Get Updates
Get notified of breaking news, exclusive insights, and must-see stories!

ଓପିଏସିର ବିଜ୍ଞପ୍ତି : ରାଜ୍ୟର ବିଭିନ୍ନ ବିଶ୍ୱବିଦ୍ୟାଳୟ ପାଇଁ 320 ପଦବିରେ ନିଯୁକ୍ତି ସୁଯୋଗ

ଉଚ୍ଚଶିକ୍ଷା ବିଭାଗ ଅଧୀନ ବିଶ୍ୱବିଦ୍ୟାୟରେ ଖାଲି ପଡିଥିବା ଆସୋସିଏଟ୍ ପ୍ରଫେସର ପଦବି ପୂରଣ ପାଇଁ ସୃଷ୍ଟି ହୋଇଛି ନିଯୁକ୍ତି ସୁଯୋଗ

ଭୁବନେଶ୍ୱର : ଉଚ୍ଚଶିକ୍ଷା ବିଭାଗ ଅଧୀନ ବିଶ୍ୱବିଦ୍ୟାଳୟରେ ଖାଲି ପଡିଥିବା ଆସୋସିଏଟ୍ ପ୍ରଫେସର ପଦବି ପୂରଣ ପାଇଁ ସୃଷ୍ଟି ହୋଇଛି ନିଯୁକ୍ତି ସୁଯୋଗ । ଓଡିଶା ଲୋକସେବା ଆୟୋଗ (ଓପିଏସସି) ପକ୍ଷରୁ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । ବିଭିନ୍ନ ବିଶ୍ୱବିଦ୍ୟାଳୟର 50ଟି ବିଷୟରେ 320 ଆସୋସିଏଟ୍ ପ୍ରଫେସର ପଦ ପାଇଁ ଏହି ନିଯୁକ୍ତି ପ୍ରକ୍ରିୟା ଅନୁଷ୍ଠିତ ହେବ । ଏଥିରେ 119 ପଦବି କେବଳ ମହିଳାଙ୍କ ପାଇଁ ସଂରକ୍ଷଣ ରଖାଯାଇଛି । ଆସନ୍ତା 23 ତାରିଖ ଠାରୁ ଅନଲାଇନ ପଞ୍ଜୀକରଣ ଆରମ୍ଭ ହେବ ।

ଓପିଏସି

ଶିକ୍ଷାଗତ ଯୋଗ୍ୟତା - ଉକ୍ତ ପଦବୀ ପାଇଁ ଆବେଦନ କରୁଥିବା ପ୍ରାର୍ଥୀମାନେ ସମ୍ପୃକ୍ତ ବିଷୟରେ ପିଏଚଡି କରିବା ଭଳ ଏକାଡେମିକ୍ ରେକର୍ଡ, ମାଷ୍ଟର ଡିଗ୍ରିରେ 55 ପ୍ରତିଶତ ନମ୍ବର ରଖିଥିବା ଆବଶ୍ୟକ । ସେହିପରି 8 ବର୍ଷର ଶିକ୍ଷକତା ଅବା ଗବେଷଣା କିମ୍ବା ଆସିଷ୍ଟାଣ୍ଟ ପ୍ରଫେସର ସମକକ୍ଷ ଅଭିଜ୍ଞତା, 7ଟି ପବ୍ଲିକେସନ ଓ 75 ରିସର୍ଚ୍ଚ ସ୍କୋର ରହିଥିବା ଆବସ୍ୟକ ।
ଶେଷ ତାରିଖ - ପ୍ରାର୍ଥୀମାନେ ଅନଲାଇନରେ ଆବେଦନ କରିବେ । ଅଗଷ୍ଟ 23 ସୁଦ୍ଧା ଆଶାୟୀ ପ୍ରାର୍ଥୀ ଅନଲାଇନ୍ ପଞ୍ଜୀକରଣ ସହିତ ଅର୍ଥରାଶି ପ୍ରଦାନ କରିବେ । ଆବେଦନ ଦାଖଲର ଶେଷ ତାରିଖ ଅଗଷ୍ଟ 31 ରଖାଯାଇଛି ।
ପ୍ରାର୍ଥୀମାନେ ଓପିଏସିର ଓ୍ୱେବସାଇଟ୍ http:/opsc.gov.in ଯାଇ ଅଧିକ ସୂଚନା ପାଇ ପାରିବେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+