ଗଣଶିକ୍ଷା ବିଭାଗରେ 160 ଗ୍ରୁପ-ବି’ ପୋଷ୍ଟ ପାଇଁ ବିଜ୍ଞପ୍ତି: ଜାଣନ୍ତୁ, କେମିତି କରିବେ ଆବେଦନ ?
ଗଣଶିକ୍ଷା ବିଭାଗରେ ନିଯୁକ୍ତି ସୁଯୋଗ । ଓଡ଼ିଶା ଜନସେବା ଆୟୋଗ (ଓପିଏସସି) ପକ୍ଷରୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନରେ ୧୬୦ଟି ‘ଗ୍ରୁପ୍ ବି’ ପୋଷ୍ଟ ପାଇଁ ବାହାରିଛି ନିଯୁକ୍ତି ବିଜ୍ଞାପନ ପ୍ରକାଶ ପାଇଛି ।
ଭୁବନେଶ୍ବର: ଗଣଶିକ୍ଷା ବିଭାଗରେ ନିଯୁକ୍ତି ସୁଯୋଗ । ଓଡ଼ିଶା ଜନସେବା ଆୟୋଗ (ଓପିଏସସି) ପକ୍ଷରୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନରେ ୧୬୦ଟି 'ଗ୍ରୁପ୍ ବି' ପୋଷ୍ଟ ପାଇଁ ବାହାରିଛି ନିଯୁକ୍ତି ବିଜ୍ଞାପନ ପ୍ରକାଶ ପାଇଛି । ନଭେମ୍ବର 12 ତାରିଖରୁ ଆୟୋଗର ଅଫିସିଆଲ୍ ୱେବସାଇଟରେ ଆବେଦନ ଫର୍ମ ଉପଲବ୍ଧ ହେବ । ଆବେଦନ ଫର୍ମ ପୂରଣ ଏବଂ ଦାଖଲ କରିବାର ଶେଷ ତାରିଖ ହେଉଛି ଡିସେମ୍ବର 10 । ଆବେଦନକାରୀ http://opsconline.gov.in/ ରେ ଲଗ୍ଇନ୍ କରି ସମ୍ପୂର୍ଣ୍ଣ ବିବରଣୀ ପାଇପାରିବେ।

ଦରମା
ଏହି ପଦବୀଗୁଡିକ ଅସ୍ଥାୟୀ ଏବଂ ସ୍ଥାୟୀ ଭାବେ ନିଯୁକ୍ତି ହେବ । ମୋଟ 160ଟି ପଦବୀ ପାଇ ଅବେଦନ କରିପାରିବେ । ଏଥିନିମନ୍ତେ ଦରମା ୪୪,୯୦୦ ଟଙ୍କା ଧାର୍ଯ୍ୟ କରାଯାଇଛି।
୧୬୦ଟି ପଦବୀ ମଧ୍ୟରୁ ସାଧାରଣ ବର୍ଗଙ୍କ ପାଇଁ ୮୩ ପୋଷ୍ଟ ବାହାରିଥିବା ବେଳେ ସାମାଜିକ ଓ ଅର୍ଥନୈତିକ ଭାବେ ପଛୁଆବର୍ଗଙ୍କ ପାଇଁ ୧୫, ଅନୁସୂଚିତ ଜାତି ପ୍ରାର୍ଥୀଙ୍କ ପାଇଁ ୨୬ ଓ ଅନୁସୂଚିତ ଜନଜାତି ବର୍ଗଙ୍କ ପାଇଁ ୩୬ଟି ପୋଷ୍ଟ ରହିଛି।
ବୟସ ସୀମା
