ପରୀକ୍ଷା ତାରିଖ ଘୋଷଣା କଲା ଓପିଏସି : ଜାଣନ୍ତୁ କେବେ ଓ କେତେ ଘଣ୍ଟା ଦେବେ ପରୀକ୍ଷା
ଓଡ଼ିଶା ଜନସେବା ଆୟୋଗ (ଓପିଏସସି) ଶେଷରେ ଓଡିଶା ସିଭିଲ ସର୍ଭିସେସ୍ (ପ୍ରିଲିମ୍) ପରୀକ୍ଷା -2020 ତାରିଖ ଘୋଷଣା କରିଛି
ଭୁବନେଶ୍ୱର । ଓଡ଼ିଶା ଲୋକସେବା ଆୟୋଗ (ଓପିଏସସି) ଶେଷରେ ଓଡିଶା ସିଭିଲ ସର୍ଭିସେସ୍ (ପ୍ରିଲିମ୍) ପରୀକ୍ଷା -2020 ତାରିଖ ଘୋଷଣା କରିଛି । ମେ 23 (ରବିବାର) ରେ ବାଲେଶ୍ୱର, ବ୍ରହ୍ମପୁର, ଭୁବନେଶ୍ୱର, କଟକ ଏବଂ ସମ୍ବଲପୁର ଭଳି ପାଞ୍ଚଟି ଜୋନରେ ଏହି ପରୀକ୍ଷା ଅନୁଷ୍ଠିତ ହେବ ।
ଜେନେରାଲ୍ ଷ୍ଟଡିଜ୍ ପେପର I (ଅବଜେକ୍ଟିଭ୍ 100) ସକାଳ 10 ରୁ 12 ଟା ପର୍ଯ୍ୟନ୍ତ ଅନୁଷ୍ଠିତ ହେବ, ଜେନେରାଲ୍ ଷ୍ଟଡିଜ୍ (ପେପର-୨) (80 ଅବଜେକ୍ଟିଭ୍ ପ୍ରଶ୍ନ) 1.30 ରୁ ଅପରାହ୍ନ 3.30 ଯାଏଁ ଅନୁଷ୍ଠିତ ହେବ ।

ସେହିପରି ସମସ୍ତ ଭିନ୍ନକ୍ଷମ (ପ୍ରାର୍ଥୀ) ମାନଙ୍କୁ ପ୍ରତ୍ୟେକ 40 ମିନିଟ୍ ଅତିରିକ୍ତ ଦିଆଯିବ । ଅର୍ଥାତ 10.00 ରୁ 12.40 PM ଏବଂ 1.30 PM ରୁ 4.10 PM ବୋଲି ଓପିଏସି ପକ୍ଷରୁ ପ୍ରକାଶ କରାଯାଇଛି । ସମ୍ପୃକ୍ତ ଯୋଗ୍ୟ ପ୍ରାର୍ଥୀଙ୍କ ଆଡମିଶନ ସାର୍ଟିଫିକେଟ୍ ଏବଂ ପ୍ରାର୍ଥୀଙ୍କ ନିର୍ଦ୍ଦେଶନାମା OPSC ୱେବସାଇଟରେ ଉପଲବ୍ଧ ହେବ । ପ୍ରାର୍ଥୀମାନଙ୍କୁ ସେମାନଙ୍କ ଆଡମିଶନ ସାର୍ଟିଫିକେଟ୍ ଏବଂ "ପ୍ରାର୍ଥୀଙ୍କ ପାଇଁ ନିର୍ଦ୍ଦେଶାବଳୀ" ଡାଉନଲୋଡ୍ କରିବାକୁ ଆୟୋଗର ୱେବସାଇଟ୍ http: / /opsc.gov.in ପରିଦର୍ଶନ କରିବାକୁ ପରାମର୍ଶ ଦେଇଛନ୍ତି ଓପିଏସିର ଅଧିକାରୀ ।












Click it and Unblock the Notifications