସୂଚିତ ଜନଜାତି (ଏସଟି) ବର୍ଗର ପ୍ରାଥୀଙ୍କ ପାଇଁ ଏଥିରେ ପଦ ସଂରକ୍ଷିତ ରହିଛି । ପରିସଂଖ୍ୟାନ ସହାୟକ ଅଧିକାରୀ ପଦ ପାଇଁ ପ୍ରାର୍ଥୀ କଳା/ ବିଜ୍ଞାନରେ ସ୍ନାତକ କରିବା ସହିତ ପରିସଂଖ୍ୟାନ /ଆପ୍ଲାଏଡ ପରିସଂଖ୍ୟାନ / ଅର୍ଥନୀତି / ଗାଣିତିକ ଅର୍ଥନୀତି / ଗଣିତ / ସାମାଜିକ ବିଜ୍ଞାନ / କମ୍ପ୍ୟୁଟର ସାଇନ୍ସ / ଡାଟା ସାଇନ୍ସ ବିଷୟ ରଖି ପାସ୍ କରିଥିବେ । ସେହିପରି ପରିସଂଖ୍ୟାନ ସହାୟକ ପଦ ପାଇଁ ପ୍ରାର୍ଥୀ କଳା / ବିଜ୍ଞାନରେ ସ୍ନାତକ ଗଣିତ / ପରିସଂଖ୍ୟାନ / କମ୍ପ୍ୟୁଟର ଆପ୍ଲିକେସନ / ଫିଜିକ୍ସ / ଅର୍ଥନୀତି / ଆପ୍ଲାଏଡ ପରିସଂଖ୍ୟାନ / କୃଷି ଅର୍ଥନୀତିରେ ଅନର୍ସ ରଖିଥିବେ କିମ୍ବା କମର୍ସରେ ଡିଗ୍ରୀ କରିଥିବେ ।

ଚଳିତ ବର୍ଷ ଜାନୁଆରୀ ମାସ ପହିଲା ସୁଦ୍ଧା ପ୍ରାଥୀଙ୍କର ବୟସ ଯୋଗ୍ୟତା ୨୧-୩୮ ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ । ପ୍ରିଲିମିନାରୀ, ମୁଖ୍ୟ ଲିଖିତ ପରୀକ୍ଷା ପ୍ରମାଣପତ୍ର ଯାଞ୍ଚ ଆଦି ପର୍ଯ୍ୟାୟ ଜରିଆରେ ଯୋଗ୍ୟ ପ୍ରାର୍ଥୀଙ୍କୁ ଚୟନ କରାଯିବ ।
-
ପାକିସ୍ତାନରେ ବଡ଼ ବିପର୍ଯ୍ୟୟ: ସ୍କୁଲ ଦୁଇ ସପ୍ତାହ ପାଇଁ ବନ୍ଦ, ଦରମା ୨୫% ହ୍ରାସ -
ସାବଧାନ! ହାଡ଼କୁ ଦୁର୍ବଳ କରୁଛି ଏହି ସବୁ ଜିନିଷ -
ଇରାନ ସହିତ ରୁଷ ଦୃଢ଼ ଭାବରେ ଛିଡା ହେବ; ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ -
UAE ରାଷ୍ଟ୍ରଦୂତଙ୍କ ବଡ ବୟାନ ; କହିଲେ ପ୍ରଧାନମନ୍ତ୍ରୀ ଗୋଟାଏ ଫୋନ୍ କଲ ଯୁଦ୍ଧରେ ଲଗାଇ ପାରିବ ବ୍ରେକ -
ଟି୨୦ ବିଶ୍ୱକପରେ ଇତିହାସ ରଚିଲା ଭାରତ , ଗମ୍ଭୀରଙ୍କ ପାଇଁ ଇନଷ୍ଟା ପୋଷ୍ଟ୍ କଲେ ଧୋନୀ -
୨୦୨୬ ଟି-୨୦ ବିଶ୍ୱକପ ପାଇଁ ଶ୍ରେଷ୍ଠ ଏକାଦଶ ଘୋଷଣା କଲା ICC, ୪ ଭାରତୀୟ ଖେଳାଳଙ୍କୁ ମିଳିଲା ସ୍ଥାନ -
ଘରୋଇ ମାଟିରେ ଭାରତର ବଡ଼ ବିଜୟ, ଖୁସିରେ ଝୁମିଲେ ବିରାଟ -
ଭେନେଜୁଏଲାରୁ ୧୦୦ ନିୟୁତ ଡଲାର ମୂଲ୍ୟର ସୁନା ପାଇଛି ଆମେରିକାର ; ଗୃହ ସଚିବ -
ବିମାନ ଯାତ୍ରା ଉପରେ ବି ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ, ଟିକେଟ ମୂଲ୍ୟ ବୃଦ୍ଧି କଲା ଏୟାର ଇଣ୍ଡିଆ -
T-20 ବିଶ୍ବକପ୍ ଚାମ୍ପିଅନ୍ ଟିମ୍କୁ ୧୩୧ କୋଟିର ପୁରସ୍କାର ରାଶି ଘୋଷଣା କଲା BCCI -
ଇରାନ ଉପରେ ଆକ୍ରମଣ ନେଇ ଟ୍ରମ୍ପଙ୍କ ବଡ ବୟାନ, ଇସ୍ରାଏଲ ସହ ମିଶି ୪୬ ଜାହାଜ.... -
ମଧ୍ୟପ୍ରାଚ୍ୟରେ ଯୁଦ୍ଧ ମଧ୍ୟରେ ସରକାରଙ୍କ ବଡ଼ ନିଷ୍ପତ୍ତି, ବଢିଲା ଏଲପିଜି ସିଲିଣ୍ଡର ବୁକିଂର ସମୟ












Click it and Unblock the Notifications