Job in Railway: ଗ୍ରୁପ ଡିର ବିଭିନ୍ନ ପଦବୀ ପାଇଁ ୩୨ ହଜାର ୪୩୮ଟି ପୋଷ୍ଟ ପାଇଁ କରନ୍ତୁ ଆବେଦନ
ଆରଆରବି ଗ୍ରୁପ ଡି ନିଯୁକ୍ତି ୨୦୨୫ର ବିଜ୍ଞପ୍ତି ପ୍ରକାଶ ପାଇଛି । ଗ୍ରୁପ ଡିର ବିଭିନ୍ନ ପଦବୀ ପାଇଁ ୩୨ ହଜାର ୪୩୮ଟି ପୋଷ୍ଟ ଖାଲି । ଆବେଦନ ତାରିଖ ଜାନୁଆରୀ ୨୩, ୨୦୨୫ ରେ ଆରମ୍ଭ ହେବେ । ଏହାର ଶେଷ ତାରିଖ ହେଉଛି ଫେବୃଆରୀ ୨୨, ୨୦୨୫ । ଆବେଦନ କରିବା ପୂର୍ବରୁ ପରୀକ୍ଷାର୍ଥୀମାନେ ଯୋଗ୍ୟତା ମାନ ପୂରଣ କରିବେ ।
ପରୀକ୍ଷାର୍ଥୀମାନେ ମ୍ୟାଟ୍ରିକ ପାସ କରିଥିବେ । କିମ୍ବା ଏନସିଟିଭିରୁ ଏକ ନାସନାଲ ଆପ୍ରେଣ୍ଟସିପ ସାର୍ଟିଫିକେଟ ଥିବ । ବୟସ ସୀମା ୧୮ରୁ ୩୬ ବର୍ଷ ହୋଇଥିବ ।
ବିଭାଗ ପଦବୀ ଖାଲିସ୍ଥାନ
- ଟ୍ରାଫିକ ପୋଷ୍ଟମ୍ୟାନ- ବି ୫୦୫୮
- ଇଞ୍ଜିନିୟରିଂ ଆସିଷ୍ଟାଣ୍ଟ( ଟ୍ରାକ ମେସିନ ) ୭୯୯
- ଆସିଷ୍ଟାଣ୍ଟ ବ୍ରିଜ ୩୦୧
- ଟ୍ରାକ ମେଇନଟେନର ଗ୍ରେଡ ୪ ୧୩୧୮୭
- ଆସିସାଣ୍ଟ ପି- ୱେ ୨୪୭
- ମେକାନିକାଲ ଆସିସାଣ୍ଟ ସି ଏଣ୍ଡ ଡବ୍ଲ୍ୟୁ ୨୫୮୭
- ଆସିଷ୍ଟାଣ୍ଟ ଲୋକୋ ସେଡ ଡିଜେଲ ୪୨୦
- ଆସିଷ୍ଟାଣ୍ଟ ୱାର୍କସପ ମେକାନିକାଲ ୩୦୭୭
- ଏସ ଏଣ୍ଡ ଟି ଆସିଷ୍ଟାଣ୍ଟ ଏସ ଏଣ୍ଡ ଟି ୨୦୧୨
- ଇଲେକ୍ଟ୍ରିକାଲ ଆସିଷ୍ଟାଣ୍ଟ ଟିଆରଡି ୧୩୮୧
- ଆସିଷ୍ଟାଣ୍ଟ ଲୋକୋ ସେଡ (ଇଲେକ୍ଟ୍ରିକାଲ) ୯୫୦
- ଆସିଷ୍ଟାଣ୍ଟ ଅପରେସନସ (ଇଲେକ୍ଟ୍ରିକାଲ) ୭୪୪
- ଆସିଷ୍ଟାଣ୍ଟ ଟିଏଲ ଏଣ୍ଡ ଏସି ୧୦୪୧
- ଆସିଷ୍ଟାଣ୍ଟ ଟିଏଲ ଏଣ୍ଡ ଏସି ( ୱାର୍କସପ ) ୬୨୪
- ମୋଟ ସିଟ ୩୨, ୪୩୮

ଆସନ୍ତୁ ଜାଣିବା ଏହାର ଫି ବିଷୟରେ ।
