ଷ୍ଟେଟ୍ ବ୍ୟାଙ୍କରେ କରନ୍ତୁ ଚାକିରି; ତୁରନ୍ତ କରନ୍ତୁ ଆବେଦନ
ଷ୍ଟେଟ୍ ବ୍ୟାଙ୍କରେ ବାହାରିଲା ଚାକିରି । ତୁରନ୍ତ କରନ୍ତୁ ଆବେଦନ । ମୋଟ ୬୧୬୦ ପଦବୀ ପାଇଁ ବିଜ୍ଞପ୍ତି ଜାରି କରାଯାଇଛି ।ସେପ୍ଟେମ୍ବର ୧ ତାରିଖରୁ ଆରମ୍ଭ ହୋଇଛି ରେଜିଷ୍ଟ୍ରେସନ୍ । ଆଉ ଚଳିତ ମାସ ୨୧ ତାରିଖ ଯାଏଁ ଚାଲିବ ଏହି ପକ୍ରିୟା ।
ଇଚ୍ଛୁକ ପ୍ରାର୍ଥୀମାନେ ଏହାର ଅଫିସିଆଲ ୱେବ୍ସାଇଟ୍ sbi.co.in. କୁ ଯାଇ ରେଜିଷ୍ଟ୍ରେସନ୍ କରନ୍ତୁ । ତେବେ ଏହି ଚାକିରି ପାଇଁ ଅକ୍ଟୋବର କିମ୍ବା ନଭେମ୍ବରରେ ହୋଇପାରେ ଲିଖିତ ପରୀକ୍ଷା ।
ଅଧିକ ତଥ୍ୟ ପାଇଁ SBIର ଅଫିସିଆଲ ୱେବ୍ସାଇଟ୍ sbi.co.in. ଭିଜିଟ କରନ୍ତୁ । ଇଚ୍ଛୁକ ପ୍ରାର୍ଥୀ ସରକାରୀ ସ୍ୱୀକୃତିପ୍ରାପ୍ତ ଯେକୌଣସି ସଂସ୍ଥା ବା କଲେଜରୁ ଗ୍ରାଜୁଏସନ୍ ଡିଗ୍ରୀ ରହିଥିବା ନିହାତି ଆବଶ୍ୟକ । ନ ହେଲେ ଆପଣ ଆବେଦନ କରିପାରିବେ ନାହିଁ ।

ଜେନେରାଲ, ଓବିସି, EWS ବର୍ଗଙ୍କ ପାଇଁ ରେଜିଷ୍ଟ୍ରେସନ୍ ଫି' ୩୦୦ ଟଙ୍କା ରହିଛି । ସେହିପରି SC/ST/PwBD ବର୍ଗଙ୍କ ପଇଁ କୌଣସି ରେଜିଷ୍ଟ୍ରେସନ୍ ଫି' ଦେବାକୁ ପଡ଼ିବ ନାହିଁ । ଆବେଦନ ଫି ମଧ୍ୟ ଦେବାକୁ ପଡ଼ିବ ନାହିଁ ।
ଇଂରାଜୀ ବ୍ୟତୀତ ଅନ୍ୟ ୧୩ଟି ଆଞ୍ଚଳିକ ଭାଷାରେ ଏହି ପରୀକ୍ଷା ହେବ । ଆସାମୀ, ବଙ୍ଗାଳୀ, ଗୁଜୁରାଟୀ, କନ୍ନଡ଼, କୋଙ୍କଣୀ, ମାଲାୟଲମ, ମଣିପୁର, ମରାଠି, ଓଡ଼ିଆ, ପଞ୍ଜାବୀ, ତାମିଲ, ତେଲୁଗୁ, ଉର୍ଦ୍ଦୁ ଏବଂ ହିନ୍ଦି ଭାଷାରେ ପରୀକ୍ଷା ହେବ ।
ମୋଟ ୧୦୦ଟି ପ୍ରଶ୍ନ ରହିବ । ଏହାର ମୋଟ ମାର୍କ ମଧ୍ୟ ୧୦୦ । ମାତ୍ର ଏକ ଘଣ୍ଟାର ସମୟରେ ସବୁ ପ୍ରଶ୍ନର ଉତ୍ତର ଦେବାକୁ ପଡ଼ିବ ।












Click it and Unblock the Notifications