ଷ୍ଟେଟ ବ୍ୟାଙ୍କରେ ନିଯୁକ୍ତି ସୁଯୋଗ: ତୁରନ୍ତ କରନ୍ତୁ ଆବେଦନ

ଷ୍ଟେଟ ବ୍ୟାଙ୍କରେ ନିଯୁକ୍ତି ସୁଯୋଗ । ହଁ ଆଜ୍ଞା ଶୀଘ୍ର କରନ୍ତୁ ଆବେଦନ । ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆରେ ଚାକିରି ପାଇଁ ସୁବର୍ଣ୍ଣ ସୁଯୋଗ । ଯେଉଁମାନେ ସ୍ନାତକ ପାସ୍ କରିଛନ୍ତି ସେମାନେ SBI (PO) ପଦବୀ ପାଇଁ ଆବେଦନ କରିପାରିବେ । ଏଥିରେ ହେଳା କରନ୍ତୁ ନାହିଁ । ତୁରନ୍ତ କରନ୍ତୁ ଆବେଦନ ।

ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କର ମୋଟ ୨୦୦୦ ପଦବୀ ପୂରଣ କରାଯିବ । ପ୍ରବେଶିକା ପରୀକ୍ଷା ୨୦୨୩ ନଭେମ୍ବରରେ ହେବାର ସମ୍ଭାବନା ରହିଛି ।

ଏଥି ନିମନ୍ତେ ସେପ୍ଟେମ୍ବର ୭ ତାରିଖରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । sbi.co.in ୱେବସାଇଟକୁ ଯାଇ ଆଶାୟୀ ପ୍ରାର୍ଥୀ ମାନେ ତୁରନ୍ତ ଆବେଦନ କରିପାରିବେ । ୨୭ ସେପ୍ଟେମ୍ବର ଆବେଦନର ଶେଷ ତାରିଖ ରହିଛି ।

state_bank_of_india

ଶିକ୍ଷାଗତ ଯୋଗ୍ୟତା :

ଯେଉଁମାନେ ଏଥି ନିମନ୍ତେ ଆବେଦନ କରିବାକୁ ଚାହୁଁଛନ୍ତି, ଯେ କୌଣସି ବିଭାଗରୁ ଗ୍ରାଜୁଏସନ ପାସ୍ କରିଥିବା ଆବଶ୍ୟକ । ଯେଉଁମାନେ ସ୍ନାତକ ଶେଷ ବର୍ଷରେ ଅଛନ୍ତି, ସେମାନେ ମଧ୍ୟ ଆବେଦନ କରି ପାରିବେ । ହେଲେ ସାକ୍ଷାତକାର ପୂର୍ବରୁ ସାର୍ଟିଫିକେଟ ଥିବା ଆବଶ୍ୟକ ।

ଆବେଦନକାରୀଙ୍କ ବୟସ ସୀମା:
ଆବେଦନକାରୀଙ୍କ ବୟସ ୨୦୨୩ ଏପ୍ରିଲ ୧ ତାରିଖ ସୁଦ୍ଧା ୨୧ ରୁ ୩୦ ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ। ଏଥିସହିତ ରିଜରର୍ଭେସନ୍ ଅନୁଯାୟୀ ବୟସ ସୀମାରେ କୋହଳ କରାଯାଇଛି ।

ଚୟନ ପ୍ରକ୍ରିୟା :

ପ୍ରଥମେ ଆପଣଙ୍କୁ Prelims ଓ ପରେ Mains ପରୀକ୍ଷାରେ ଉତୀର୍ଣ୍ଣ ହେବାକୁ ପଡିବ । ଏହା ପରେ ପ୍ରାର୍ଥୀଙ୍କୁ ସାଇକୋମେଟ୍ରିକ ଟେଷ୍ଟ, ଗ୍ରୁପ ଏକ୍ସରସାଇଜ୍ ଓ ଇଣ୍ଟରଭ୍ୟୁ ଦେବାକୁ ହେବ । ଆଶାୟୀ ମାନଙ୍କୁ ଫେଜ-୨ ଓ ଫେଜ୍-୩ ରେ ଅଲଗା ଅଲଗା ଯୋଗ୍ୟତା ଅଙ୍କ ସ୍ବୀକୃତ କରିବାକୁ ହେବ।

ଆବେଦନ ଶୁଳ୍କ :

ସାଧାରଣ ବର୍ଗ ଓ OBCଙ୍କ ପାଇଁ ଆବେଦନ ଶୁଳ୍କ : ୭୫୦ ଟଙ୍କା
SC/ST/PWBD ଙ୍କ ପାଇଁ ଆବେଦନ ଶୁଳ୍କ : ୦୦ ଟଙ୍କା

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+