ଜେନେରାଲ / ଓବିସି ପାଇଁ ୫୦୦ ଟଙ୍କା ( ସିବିଟି ଫର୍ମାଟ ପାଇଁ ପରୀକ୍ଷାର୍ଥୀଙ୍କୁ ୪୦୦ ଟଙ୍କା ଫେରସ୍ତ କରାଯିବ )
ଏସସି / ଏସଟି / ମହିଳା /ଇବିସି / ଟ୍ରାନ୍ସଜେଣ୍ଡର ପାଇଁ ୨୫୦ ( ସିବିଟି ପାଇଁ ସମ୍ପୂର୍ଣ୍ଣ ଟଙ୍କା ଫେରସ୍ତ କରାଯିବ )
ଜେନେରାଲ , ଓବିସି ,ଇଡବ୍ଲ୍ୟୁଏସ - ୫୦୦
ଏସସି ,ଏସଟି , ପିଏଚ - ୨୫୦
ପ୍ରତ୍ୟକ ବର୍ଗର ମହିଳା -୨୫୦
ଆସନ୍ତୁ ଜାଣିବା ପେମେଣ୍ଟ କିପରି କରିବେ
ଡେବିଟ କାର୍ଡ
କ୍ରେଡିଟ କାର୍ଡ
ନେଟ ବ୍ୟାଙ୍କିଂ
ୟୁପିଆଇ
ନଚେତ କ୍ୟାସ ମଧ୍ୟ ଦେଇପାରିବେ ।
ଆସନ୍ତୁ ଜାଣିବା ଆରଆରବି ଗ୍ରୁପ -ଡି ୨୦୨୫ର ପରୀକ୍ଷା ପ୍ୟାଟେନ ବିଷୟରେ
ପରୀକ୍ଷାଟି କମ୍ପ୍ୟୁଟର ବେସଡ ଟେସ୍ଟ ହେବ । ତାପରେ ଫିଜିକାଲ ଟେଷ୍ଟ , ଡକ୍ୟୁମେଣ୍ଟ ଯାଞ୍ଚ ପରେ ମେଡିକାଲ ଟେଷ୍ଟ କରାଯିବ ।
ଜେନେରାଲ ସାଇନ୍ସରୁ ୨୫ ମାର୍କ , ମ୍ୟାଥ ମେଟିକ୍ସରୁ ୨୫ ମାର୍କ , ଜେନେରାଲ ଇଣ୍ଟିଲିଜେନ୍ସ ଏବଂ ରିଜୋନିଂରୁ ୩୦ ମାର୍କ ଆସିବ । ଜେନେରାଲ ଆଫ୍ୱାରନେସରୁ ୨୦ଟି ପ୍ରଶ୍ନ ଆସିବ । ଭୁଲ ଉତ୍ତର ପାଇଁ ୧/୩ ମାର୍କ କଟିବ । ସଠିକ ଉତ୍ତର ପାଇଁ ୧ ମାର୍କ ଦିଆଯିବ । ଆଡମିଟ କାର୍ଡ ପରୀକ୍ଷା ପୂର୍ବରୁ ଦିଆଯିବ ।
କିଭଳି ଆବେଦନ କରିବେ ଫର୍ମଟି ଜାଣନ୍ତୁ
ଜାନୁଆରୀ ୨୩ରୁ ଫେବୃଆରୀ ୨୨ , ୨୦୨୫ ମଧ୍ୟରେ ଅନଲାଇନରେ ଆବେଦନ କରିପାରିବେ । ପରୀକ୍ଷାର୍ଥୀମାନେ ଫଟୋ, ନିଜର ସ୍ୱାକ୍ଷର ଏବଂ ଶିକ୍ଷାଗତ ପ୍ରମାଣପତ୍ର , ଜାତି ପ୍ରମାଣ ପତ୍ର ଏବଂ ଆଇଡି ପ୍ରୁଭ ଦେଇ ଆବେଦନ କରିପାରିବେ ।












Click it and Unblock the Notifications