Job in IAF: ଭାରତୀୟ ବାୟୁସେନାରେ କରନ୍ତୁ ଚାକିରୀ, ଏମିତି କରନ୍ତୁ ଆବେଦନ
ଭାରତୀୟ ବାୟୁସେନାରେ (IAF) ଚାକିରି ନେଇ ସ୍ୱପ୍ନ ଦେଖୁଥିବା ଯୁବକଙ୍କ ପାଇଁ ଏବେ ସୁବର୍ଣ୍ଣ ସୁଯୋଗ । ଏନେଇ IAF ଏକ ବିଜ୍ଞପ୍ତି ପ୍ରକାଶ କରିଛି । ଏଥିପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ଆପଣ ଯଦି ଏହି ଚାକିରି କରିବାକୁ ଚାହାନ୍ତି ତେବେ ତୁରନ୍ତ ଆବେଦନ କରନ୍ତୁ ।
ଯୋଗ୍ୟ ଓ ଆଗ୍ରହୀ ପ୍ରାର୍ଥୀମାନେ IAF Agniveer Air ର ଅଫିସିଆଲ୍ ୱେବ୍ସାଇଟ୍ agnipathvayu.cdac.inକୁ ଯାଇ ଯଥାଶୀଘ୍ର ଆବେଦନ କରନ୍ତୁ । ଏହି ନିଯୁକ୍ତି ମାଧ୍ୟମରେ ଅଗ୍ନିବୀର ବାୟୁ ପଦବୀ ପୂରଣ ହେବ । ଏନେଇ ଅନ୍ଲାଇନ୍ ମାଧ୍ୟମରେ ଆବେଦନ କରିବାକୁ ପଡିବ ।
ଉଭୟ ଅବିବାହିତ ପୁରୁଷ ଓ ମହିଳା ଏଥିପାଇଁ ଆବେଦନ କରିପାରିବେ । ମୁଖ୍ୟତଃ ଇଂଜିନିୟରିଂ କରିଥିବା ପିଲା ଏହାର ସୁଯୋଗ ନେବେ । ଏହି ନିଯୁକ୍ତି ମାଧ୍ୟମରେ ୪୦୦ରୁ ଅଧିକ ପଦବୀ ପୂରଣ ହେବ ।
ଆଉ ଏହି ଚାକିରୀ ପାଇଁ ଅନ୍ଲାଇନ୍ ଆବେଦନ ଆରମ୍ଭ ହୋଇଯାଇଛି । ଆଉ ଏହା ୨୮ ଜୁଲାଇ ୨୦୨୪ ପର୍ଯ୍ୟନ୍ତ ଚାଲିବ ।
ଆବେଦନ ତାରିଖ ୦୮ ଜୁଲାଇ ୨୦୨୪
ଅନ୍ଲାଇନ୍ ଆବେଦନ ଶେଷ - ୨୮ ଜୁଲାଇ ୨୦୨୪
ପରୀକ୍ଷା - ୧୮ ଅକ୍ଟୋବର ୨୦୨୪
ସେହିପରି ଶିକ୍ଷାଗତ ଯୋଗ୍ୟତା କଣ ରହିଛି ଚାଲନ୍ତୁ ଜାଣିବା ?
ସରକାରୀ ସ୍ୱୀକୃତିପ୍ରାପ୍ତ ପଲିଟେକ୍ନିକ୍ ପ୍ରତିଷ୍ଠାନରୁ ଇଞ୍ଜିନିୟରିଂ (ମେକାନିକାଲ୍ / ଇଲେକ୍ଟ୍ରିକାଲ୍ / ଇଲେକ୍ଟ୍ରୋନିକ୍ସ / ଅଟୋମୋବାଇଲ୍ / କମ୍ପ୍ୟୁଟର ସାଇନ୍ସ / ଇନଷ୍ଟ୍ରୁମେଣ୍ଟେସନ୍ ଟେକ୍ନୋଲୋଜି / ସୂଚନା ପ୍ରଯୁକ୍ତିବିଦ୍ୟା)ରେ ତିନି ବର୍ଷର ଡିପ୍ଲୋମା
ଡିପ୍ଲୋମା ପାଠ୍ୟକ୍ରମରେ ୫୦% ମାର୍କ ଏବଂ ଇଂରାଜୀରେ ୫୦% ମାର୍କ
ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ ।

ବୟସ ସୀମା:
ସର୍ବନିମ୍ନ ବୟସ - ୧୭.୫ ବର୍ଷ
ସର୍ବାଧିକ ବୟସ - ୨୧ ବର୍ଷ
ଆବେଦନ ଶୁଳ୍କ:
ସମସ୍ତ ବର୍ଗ - ୫୫୦ ଟଙ୍କା
ଚୟନ ପ୍ରକ୍ରିୟା:
ଅନ୍ଲାଇନ୍ ପରୀକ୍ଷା
ଶାରୀରିକ ଟେଷ୍ଟ୍
ସାକ୍ଷାତକାର
ମେଡିକାଲ୍ ଟେଷ୍ଟ୍
ଡକ୍ୟୁମେଣ୍ଟ୍ ଯାଞ୍ଚ












Click it and Unblock the Notifications