For Quick Alerts
Turn On Notification  
For Daily Alerts
Oneindia App Download

୭୯୬ଟି ASO ପଦବୀ ପୂରଣ ପାଇଁ ଖୁବଶୀଘ୍ର ପ୍ରକାଶ ପାଇବ ବିଜ୍ଞପ୍ତି

ଓଡ଼ିଶା ସଚିବାଳୟ ସେବାରେ ୭୯୬ଟି ଏଏସଓ ପଦବୀ ପୂରଣ ପାଇଁ ଖୁବଶୀଘ୍ର ପ୍ରକାଶ ପାଇବ ବିଜ୍ଞପ୍ତି । ରାଜ୍ୟ ସରକାର ଏଥିପାଇଁ ନିଷ୍ପତ୍ତି ନେଇଛନ୍ତି। ଅର୍ଥ ବିଭାଗର ଅନୁମୋଦନ ପରେ ଏହି ପଦବୀ ପାଇଁ ସପ୍ତାହକ ମଧ୍ୟରେ ବିଜ୍ଞପ୍ତି ଜାରି କରିବାକୁ ଓଡ଼ିଶା ଲୋକସେବା ଆୟୋଗଙ୍କୁ ସ

|

ଭୁବନେଶ୍ୱର: ଓଡ଼ିଶା ସଚିବାଳୟ ସେବାରେ ୭୯୬ଟି ଏଏସଓ ପଦବୀ ପୂରଣ ପାଇଁ ଖୁବଶୀଘ୍ର ପ୍ରକାଶ ପାଇବ ବିଜ୍ଞପ୍ତି । ରାଜ୍ୟ ସରକାର ଏଥିପାଇଁ ନିଷ୍ପତ୍ତି ନେଇଛନ୍ତି। ଅର୍ଥ ବିଭାଗର ଅନୁମୋଦନ ପରେ ଏହି ପଦବୀ ପାଇଁ ସପ୍ତାହକ ମଧ୍ୟରେ ବିଜ୍ଞପ୍ତି ଜାରି କରିବାକୁ ଓଡ଼ିଶା ଲୋକସେବା ଆୟୋଗଙ୍କୁ ସରକାର ଅନୁରୋଧ କରିବେ ବୋଲି ଜଣାପଡ଼ିଛି। ତେବେ ରାଜ୍ୟ ସରକାର ଏହି ନିଯୁକ୍ତିରେ ପଛୁଆ ବର୍ଗଙ୍କ ପାଇଁ ମୋଟ ପଦବୀର ୧୧.୨୫ ପ୍ରତିଶତ ସଂରକ୍ଷିତ ଓ ମୋଟ ପଦବୀର ୫୦ ପ୍ରତିଶତ ଅଣସଂରକ୍ଷିତ ରଖିବାକୁ ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି।

Odisha Government

ରାଜ୍ୟ ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ସଞ୍ଜିବ ଚୋପ୍ରା ଓଡ଼ିଶା ସଚିବାଳୟ ସେବା କ୍ୟାଡ଼ରରେ ଖାଲି ପଡ଼ିଥିବା ୭୯୬ଟି ଏଏସଓ ପଦବୀରେ ନିଯୁକ୍ତି ନିମନ୍ତେ ଓଡ଼ିଶା ଲୋକସେବା ଆୟୋଗଙ୍କ ଦ୍ୱାରା ବିଜ୍ଞାପନ ଜାରି କରିବାକୁ ନିଷ୍ପତ୍ତି ନେଇଛନ୍ତି। ଆସନ୍ତାକାଲି ଅର୍ଥ ସଚିବଙ୍କ ଅଧ୍ୟକ୍ଷତାରେ ହେବାକୁ ଥିବା କ୍ଷମତାପ୍ରାପ୍ତ କମିଟି ବୈଠକରେ ଏହି ପ୍ରସ୍ତାବକୁ ଅନୁମୋଦନ ମିଳିବା ପରେ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହେବ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Odisha: Notification For 796 ASO Post Soon
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X