For Quick Alerts
Turn On Notification  
For Daily Alerts
Oneindia App Download

'ମଜା ନେହିଁ ଆ ରାହା' ଲେଖି ଚାକିରୀରୁ ଇସ୍ତଫା ଦେଲେ କର୍ମଚାରୀ

ସୋସିଆଲ ମିଡିଆରେ ଏବେ ଏକ ଇସ୍ତଫା ପତ୍ର ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ଏପରି କିଛି ଅଜବ କଥା ଲେଖି ଇସ୍ତଫା ଦେଇଛନ୍ତି ଜଣେ କର୍ମଚାରୀ । ତେବେ ଏହି ଉସ୍ତଫା ପତ୍ରକୁ ଶିଳ୍ପପତି ତଥା ବ୍ୟବସାୟୀ ହର୍ଷ ଗୋଏଙ୍କା ତାଙ୍କ ଟ୍ୱିଟର ହ୍ୟାଣ୍ଡେଲରେ ସେୟାର କରିଛନ୍ତି।

|

Maza nahi aa raha on resignation letter: ଯେଉଁଠି ଚାକିରୀ ଟିଏ ପାଇଁ ସାରା ଦେଶରେ ଏବେ ସମସ୍ୟ ଲାଗି ରହିଛି । ବେରୋଜଗାରୀ ଏବେ ଏକ ପ୍ରମୁଖ ସମସ୍ୟ ପାଲଟିଛି । ସେଠାରେ ଏମିତି ଏକ ବିଚିତ୍ର ଚିତ୍ର ସାମ୍ନାକୁ ଆସିଛି, ଯାହା ଶୁଣିଲେ ଆପଣ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ ଏବଂ ନିଜ ହସକୁ ରୋକି ପାରିବେ ନାହିଁ ।

Maza nahi aa raha on resignation letter

ସୋସିଆଲ ମିଡିଆରେ ଏବେ ଏକ ଇସ୍ତଫା ପତ୍ର ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ଏପରି କିଛି ଅଜବ କଥା ଲେଖି ଇସ୍ତଫା ଦେଇଛନ୍ତି ଜଣେ କର୍ମଚାରୀ । ତେବେ ଏହି ଉସ୍ତଫା ପତ୍ରକୁ ଶିଳ୍ପପତି ତଥା ବ୍ୟବସାୟୀ ହର୍ଷ ଗୋଏଙ୍କା ତାଙ୍କ ଟ୍ୱିଟର ହ୍ୟାଣ୍ଡେଲରେ ସେୟାର କରିଛନ୍ତି।

ମାତ୍ର ୩ଟି ଶବ୍ଦରେ ରେଜିଙ୍ଗନେସନ୍ ଲେଟର (ଇସ୍ତଫା ପତ୍ର) ଲେଖି ଖୁସିରେ ଖୁସିରେ ଚାକିରି ଛାଡିଛନ୍ତି ଜୈନିକ ବ୍ୟକ୍ତି । ଏହି ଇସ୍ତଫା ପତ୍ରରେ ଯାହା ଲେଖା ହୋଇଛି ତାହା ବାସ୍ତବରେ ଭାରି ମଜାଦାର ଓ ଆଶ୍ଚର୍ଯ୍ୟଜନକ ମଧ୍ୟ ।

ଇସ୍ତଫା ପତ୍ର କିଛି ଏମିତି:

ଡିଅର୍ ସାର୍,
ଆଇ ରିଜାଇନ୍ . ମଜା ନେହିଁ ଆ ରାହା !
ଇୟୋର୍ସ ସିନସିୟରଲି,
ରାଜେଶ

ବାସ୍ ଏତିକି କହି ଚାକିରି ଛାଡିଛନ୍ତି ଯୁବକ ଜଣଙ୍କ । ଏବେ ଏହି ଇସ୍ତଫା ପତ୍ର ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହାକୁ ନିଜ ଟ୍ବିଟର ହ୍ୟାଣ୍ଡଲରେ ସେୟାର କରି ହର୍ଷ ଲେଖିଛନ୍ତି, 'ଏହି ଚିଠିଟି କ୍ଷୁଦ୍ର କିନ୍ତୁ ବହୁତ ଗଭୀର। ଏହା ଏକ ଗମ୍ଭୀର ସମସ୍ୟା, ଯାହାକୁ ଆମ ସମସ୍ତଙ୍କୁ ସମାଧାନ କରିବାକୁ ପଡିବ ।

ପ୍ରକୃତରେ କହିବାକୁ ଗଲେ ଏହା କେବଳ ଏକ ଇସ୍ତଫା ପତ୍ର ନୁହେଁ ବରଂ ଚାକିରି କରୁଥିବା ପ୍ରତ୍ୟେକ ବ୍ୟକ୍ତିଙ୍କ ପାଇଁ ଏହି ଇସ୍ତଫା ପତ୍ର ଜରି ଯୁବକ ଜଣକ ଏକ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ଦେବାକୁ ଚାହିଁଛନ୍ତି । କାମ କେବଳ ଅର୍ଥ ପାଇଁ ନୁହେଁ ଆତ୍ମ ସନ୍ତୁଷ୍ଟି ପାଇଁ କରିବା ନିହାତି ଆବଶ୍ୟକ ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Man writes Maza nahi aa raha on resignation letter
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X