Big Breaking: ପୁଣି ଏହି ଦିନ ହେବ ବାତିଲ୍ ହୋଇଥିବା OSSC ଆକାଉଣ୍ଟାଣ୍ଟ ପରୀକ୍ଷା
ଭୁବନେଶ୍ୱର: ପ୍ରଶ୍ନପତ୍ରରେ ତ୍ରୁଟି ଯୋଗୁଁ ବାତିଲ ହୋଇଥିବା ଓଏସଏସସି ପରିଚାଳିତ ଆକାଉଣ୍ଟାଣ୍ଟ ପରୀକ୍ଷା ପୁଣି ଥରେ ହେବ । ଆସନ୍ତା ଜୁଲାଇ ୩୦ ତାରିଖରେ ଆକାଉଣ୍ଟାଣ୍ଟ ପ୍ରିଲିମିନାରୀ ପରୀକ୍ଷା ହେବ । ଗୋଟିଏ ସିଟିଂରେ ଓଏମଆର ମୋଡରେ ପରୀକ୍ଷା ହେବ ।
ଏନେଇ ସବୁ ଜିଲ୍ଲା ମୁଖ୍ୟାଳୟରେ ପରୀକ୍ଷା ହେବା ନେଇ OSSC ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ପ୍ରଶ୍ନପତ୍ରରେ ତ୍ରୁଟି ଯୋଗୁ ପରୀକ୍ଷା ବାତିଲ୍ ହୋଇଥିଲା ।

ସୂଚନାଥାଉ କି, ଗତ ଏପ୍ରିଲ 24 ତାରଖରେ ପ୍ରଶ୍ନପତ୍ରରେ ତ୍ରୁଟି ପରେ ବାତିଲ ହୋଇଥିଲା ଓଏସଏସସି ପରୀକ୍ଷା । ପ୍ରଶ୍ନପତ୍ରରେ ତ୍ରୁଟି ଥିବା ସ୍ୱୀକାର କରିଥିଲେ କତୃପକ୍ଷ । ଓଏସଏସସି ପକ୍ଷରୁ ପ୍ରକାଶ ପାଇଥିବା ବିଜ୍ଞାପନରେ ଓଡ଼ିଆରେ ପ୍ରଶ୍ନପତ୍ର ଆସିବ ବୋଲି କୁହା ଯାଇଥିଲା । ଏହି ଖବର ସାମ୍ନାକୁ ଆସିବା ପରେ ପରୀକ୍ଷାର୍ଥୀମାନେ ବେଶ୍ ଖୁସି ପ୍ରକଟ କରିଥିଲେ । ମାତ୍ର ପରୀକ୍ଷା ସମୟରେ ପ୍ରଶ୍ନପତ୍ରରେ ଥିଲା ବିକୃତ ଓଡିଆ ଲେଖା । ଯାହାକୁ ନେଇ ଜୋରଦାର ବିବାଦ ପରେ ବାତିଲ ହୋଇଥିଲା ପରୀକ୍ଷା ।
ପ୍ରିଲିମନାରୀ ପରୀକ୍ଷାରେ ଏପରି ଭୟଙ୍କର ତ୍ରୁଟିକୁ ନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଥିଲା । ପରୀକ୍ଷାର୍ଥୀ,ଅଭିଭାବକଙ୍କ ସମେତ ଶିକ୍ଷାବିତମାନେ ମଧ୍ୟ ପ୍ରଶ୍ନ ଉଠାଇଥିଲେ । ଯାହା ଫଳରେ ସରକାର ଉକ୍ତ ପରୀକ୍ଷାକୁ ବାତିଲ୍ କରିଥିଲେ ।












Click it and Unblock the Notifications