NCL Recruitment: ମାଟ୍ରିକ୍ ପାସ କରିଛନ୍ତି କି ? ତୁରନ୍ତ କରନ୍ତୁ ଆବେଦନ

ଉତ୍ତର କୋଲ୍ ଫିଲ୍ଡସ୍ ଲିମିଟେଡରେ କରନ୍ତୁ ଚାକିରି । ଜଲଦି କରନ୍ତୁ ଆବେଦନ । ଉତ୍ତର କୋଲ୍ ଫିଲ୍ଡସ୍ ଲିମିଟେଡ୍ (NCL) HEMM ଅପରେଟର୍ (ଟ୍ରେନି) ସହିତ ୩୩୮ଟି ବିଭିନ୍ନ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ବାହାର କରିଛି ।

ଏହି ପଦବୀଗୁଡିକ ପାଇଁ ଚୟନ କମ୍ପ୍ୟୁଟର ଆଧାରିତ ପରୀକ୍ଷାରେ ପ୍ରାର୍ଥୀଙ୍କ ପ୍ରଦର୍ଶନକୁ ଦେଖି କରାଯିବ । ଏଠିପାଇଁ ଆଗ୍ରହୀ ଏବଂ ଯୋଗ୍ୟ ପ୍ରାର୍ଥୀମାନେ NCL ର ଅଫିସିଆଲ୍ ୱେବ୍‌ସାଇଟ୍ www.nclsil.in କୁ ଯାଇ ଅନ୍‌ଲାଇନ୍‌ରେ ଆବେଦନ କରିପାରିବେ।

ଆବେଦନକାରୀମାଙ୍କୁ କେବଳ ଅନ୍‌ଲାଇନ୍ ଆବେଦନ ଫର୍ମରେ ଉଲ୍ଲେଖ କରାଯାଇଥିବା ଯୋଗ୍ୟତା ଆଧାରରେ କମ୍ପ୍ୟୁଟର ଆଧାରିତ ପରୀକ୍ଷାରେ ହାଜର ହେବାକୁ ଅନୁମତି ଦିଆଯିବ ।

୦୯ ଅଗଷ୍ଟ ୨୦୨୩ରୁ ଅନ୍‌ଲାଇନ୍ ଆବେଦନ ଆରମ୍ଭ ହୋଇଥିବା ବେଳେ ୩୧ ଅଗଷ୍ଟ ୨୦୨୩ ଅନ୍‌ଲାଇନ୍ ଆବେଦନ ଶେଷ ହେବ । ଭାରତର ଯେକୌଣସି ସ୍ୱୀକୃତିପ୍ରାପ୍ତ ବୋର୍ଡ ଅଫ୍ ସେକେଣ୍ଡାରୀ / ଉଚ୍ଚ ମାଧ୍ୟମିକ ଶିକ୍ଷା ବୋର୍ଡରୁ ମାଟ୍ରିକ୍ / ଏସ୍ଏସ୍‌ସି / ହାଇସ୍କୁଲ୍ କିମ୍ବା ଏହାର ସମକକ୍ଷରୁ ପାଶ୍ ହେବା ଉଚିତ୍ ।

ଏଥିପାଇଁ ସର୍ବନିମ୍ନ ବୟସ ୧୮ ବର୍ଷ ହୋଇଥିବା ବେଳେ ସର୍ବାଧିକ ବୟସ ୩୦ ବର୍ଷ ରହିଛି । ପ୍ରଥମେ ଲିଖିତ ପରୀକ୍ଷା ପରେ ସାକ୍ଷାତକାର ପରୀକ୍ଷା ହେବ ।

ncl

କିପରି କରିବେ ଆବେଦନ:

ଅଫିସିଆଲ୍ ୱେବସାଇଟ୍ www.nclsil.in କୁ ଯାଆନ୍ତୁ । ହୋମ୍‌ପେଜ୍‌ରେ HEMM ଅପରେଟରର ବିଭିନ୍ନ ପଦବୀରେ ସିଧାସଳଖ ନିଯୁକ୍ତି ପାଇଁ ଅନଲାଇନ୍ ଆବେଦନ ଉପରେ କ୍ଲିକ୍ କରନ୍ତୁ । ଆବେଦନ ଫର୍ମରେ ସମସ୍ତ ସୂଚନା ସଠିକ୍ ଭାବରେ ପୂରଣ କରନ୍ତୁ । ଡକ୍ୟୁମେଣ୍ଟ୍ ଅପଲୋଡ୍ କରନ୍ତୁ । ପ୍ରମାଣପତ୍ର ପ୍ରଦାନ କରନ୍ତୁ । ଭବିଷ୍ୟତର ପ୍ରମାଣ ପାଇଁ ଏକ ପ୍ରିଣ୍ଟଆଉଟ୍ ବାହାର କରନ୍ତୁ । ଆଉ ନିଜ ପାଖରେ ସୁରକ୍ଷିତ ରଖନ୍ତୁ ।

ଖାଲି ପଦବୀ:
ଡମ୍ପର ଅପରେଟର (ଟ୍ରେନୀ) - ୨୨୧ ଟି ପୋଷ୍ଟ୍
ଡୋଜର ଅପରେଟର (ଟ୍ରେନୀ) - ୩୭ ଟି ପୋଷ୍ଟ୍
ଶୋଭେଲ ଅପରେଟର (ଟ୍ରେନୀ) - ୩୫ଟି ପୋଷ୍ଟ୍
ସର୍ଫେସ୍ ମାଇନର୍ ଅପରେଟର୍ (ଟ୍ରେନୀ) - ୨୫ ଟି ପୋଷ୍ଟ୍
କ୍ରେନ୍ ଅପରେଟର୍ (ଟ୍ରେନୀ) - ୧୨ ଟି ପୋଷ୍ଟ୍
ଗ୍ରେଡର୍ ଅପରେଟର (ଟ୍ରେନୀ) - ୬ ଟି ପୋଷ୍ଟ୍
ପେ' ଲୋଡର୍ ଅପରେଟର୍ (ଟ୍ରେନୀ) - ୨ ଟି ପୋଷ୍ଟ୍

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+