ଖୁବଶୀଘ୍ର ନିଯୁକ୍ତି ପାଇବେ ୨୦ ହଜାର କନିଷ୍ଠ ଶିକ୍ଷକ
ଖୁବ୍ଶୀଘ୍ର ଓଡ଼ିଶା ସରକାର ଖାଲି ପଡ଼ିଥିବା ଶିକ୍ଷକ ଓ ଅଣ-ଶିକ୍ଷକ ପଦବୀ ପାଇଁ ମେଗା ନିଯୁକ୍ତି ମେଳା ଲଞ୍ଚ୍ କରିବାକୁ ଯାଉଛନ୍ତି । ଏଥିପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଦ୍ୱାରା ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି ।

ଭୁବନେଶ୍ୱର: ଖୁବ୍ଶୀଘ୍ର ଓଡ଼ିଶା ସରକାର ଖାଲି ପଡ଼ିଥିବା ଶିକ୍ଷକ ଓ ଅଣ-ଶିକ୍ଷକ ପଦବୀ ପାଇଁ ମେଗା ନିଯୁକ୍ତି ମେଳା ଲଞ୍ଚ୍ କରିବାକୁ ଯାଉଛନ୍ତି । ଏଥିପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଦ୍ୱାରା ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି । ଏନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଖାଲି ପଡିଥିବା ୨୦ ହଜାର କନିଷ୍ଠ ଶିକ୍ଷକ (Junior Teachers) ଙ୍କୁ ନିୟୋଜିତ କରାଯିବ। ସେହିପରି ୭୫୪୦ ମାଧ୍ୟମିକ ଶିକ୍ଷକ ଓ ୬୦୨୫ଟି ଏଲଟିଆର୍ ଶିକ୍ଷକ ପଦବୀ ପୂରଣ ନିମନ୍ତେ ପଦକ୍ଷେପ ଗ୍ରହଣ କରାଯାଇଛି। ସେହିପରି ୫୪ ହଜାର ବରିଷ୍ଠ ଶିକ୍ଷକ ଓ ପ୍ରଧାନ ଶିକ୍ଷକଙ୍କ ପଦୋନ୍ନତି ପାଇଁ ରେସିଡ଼େନ୍ସି ପିରିୟଡ୍ କୋହଳ କରିବାକୁ ରାଜ୍ୟ ସରକାର ଅନୁମତି ପ୍ରଦାନ କରିଛନ୍ତି ସରକାର । ଏହା ମାଧ୍ୟମରେ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସ୍ତରରେ ଗୁଣାତ୍ମକ ଶିକ୍ଷା ପ୍ରଦାନ ପାଇଁ ତାଲିମ୍ପ୍ରାପ୍ତ ଯୁବକ/ଯୁବତୀ ନିୟୋଜିତ ହେବେ ।
ସେହିପରି ମାଧ୍ୟମିକ ବିଦ୍ୟାଳୟ ସହ ଜିଲ୍ଲା ଏବଂ ବ୍ଲକ୍ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ପାଇଁ ମୋଟ୍ ୧୭୯୯ କନିଷ୍ଠ ସହାୟକ ପଦବୀ ପୂରଣ ନିମନ୍ତେ ପ୍ରକ୍ରିୟା ଆରମ୍ଭ ହୋଇଛି । ପୂର୍ଣ୍ଣ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡ଼ିକରେ ୨୦୬୪ ଜଣ ଶିକ୍ଷକଙ୍କୁ ନିଯୁକ୍ତ କରିବାକୁ ସର୍ଭିସ୍ ସିଲେକ୍ସନ୍ ବୋର୍ଡ ମାଧ୍ୟମରେ ପ୍ରକ୍ରିୟା ଆରମ୍ଭ ହୋଇଛି ।
ସେହିପରି ଓପିଏସ୍ସି ମାଧ୍ୟମରେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଗୁଡ଼ିକରେ ୩୩୫ ଜଣ ଶିକ୍ଷକ/ଶିକ୍ଷୟିତ୍ରୀ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହୋଇଛି। ୧୫୦ ଜଣ ପିଜିଟି ଇତି ମଧ୍ୟରେ ନିଯୁକ୍ତ ହୋଇରିଥିବା ବେଳେ ୨୦୨୩-୨୪ ସୁଦ୍ଧା ଆହୁରି ୩୬୭ ଜଣ ପିଜିଟିଙ୍କୁ ନିଯୁକ୍ତ କରାଯିବ। ପୂର୍ଣ୍ଣ ଅନୁଦାନପ୍ରାପ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଗୁଡ଼ିକରେ ୧୫୪୩ ଜଣ ପିଜିଟି ନିଯୁକ୍ତ କରାଯିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଛି । ସର୍ଭିସ୍ ସିଲେକ୍ସନ୍ ବୋର୍ଡ ଦ୍ୱାରା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଗୁଡ଼ିକରେ ପ୍ରଥମ ପର୍ଯ୍ୟାୟରେ ୫୫୫ ପିଜିଟି ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହୋଇଛି । ଡି.ଆଇ.ଇ.ଟି ଓ ବି.ଆଇ.ଇ.ଟିରେ ୧୨୦ଟି ଶିକ୍ଷକ-ପ୍ରଶିକ୍ଷକ ପଦବୀ ପୂରଣ କରିବାକୁ ଓଡ଼ିଶା ଷ୍ଟାଫ୍ ସିଲେକ୍ସନ୍ କମିଶନଙ୍କ ଦ୍ୱାରା ବିଜ୍ଞପ୍ତି ପ୍ରକାଶ ପାଇଛି ।












Click it and Unblock the Notifications