ବାତିଲ ହେଲା OSSC ପରୀକ୍ଷା, ପ୍ରଶ୍ନପତ୍ରରେ ତ୍ରୁଟି ଥିବା ସ୍ୱୀକାର କଲେ କତୃପକ୍ଷ
ଭୁବନେଶ୍ୱର: ପ୍ରଶ୍ନପତ୍ରରେ ତ୍ରୁଟି ପରେ ବାତିଲ ହେଲା ଓଏସଏସସି ପରୀକ୍ଷା । ପ୍ରଶ୍ନପତ୍ରରେ ତ୍ରୁଟି ଥିବା ସ୍ୱୀକାର କଲେ କତୃପକ୍ଷ । ପ୍ରଶ୍ନପତ୍ରରେ ଥିଲା ବିକୃତ ଓଡିଆ ଲେଖା । ଜୋରଦାର ବିବାଦ ପରେ ବାତିଲ ହେଲା ପରୀକ୍ଷା ।
ରବିବାର ଗୃହ ଓ ନଗର ଉନ୍ନୟନ ବିଭାଗର ଜୁନିୟର ଆକାଉଣ୍ଟାଣ୍ଟ ପ୍ରିଲିମନାରୀ ପରୀକ୍ଷା ହୋଇଥିଲା । ପରୀକ୍ଷାରେ ପ୍ରଶ୍ନପତ୍ର ଦେଖି ପରୀକ୍ଷାର୍ଥୀଙ୍କ ଅକଲ ଗୁଡୁମ୍ ହୋଇଯାଇଥିଲା। ପ୍ରଶ୍ନପତ୍ରରେ ଓଡ଼ିଆ ଶବ୍ଦ ଗୁଡ଼ିକୁ ଠିକ୍ ଭାବେ ଲେଖା ଯାଇନଥିଲା। ଯେମିତି 'ପାଖରେ' ବଦଳରେ 'ପାଖର' ଓ 'ଟଙ୍କା' ବଦଳରେ 'ଟଙ୍କାର' ଏମିତି କେତେକ କ'ଣ ଓଡ଼ିଆ ଶବ୍ଦକୁ ବିକୃତ କରି ଲେଖା ଯାଇଥିଲା। ଯେଉଁଥିପାଇଁ ପରୀକ୍ଷାର୍ଥୀମାନେ ଠିକ୍ ଭାବେ ଉତ୍ତର ଦେଇପାରି ନଥିଲେ ।

ପ୍ରିଲିମନାରୀ ପରୀକ୍ଷାରେ ଏପରି ଭୟଙ୍କର ତ୍ରୁଟିକୁ ନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଥିଲା। ପରୀକ୍ଷାର୍ଥୀ, ଅଭିଭାବକଙ୍କ ସମେତ ଶିକ୍ଷାବିତମାନେ ମଧ୍ୟ ପ୍ରଶ୍ନ ଉଠାଇଥିଲେ । ଯାହା ଫଳରେ ଆଜି ସରକାର ଉକ୍ତ ପରୀକ୍ଷାକୁ ବାତିଲ୍ କରିଛନ୍ତି। ଆଉ ଥରେ ପରୀକ୍ଷା କରିବାକୁ ନିଷ୍ପତ୍ତି ନେଇଛନ୍ତି ।

ସୂଚନାଥାଉ କି , ଓଏସଏସସି ପକ୍ଷରୁ ପ୍ରକାଶ ପାଇଥିବା ବିଜ୍ଞାପନରେ ଓଡ଼ିଆରେ ପ୍ରଶ୍ନପତ୍ର ଆସିବ ବୋଲି କୁହା ଯାଇଥିଲା। ଏହି ଖବର ସାମ୍ନାକୁ ଆସିବା ପରେ ପରୀକ୍ଷାର୍ଥୀମାନେ ବେଶ୍ ଖୁସି ପ୍ରକଟ କରିଥିଲେ ।












Click it and Unblock the Notifications