OCS ପ୍ରିଲିମ୍ ପରୀକ୍ଷା ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି: ଜାଣନ୍ତୁ, ପୁରା ତଥ୍ୟ...
ଓଡ଼ିଶା ପ୍ରଶାସନିକ ସେବାର ପ୍ରିଲିମ୍ ପରୀକ୍ଷା (OCS ପ୍ରିଲିମ୍ ) ପାଇଁ ଘୋଷଣା ହେଲା ତାରିଖ । ଅକ୍ଟୋବର ୧୬ ତାରିଖରେ ପରୀକ୍ଷା ନେଇ ସୂଚନା ଦେଇଛି ଓଡ଼ିଶା ଲୋକ ସେବା ଆୟୋଗ ବା OPSC ।
ଭୁବନେଶ୍ୱର: ଓଡ଼ିଶା ପ୍ରଶାସନିକ ସେବାର ପ୍ରିଲିମ୍ ପରୀକ୍ଷା (OCS ପ୍ରିଲିମ୍ ) ପାଇଁ ଘୋଷଣା ହେଲା ତାରିଖ । ଅକ୍ଟୋବର ୧୬ ତାରିଖରେ ପରୀକ୍ଷା ନେଇ ସୂଚନା ଦେଇଛି ଓଡ଼ିଶା ଲୋକ ସେବା ଆୟୋଗ ବା OPSC । ପରୀକ୍ଷା ସଂପର୍କରେ ସବିଶେଷ ବିବରଣୀ ୱେବସାଇଟରୁ ମିଳିବ। OPSC ୱେବସାଇଟରେ ପରବର୍ତ୍ତୀ ସମୟରେ ବିସ୍ତୃତ ବିବରଣୀ ଦିଆଯିବ ।

୨୦୨୧ ବର୍ଷ ପାଇଁ ପ୍ରକାଶ ପାଇଥିବା ବିଜ୍ଞାପନର ପରୀକ୍ଷା ହେବ । OPSC ଅଧ୍ୟକ୍ଷ ସତ୍ୟଜିତ୍ ମହାନ୍ତି ଟୁଇଟ୍ କରି କହିଛନ୍ତି, 'ପରୀକ୍ଷାର୍ଥୀଙ୍କ ସନ୍ଦେହ ଦୂର କରିବା ପାଇଁ, ୨୦୨୦ OCS ଫଳାଫଳ ଘୋଷଣା ପରେ ୨୦୨୧-୨୨ ର ପ୍ରାଥମିକ ପରୀକ୍ଷା ଅନୁଷ୍ଠିତ ହେବ'।












Click it and Unblock the Notifications