ଭାରତରେ ରେଳବାଇରେ ପୂରଣ ହେବ ୪୬୦୦ରୁ ଅଧିକ ପଦବୀ, ଏପରି କରନ୍ତୁ ଆବେଦନ

Indian Railways Recruitment 2024: ଭାରତୀୟ ରେଳବାଇରେ ବାହାରିଲା ବଡ଼ ନିଯୁକ୍ତି । ଅନେକ ରେଳ ରେଳବାଇରେ ଚାକିରି କରିବା ପାଇଁ ଆଗ୍ରହ ରଖନ୍ତି, ଯଦି ଆପଣ ଏଥିପାଇଁ ଆଶୀୟୀ ବା ଇଚ୍ଛୁକ ତେବେ ତୁରନ୍ତ ଆବେଦନ କରନ୍ତୁ । ଏନେଇ ରେଳବାଇ ନିଯୁକ୍ତି RRB ଏକ ବିଜ୍ଞପ୍ତି ପ୍ରକାଶ କରିଛି ।

ଏହି ନିଯୁକ୍ତି ପ୍ରକ୍ରିୟାରେ ସବ୍-ଇନ୍ସପେକ୍ଟର (ଏସଆଇ/SI) ଏବଂ କନେଷ୍ଟେବଳ ପଦବୀ ପୂରଣ ହେବ । ଏନେଇ ଆବେଦନ ପ୍ରକ୍ରିୟା ଅନଲାଇନରେ କରିବା ପାଇଁ ପଡିବ । ଉଭୟ ପୁରୁଷ ଏବଂ ମହିଳା ଏନେଇ ଆବେଦନ କରିପାରିବେ । ଏହି ନିଯୁକ୍ତି ମାଧ୍ୟମରେ ମୋଟ୍ ୪୬୦୦ରୁ ଅଧିକ ପଦବୀ ପୂରଣ ହେବ । ଯୋଗ୍ୟ ଓ ଆଗ୍ରହୀ ପ୍ରାର୍ଥୀମାନେ RRB ର ଅଫିସିଆଲ୍ ୱେବ୍‌ସାଇଟ୍ https://rrbbbs.gov.in/ ଏବଂ Indianrailways.gov.inକୁ ଯାଇ ଆବେଦନ କରିପାରିବେ ।

Indian Railways Recruitment

୧୫ ଏପ୍ରିଲ୍ ୨୦୨୪ ଅନ୍‌ଲାଇନ୍ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି ଏବଂ ୧୪ ମେ ୨୦୨୪ ତାରିଖ ଏହାକର ଶେଷ ଆବେଦନ ତାରିଖ ରହିଛି । ସେହପରି SI ପାଇଁ ୪୫୨, କନେଷ୍ଟବଳ ପାଇଁ ୪୨୦୮ଟି ପୋଷ୍ଟ ରହିଛି । କନେଷ୍ଟବଳ ପାଇଁ ଦଶମ ପାଶ ପିଲାମାନେ ଏବା ସୁଯୋଗ ନେଇ ପାରିବେ ସେହିପରି SI ପାଇଁ ସ୍ନାତକ ଡିଗ୍ରୀ ଥିବା ଆବଶ୍ୟକ । ସେହିପରି ମହିଳା,ଏସଏସସି, ଏସଏସଟି ପ୍ରାର୍ଥୀଙ୍କ ପାଇଁ ୨୫୦ ଟଙ୍କା ଏବଂ ଅନ୍ୟ ସମସ୍ତ ପ୍ରାର୍ଥୀ ପାଇଁ ୫୦୦ ଟଙ୍କାର ରହିଛି ।

ସୂଚନା ଅନୁସାରେ, କନେଷ୍ଟବଳ ପୋଷ୍ଟ ପାଇଁ ମାସକୁ ୨୧,୭୦୦ଟଙ୍କା ଦରମା ଥିବା ବେଳେ ସବ୍-ଇନ୍ସପେକ୍ଟର ପାଇଁ ୩୫, ୪୦୦ ଟଙ୍କାର ଦରମା ରହିଛି । ଚୟନ ପ୍ରକ୍ରିୟାରେ ପ୍ରଥମେ ଅନଲାଇନ୍ କମ୍ୟୁଟର ଆଧାରିତ ଟେଷ୍ଟ ହେବ ଏହା ପରେ ଶାରୀରିକ ଦକ୍ଷତା ଏବଂ ଶେଷରେ ଡକ୍ୟୁମେଣ୍ଟ ଯାଞ୍ଚ କରାଯିବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+