Get Updates
Get notified of breaking news, exclusive insights, and must-see stories!

ସହରାଞ୍ଚଳରେ ନିଯୁକ୍ତି ହେବେ ଅବସରପ୍ରାପ୍ତ ଅଧିକାରୀ, ମାସକୁ ମିଳିବ ୭୫ ହଜାର ଦରମା

ଭୁବନେଶ୍ବର: ଏଣିକି ରାଜ୍ୟର ମହାନଗର ନିଗମରେ ନିଯୁକ୍ତି ହେବେ ଅବସରପ୍ରାପ୍ତ ଅଧିକାରୀ । ସହରାଞ୍ଚଳ ଦାୟିତ୍ୱରେ ଏହି ଅଧାକାରୀ ମାନେ । ସମସ୍ତ ଜିଲ୍ଲା ସହରାଞ୍ଚଳ ଉନ୍ନୟନ ସଂସ୍ଥାରେ ପ୍ରକଳ୍ପ ନିର୍ଦ୍ଦେଶକ ନିଯୁକ୍ତ ହେବେ ।

 Government Officer

ତେବେ ଅବସରପ୍ରାପ୍ତ ଓଏଏସ୍, ଓଏଫଏସ୍, ଓପିଏସ୍, ଓଆରଏସ୍, ଜିଲ୍ଲା ପରିସଂଖ୍ୟାନ ଅଧିକାରୀ, ଜିଲ୍ଲା କ୍ଷୁଦ୍ର ସଞ୍ଚୟ ଅଧିକାରୀଙ୍କ ସମେତ ଜିଲ୍ଲାସ୍ତରୀୟ ଅଧିକାରୀଙ୍କୁ ଏହି ପଦବୀରେ ନିଯୁକ୍ତି ଦିଆଯିବ । ଏହି ନିଯୁକ୍ତି ସମ୍ପୂର୍ଣ୍ଣ ଠିକା ବୋଲି ରାଜ୍ୟ ସରକାର କହିଥିବା ବେଳେ ସେମାନଙ୍କୁ ୧ ବର୍ଷ ପାଇଁ ନିଯୁକ୍ତି ଦିଆଯିବ । ପୂର୍ବରୁ ଏହି ଦାୟିତ୍ୱ ପ୍ରକଳ୍ପ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାଙ୍କୁ ଦିଆଯାଇଥିଲା । ଏନେଇ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି ।

ଏଥିପାଇଁ ସେମାନଙ୍କୁ ମାସିକ ୭୫ ହଜାର ଟଙ୍କା ପ୍ରଦାନ କରାଯିବ । ଏହି ଅବସରପ୍ରାପ୍ତ କର୍ମଚାରୀମାନେ ପୌରସଂସ୍ଥା ଗୁଡ଼ିକର ନିରୀକ୍ଷଣ କାମ ବୁଝିବେ । ଏହି ଅବସରପ୍ରାପ୍ତ ଅଧିକାରୀମାନଙ୍କୁ ଆବଶ୍ୟକୀୟ ତାଲିମ ପ୍ରଦାନ ସହିତ କାର୍ଯ୍ୟ ପରିଚାଳନା ପାଇଁ ଶକ୍ତିଶାଳୀ ପ୍ରକଳ୍ପ ପରିଚାଳନା ୟୁନିଟ୍ ଯୋଗାଇ ଦେବାକୁ ନିଷ୍ପତ୍ତି ହୋଇଛି । ରାଜ୍ୟ ସହରାଞ୍ଚଳ ଉନ୍ନୟନ ସଂସ୍ଥା ପକ୍ଷରୁ ରାଜ୍ୟରେ ଖାଲି ଥିବା ସ୍ଥାନରେ ଏମାନଙ୍କୁ ନିଯୁକ୍ତି ଦିଆଯିବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+