NCERT Recruitment 2024: ତୁରନ୍ତ କରନ୍ତୁ ଚାକିରି, ଏମିତି କରନ୍ତୁ ଆବେଦନ ?
ନ୍ୟାସ୍ନାଲ୍ କାଉନ୍ସିଲ୍ ଅଫ୍ ଏଜୁକେସନାଲ୍ ରିସର୍ଚ୍ଚ ଆଣ୍ଡ୍ ଟ୍ରେନିଂ (NCERT) ରେ କରନ୍ତୁ ଚାକିରି । ଏହି ନିଯୁକ୍ତି ଜରିଆରେ ସହକାରୀ ସମ୍ପାଦକ, ପ୍ରୁଫ୍ ରିଡର୍ ଏବଂ ଡିଟିପି ଅପରେଟର ପଦବୀ ପୂରଣ ହେବ ।
ଚାକିରି କରିବାର ସୁବର୍ଣ୍ଣ ସୁଯୋଗ । ଏନେଇ NCERT ର ପ୍ରକାଶନ ବିଭାଗ ବିଭିନ୍ନ ପଦବୀ ପାଇଁ ବିଜ୍ଞପ୍ତି ବାହାର କରିଛି।
ଏହି ନିଯୁକ୍ତି ପ୍ରକ୍ରିୟାରେ ମୋଟ୍ ୧୭୦ ପଦବୀ ପୂରଣ ହେବ। ଯୋଗ୍ୟ ଓ ଆଗ୍ରହୀ ପ୍ରାର୍ଥୀମାନେ NCERTର ଅଫିସିଆଲ୍ ୱେବ୍ସାଇଟ୍ https://ncert.nic.in କୁ ଯାଇ ଯାଞ୍ଚ କରିପାରିବେ।
ତେବେ ଏହି ନିଯୁକ୍ତି ପାଇଁ ଆବେଦନ ଅଫ୍ଲାଇନ୍ରେ ହେଉଥିବା ବେଳେ ଏହା ସ୍ଥାୟୀ ଚାକିରି ନୁହେଁ । ଏହି ପଦବୀରେ ନିଯୁକ୍ତି ଚୁକ୍ତି ଆଧାରରେ ହେବ । ୦୧ ଫେବୃଆରୀ ୨୦୨୪ ରେ ସକାଳ ୧୦ ରୁ ଅପରାହ୍ନ ୩ ଟା ମଧ୍ୟରେ ପଞ୍ଜୀକରଣ ହେବ। ୨ ଏବଂ ୩ ଫେବୃଆରୀ ୨୦୨୪ରେ ସ୍କିଲ୍ ଟେଷ୍ଟ୍ ହେବ ।

ଦରମା:
ସହକାରୀ ସମ୍ପାଦକ - ୮୦,୦୦୦ ଟଙ୍କା
ପ୍ରୁଫ୍ ରିଡର୍ - ୩୭,୦୦୦ଟଙ୍କା
ଡିଟିପି ଅପରେଟର - ୫୦,୦୦୦ ଟଙ୍କା
ଖାଲି ପଦବୀ:
ସହକାରୀ ସମ୍ପାଦକ - ୬୦ଟି ପୋଷ୍ଟ (ଇଂରାଜୀ ୨୫ଟି, ହିନ୍ଦୀ ୨୫ଟି ଏବଂ ଉର୍ଦ୍ଦୁ ୧୦ଟି )
ପ୍ରୁଫ୍ ରିଡର୍ - ୬୦ଟି ପୋଷ୍ଟ (ଇଂରାଜୀ ୨୫ଟି, ହିନ୍ଦୀ ୨୫ଟି ଏବଂ ଉର୍ଦ୍ଦୁ ୧୦ଟି )
DTP ଅପରେଟର - ୫୦ଟି ପୋଷ୍ଟ (ଇଂରାଜୀ ୨୦ଟି, ହିନ୍ଦୀ ୨୦ଟି ଏବଂ ଉର୍ଦ୍ଦୁ ୧୦ଟି)
ଶିକ୍ଷାଗତ ଯୋଗ୍ୟତା:
ସହକାରୀ ସମ୍ପାଦକ -
ଗ୍ରାଜୁଏସନ୍ ସହିତ ପୁସ୍ତକ ପ୍ରକାଶନ କିମ୍ବା ଯୋଗାଯୋଗ କିମ୍ବା ସାମ୍ବାଦିକତାରେ ପିଜି ଡିପ୍ଲୋମା
ଏହା ସହିତ ସମ୍ପୃକ୍ତ କାର୍ଯ୍ୟରେ ଅତି କମରେ ପାଞ୍ଚ ବର୍ଷର ଅଭିଜ୍ଞତା
ପ୍ରୁଫ୍ ରିଡର୍ -
ଇଂରାଜୀ, ହିନ୍ଦୀ ଏବଂ ଉର୍ଦ୍ଦୁରେ ଗ୍ରାଜୁଏସନ
ଏକ ବର୍ଷର ଅଭିଜ୍ଞତା
DTP ଅପରେଟର୍ -
ଗ୍ରାଜୁଏସନ ସହିତ DTP ରେ ଏକ ବର୍ଷର ଡିପ୍ଲୋମା କିମ୍ବା ସାର୍ଟିଫିକେଟ୍ କୋର୍ସ
ସମ୍ପୃକ୍ତ କାର୍ଯ୍ୟରେ ଅତି କମ୍ରେ ୩ ବର୍ଷର ଅଭିଜ୍ଞତା
ବୟସ ସୀମା:
ସହକାରୀ ସମ୍ପାଦକ - ସର୍ବାଧିକ ୫୦ ବର୍ଷ
ପ୍ରୁଫ୍ ରିଡର୍ - ସର୍ବାଧିକ ୪୨ ବର୍ଷ
DTP ଅପରେଟର୍ - ସର୍ବାଧିକ ୪୫ ବର୍ଷ
କିପରି କରିବେ ଆବେଦନ ?
ଦିଲ୍ଲୀର NCERT କାର୍ଯ୍ୟାଳୟକୁ ଯାଇ ୦୧ ଫେବୃଆରୀ ୨୦୨୪ ରେ ସକାଳ ୧୦ ଟାରୁ ୩ ଟା ପର୍ଯ୍ୟନ୍ତ ଆବେଦନ କରିପାରିବେ।












Click it and Unblock the Notifications