For Quick Alerts
Turn On Notification  
For Daily Alerts
Oneindia App Download

ସରକାର ଆଣୁଛନ୍ତି ନୂଆ ନିୟମ ! ନିର୍ଦ୍ଧାରିତ ସମୟରୁ 15 ମିନିଟ୍ ଅଧିକ କାମ କଲେ କମ୍ପାନୀ ଦେବ ଟଙ୍କା

ଆସନ୍ତା ଆର୍ଥିକ ବର୍ଷ ଅର୍ଥାତ 1 ଏପ୍ରିଲ 2021 ରୁ ନୂତନ ଶ୍ରମ ଆଇନ କାର୍ଯ୍ୟକାରୀ ହେବାକୁ ଯାଉଛି । ନିର୍ଦ୍ଧାରିତ ସମୟରୁ 15 ମିନିଟ୍ ଅଧିକ କାମ କଲେ କମ୍ପାନୀ ଦେବ ଟଙ୍କା

|

ଦିଲ୍ଲୀ : ଆସନ୍ତା ଆର୍ଥିକ ବର୍ଷ ଅର୍ଥାତ 1 ଏପ୍ରିଲ 2021 ରୁ ନୂତନ ଶ୍ରମ ଆଇନ କାର୍ଯ୍ୟକାରୀ ହେବାକୁ ଯାଉଛି । ଏପ୍ରିଲ 1 ରୁ ମୋଦୀ ସରକାର କର୍ମଚାରୀଙ୍କ ପାଇଁ ଯେଉଁ ସବୁ ନୂଆ ନିୟମ କାର୍ଯ୍ୟକାରୀ କରିବାକୁ ଯୋଜନା କରୁଛନ୍ତି ତାହାର ପ୍ରକ୍ରିୟା ଅନ୍ତିମ ପର୍ଯ୍ୟାୟରେ ପହଁଚିଛି ।

ଫଳରେ ଦେଶରେ ଥିବା କମ୍ପାନୀ ଏବଂ କର୍ମଚାରୀଙ୍କ ପାଇଁ ଏହି ନୂତନ ନିୟମ ଲାଗୁ ହେବା ପରେ ଏହାକ କିଭଳି ପାଳନ କରାଯିବ ସେନେଇ ମଧ୍ୟ ପ୍ରକ୍ରିୟା ଆରମ୍ଭ ହେବ । ବିଶେଷକରି ଓଭରଟାଇମ୍, କର୍ମଚାରୀଙ୍କ ଚିନ୍ତା ହ୍ରାସ ହୋଇପାରେ ।
15 ମିନିଟରୁ ଅଧିକ କାମ କଲେ ଓଭରଟାଇମ୍ :
ହିନ୍ଦୁସ୍ତାନ ଟାଇମ୍ସରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ସରକାର ଓଭରଟାଇମ୍ ବା ଅଧିକ ସମୟ ସୀମା ନିୟମକୁ ପରିବର୍ତ୍ତନ କରିପାରନ୍ତି । ନୂତନ ଶ୍ରମ ନିୟମ ଅନୁଯାୟୀ, 15 ମିନିଟରୁ ଅଧିକ କାର୍ଯ୍ୟ କରୁଥିବା ଜଣେ କର୍ମଚାରୀଙ୍କୁ ଓଭରଟାଇମ୍ ବିବେଚନା କରାଯିବ ।

ନିଯୁକ୍ତି

କମ୍ପାନୀମାନଙ୍କୁ ଏହି ଓଭରଟାଇମ୍ ପାଇଁ ଅତିରିକ୍ତ ଦେୟ ଦେବାକୁ ପଡିବ । କାର୍ଯ୍ୟର ନିର୍ଦ୍ଧାରିତ ସମୟ ସମାପ୍ତ ହେବା ପରେ ଏହି ନିୟମ ପ୍ରଯୁଜ୍ୟ ହେବ । ତାହା ହେଉଛି, ଯଦି ଜଣେ କର୍ମଚାରୀ ଅତିରିକ୍ତ 15 ମିନିଟ୍ ପାଇଁ ନିର୍ଦ୍ଦିଷ୍ଟ ଘଣ୍ଟାରୁ ଅଧିକ କାର୍ଯ୍ୟ କରନ୍ତି, ତେବେ କମ୍ପାନୀକୁ ଏଥିପାଇଁ ଦେୟ ଦେବାକୁ ପଡିବ ।
ସୂଚନାଯୋଗ୍ୟ ଯେ ପ୍ରଚଳିତ ଆଇନରେ ଓଭରଟାଇମର ସମୟ ସୀମା 30 ମିନିଟ୍ ରହିଛି । ତାହା ହେଉଛି, ଯଦି ଜଣେ କର୍ମଚାରୀ ତାଙ୍କର ନିର୍ଦ୍ଧାରିତ କାମରୁ ଅଧ ଘଣ୍ଟାରୁ ଅଧିକ କାମ କରନ୍ତି, ତେବେ ଏହାକୁ ଅଧିକ ସମୟ ବା ଓଭରଟାଇମ୍ ବୋଲି ଧରାଯାଏ ।
ଖବର ଅନୁଯାୟୀ, ନୂତନ ନିୟମ କାର୍ଯ୍ୟକାରୀ କରିବାର ପ୍ରକ୍ରିୟା ଶେଷ ପର୍ଯ୍ୟାୟରେ ଅଛି । ଏହି ମାସ ଶେଷରେ ନୂତନ ଶ୍ରମ ନିୟମ ଲାଗୁ ହେବ ।
ଓଭରଟାଇମ୍ ବ୍ୟତୀତ ସମସ୍ତ ପ୍ରକାର ଅସ୍ଥାୟୀ, ଚୁକ୍ତିଭିତ୍ତିକ କର୍ମଚାରୀ / ଆଉଟସୋର୍ସିଂ କର୍ମଚାରୀଙ୍କୁ PF ଏବଂ ESI ସୁବିଧା ଯୋଗାଇବା ବାଧ୍ୟତାମୂଳକ ହେବ । ଏଠାରେ ସେମାନଙ୍କର ତୃତୀୟ ପକ୍ଷ କର୍ମୀ ବା ଥାର୍ଡ ପାର୍ଟି ଦର୍ଶାଇ କୌଣସି କମ୍ପାନୀ ବଞ୍ଚିପାରିବେ ନାହିଁ ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
New Rules for Employees Regarding Overtime Extra Pay will be Available for Work Over 15 Minutes
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X