ଏହି ପଦ ପାଇଁ ଇଚ୍ଛୁକ ପ୍ରାର୍ଥୀଙ୍କ ସର୍ବନିମ୍ନ ବୟସ ୨୧ ବର୍ଷ ବୋଲି ଧାର୍ଯ୍ୟ କରାଯାଇଛି। ଏଥିସହ ସର୍ବାଧିକ ବୟସ ସୀମା ୩୨ ବର୍ଷ ବୋଲି ଧାର୍ଯ୍ୟ କରାଯାଇଛି। ୨୦୨୧ ଜାନୁୟାରୀ ୧ ତାରିଖ ସୁଦ୍ଧା ପ୍ରାର୍ଥୀଙ୍କ ବୟସ ୩୨ ବର୍ଷ ମଧ୍ୟରେ ସୀମିତ ରହିବା ଆବଶ୍ୟକ। ଏହାବାଦ ଇଚ୍ଛୁକ ପ୍ରାର୍ଥୀଙ୍କ ଜନ୍ମ ୧୯୮୯ ମସିହା ଜାନୁୟାରୀ ୨ ତାରିଖ ପରେ ହେବା ଉଚିତ ବୋଲି ଉଲ୍ଲେଖ ରହିଛି। ଅତି ବେଶିର ୨୦୦୦ ମସିହା ଜାନୁୟାରୀ ୧ ପରେ ଜନ୍ମ ଗ୍ରହଣ କରିଥିବା ପ୍ରାର୍ଥୀ ଆବେଦନ କଲେ ସେମାନଙ୍କ ଆବେଦନକୁ ବିଚାରକୁ ନିଆଯିବନି ବୋଲି ସ୍ପଷ୍ଟ ଭାବେ ଉଲ୍ଲେଖ ଅଛି।
ଯୋଗ୍ୟତା
ଆବେଦନକାରୀ କଳା, ବିଜ୍ଞାନ, କିମ୍ବା ବାଣିଜ୍ୟରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଥିବା ସହ ଏଜୁକେଶନରେ ମାଷ୍ଟର ଡିଗ୍ରୀ ହାସଲ କରିଥିବା ଆବଶ୍ୟକ । ଏଥିସହ କମ୍ପ୍ୟୁଟର ସାଇନ୍ସରେ ସାଧାରଣ ଜ୍ଞାନ ରହିଥିବା ଆବଶ୍ୟକ ।
ରାଜ୍ୟ ବାହାର ୟୁନିଭରସିଟି କିମ୍ବା ବୋର୍ଡରୁ ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀ ଏଥିପାଇଁ ଆବେଦନ କରିପାରିବେ। ହେଲେ ଏହି ବର୍ଗର ପିଲାମାନେ ଓଡ଼ିଶା ସରକାରଙ୍କ ଶିକ୍ଷାନୁଷ୍ଠାନ ଦ୍ୱାରା ପ୍ରଦତ୍ତ ଯୋଗ୍ୟତା ସହ ସମାନ ପ୍ରମାଣପତ୍ର ପାଇଥିବା ଆବଶ୍ୟକ ।
ଏହି ପଦ ନିମନ୍ତେ ଆବେଦନ କରିବାକୁ ଚାହୁଁଥିବା ପ୍ରାର୍ଥୀଙ୍କୁ ୫୦୦ ଟଙ୍କାର ଦେୟ ଦେବାକୁ ପଡ଼ିବ । ଏହା କିନ୍ତୁ ଫେରସ୍ତ ମିଳିବ ନାହିଁ ବୋଲି ଉଲ୍ଲେଖ ଅଛି। କିନ୍ତୁ ଅନୁସୂଚିତ ଜାତି, ଜନଜାତି ଓ ଭିନ୍ନକ୍ଷମ ଆବେଦନକାରୀଙ୍କୁ କୌଣସି ଦେୟ ଦେବାକୁ ପଡ଼ିବ ନାହିଁ।
ଚୟନ
ଏକ ଲିଖିତ ପରୀକ୍ଷା ଏବଂ ସାକ୍ଷାତକାର ମାଧ୍ୟମରେ ପ୍ରାର୍ଥୀ ଚୟନ କରାଯିବ । ଲିଖିତ ପରୀକ୍ଷା କଟକ ଠାରେ ଅନୁଷ୍ଠିତ ହେବ।












Click it and Unblock the Notifications