ଭାରତୀୟ ରେଳ ବିଭାଗରେ ନିଯୁକ୍ତି ସୁଯୋଗ; ଦଶମ ପାସ୍ କରିଥିଲେ ମିଳିବ ଚାକିରି !, ତୁରନ୍ତ କରନ୍ତୁ ଆବେଦନ
Railway Recruitment: ସରକାରୀ ଚାକିରି ପାଇଁ ପ୍ରସ୍ତୁତି ଚଳାଇଥିବା ପ୍ରାର୍ଥୀଙ୍କ ପାଇଁ ଖୁସି ଖବର । ଭାରତୀୟ ରେଳ ବିଭାଗରେ ଚାକିରି ପାଇଁ ପ୍ରକାଶ ପାଇଛି ବିଜ୍ଞପ୍ତି । ମୋଟ ୧୧୦୪ଟି ପଦବୀ ପୂରଣ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିବା ବେଳେ ଆବେଦନ ପାଇଁ ପ୍ରଦତ୍ତ ୱେବସାଇଟ୍ ଜାରି କରିଛି ରେଳ ବିଭାଗ ।
ଉତ୍ତର ପୂର୍ବାଞ୍ଚଳ ରେଳବାଇ (NER) ner.indianrailways.gov.in ର ଅଫିସିଆଲ୍ ୱେବସାଇଟ୍ ପରିଦର୍ଶନ କରି ଇଚ୍ଛୁକ ପ୍ରାର୍ଥୀମାନେ ଆବେଦନ କରିପାରିବେ । ଆବେଦନ ପ୍ରକ୍ରିୟାର ଶେଷ ତାରିଖ ୨୦୨୩ ଅଗଷ୍ଟ ୨ ତାରିଖ ରହିଛି । ଅର୍ଥାତ୍ ଅଗଷ୍ଟ ୨ ତାରିଖ ଯାଏ ଆବେଦନ କରିହେବ । ଏହାପରେ ଆବେଦନ ଗ୍ରହଣ କରାଯିବ ନାହିଁ ବୋଲି କୁହାଯାଇଛି ।

ରେଳ ବିଭାଗରେ ଭର୍ତ୍ତି ପାଇଁ ଆବେଦନ ପ୍ରକ୍ରିୟାର ଶେଷ ତାରିଖ ୨୦୨୩ ଅଗଷ୍ଟ ୨ ତାରିଖ ପର୍ଯ୍ୟନ୍ତ ରହିଛି । ଯୋଗ୍ୟ ବିବେଚିତ ପ୍ରାର୍ଥୀମାନେ ଉତ୍ତର ପୂର୍ବାଞ୍ଚଳ ରେଳର ବିଭିନ୍ନ ୟୁନିଟ୍ରେ ଭର୍ତ୍ତି ହେବେ । ନିଯୁକ୍ତି ପ୍ରକ୍ରିୟା ପାଇଁ ଜୁଲାଇ ୩ ତାରିଖରୁ ଆବେଦନ ଜାରି ରହିଛି । ତେଣୁ ଶେଷ ତାରିଖ ପର୍ଯ୍ୟନ୍ତ ଅପେକ୍ଷା ନ'କରି ତୁରନ୍ତ ଆବେଦନ କରିବାକୁ ଆଶାୟୀ ପ୍ରାର୍ଥୀଙ୍କୁ କୁହାଯାଇଛି ।
କ'ଣ ରହିଛି ଯୋଗ୍ୟତା ?
- ୧. ଏହି ପଦବୀ ପାଇଁ ଆବେଦନ କରିବାକୁ ହେଲେ ପ୍ରାର୍ଥୀମାନେ ସେମାନଙ୍କ ଯୋଗ୍ୟତା ଉପରେ ଧ୍ୟାନ ଦେବାକୁ ହେବ । ଏଥିପାଇଁ ସର୍ବନିମ୍ନ ଯୋଗ୍ୟତା ଦଶମ ପାସ୍ ରହିଛି ।
- ୨. ଅବେଦନ କରିବାକୁ ଇଚ୍ଛୁକ ଥିବା ପ୍ରାର୍ଥୀମାନେ ମାଟ୍ରିକ୍ରେ ୫୦% ମାର୍କ ରଖିଥିବା ଆବଶ୍ୟକ ।
- ୩. କୌଣସି ଏକ ସ୍ୱୀକୃତିପ୍ରାପ୍ତ ଅନୁଷ୍ଠାନରୁ ITI ପାସ୍ କରିଥିବା ଆବଶ୍ୟକ ରହିଛି ।
- ୪. ଏଥିପାଇଁ ଆବେଦନ କରିବାକୁ ହେଲେ ବୟସସୀମା ସର୍ବନିମ୍ନ ୧୫ ବର୍ଷ ହେବା ଆବଶ୍ୟକ । ସର୍ବାଧିକ ବୟସସୀମା ୨୪ ଯାଏଁ ରଖାଯାଇଛି ।
- ୫. ପ୍ରାର୍ଥୀମାନଙ୍କ ଉଭୟ ମାଟ୍ରିକ୍ ଏବଂ ITIର ଶତକଡ଼ା ମାର୍କକୁ ନେଇ ମେରିଟ୍ ଲିଷ୍ଟ ପ୍ରସ୍ତୁତ ହେବ ବୋଲି କୁହାଯାଇଛି ।
- ପଦପଦବୀ ପାଇଁ ବୟସ ସୀମା ୧୫ରୁ ୨୪ ବର୍ଷ ରହିଥିବା ବେଳେ UR ଓ OBC ବର୍ଗଙ୍କ ପାଇଁ ଆବେଦନ ଶୁଳ୍କ ମାତ୍ର ୧୦୦ ଟଙ୍କା ରଖାଯାଇଛି । ସେହିଭଳି ସଂରକ୍ଷିତ ଶ୍ରେଣୀ, PH ଓ ମହିଳା ପ୍ରାର୍ଥୀଙ୍କ ପାଇଁ ଶୁଳ୍କ ଦେବାକୁ ପଡିବ ନାହିଁ ।
ଚୟନ ପ୍ରକ୍ରିୟା:
ଆବେଦନକାରୀ ପ୍ରାର୍ଥୀଙ୍କ ଚୟନ ମେରିଟ୍ ଆଧାରରେ କରାଯିବ । ଆଶାୟୀ ପ୍ରାର୍ଥୀଙ୍କ ଆବେଦନ ଅନୁଯାୟୀ ଦସ୍ତାବିଜ୍ ଆଧାରରେ ପ୍ରସ୍ତୁତି କରାଯିବ । ତାଲିକାରେ ସ୍ଥାନ ପାଇବାକୁ ଥିବା ପ୍ରାର୍ଥୀଙ୍କୁ ଡକ୍ୟୁମେଣ୍ଟ ଭେରିଫିକେସନ୍ (Document Verification) ପାଇଁ ଡକାଯିବା ପରେ ଅନ୍ୟାନ୍ୟ ପ୍ରକ୍ରିୟା ଶେଷ କରାଯିବ ।












Click it and Unblock the Notifications