Get Updates
Get notified of breaking news, exclusive insights, and must-see stories!

Job In Odisha: OSSCରେ ବଡ ନିଯୁକ୍ତି ସୁଯୋଗ, ଏମିତି କରନ୍ତୁ ଆବେଦନ

ଓଡ଼ିଆ ଯୁବକଙ୍କ ପାଇଁ ଖୁସି ଖବର। ଓଡ଼ିଶାରେ ରହି ସରକାରୀ ଚାକିରି ଖୋଜୁଥିବା ପ୍ରାର୍ଥୀଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ଓଡିଶା କର୍ମଚାରୀ ଚୟନ ଆୟୋଗ (OSSC) ଏହି ସୁଯୋଗ ନେଇ ଆସିଛି। ଏନେଇ OSSC ଏକ ବିଜ୍ଞପ୍ତି ପ୍ରକାଶ କରିଛି। ଆପଣ ଯଦି ଆବେଦନ ପାଇଁ ଆଗ୍ରହୀ ତେବେ ବିସ୍ତୃତଭାବେ ଜାଣିବା ପାଇଁ ପଢନ୍ତୁ।

ଏହି ନିଯୁକ୍ତି ମାଧ୍ୟମରେ OSSC ରେ ଗ୍ରୁପ୍ C ମୃତ୍ତିକା ସଂରକ୍ଷଣ ସମ୍ପ୍ରସାରଣ କର୍ମଚାରୀ ପଦବୀ ପୂରଣ ହେବ। ଏନେଇ ଅନ୍‌ଲାଇନ୍ ମାଧ୍ୟମରେ ଆବେଦନ କରିବାକୁ ପଡିବ। ଏହି ନିଯୁକ୍ତି ମାଧ୍ୟମରେ ଉଭୟ ପୁରୁଷ ଓ ମହିଳା ଆବେଦନ କରିପାରିବେ। ଏନେଇ ୩୨୪ ଟି ପଦବୀ ପୂରଣ ହେବ । +2 ପାଶ୍ କରିଥିବା ପ୍ରାର୍ଥୀ ମଧ୍ୟ ସୁଯୋଗ ନେଇପାରିବେ । ଯୋଗ୍ୟ ଓ ଆଗ୍ରହୀ ପ୍ରାର୍ଥୀମାନେ OSSC ର ଅଫିସିଆଲ୍ ୱେବ୍‌ସାଇଟ୍‌ ossc.gov.in.କୁ ଯାଇ ଆବେଦନ କରିପାରିବେବେ ।

Job In Odisha Big job opportunity in OSSC

ଗୁରୁତ୍ୱପୂର୍ଣ୍ଣ ତାରିଖ:

  • ଅନ୍‌ଲାଇନ୍ ଆବେଦନ ଆରମ୍ଭ - ୨୭ ନମ୍ବେମ୍ବର ୨୦୨୪
  • ଅନ୍‌ଲାଇନ୍ ଆବେଦନ ଶେଷ - ୨୬ ଡିସେମ୍ବର ୨୦୨୪

ଖାଲି ପଦବୀ:

  • ସାଧାରଣ ପ୍ରାର୍ଥୀ - ୧୮୮ଟି ପୋଷ୍ଟ୍‌
  • SEBC - ୨ଟି ପୋଷ୍ଟ୍‌
  • SC - ୬୦ଟି ପୋଷ୍ଟ୍‌
  • ST - ୭୪ଟି ପୋଷ୍ଟ୍‌
  • ମୋଟ୍ - ୩୨୪ଟି ପୋଷ୍ଟ୍

ଯୋଗ୍ୟତା:
ଯେଉଁ ପ୍ରାର୍ଥୀ ଏକ କୃଷି ସମ୍ବନ୍ଧୀୟ ବିଷୟ (ଫସଲ ଉତ୍ପାଦନ (CP), ଉଦ୍ୟାନ କୃଷି, ମରାମତି ଏବଂ ରକ୍ଷଣାବେକ୍ଷଣରେ ଶକ୍ତି ଚାଳିତ ଫାର୍ମ ମେସିନାରୀ (PDFM)) ରେ ବିଜ୍ଞାନ କିମ୍ବା ଭୋକେସନାଲ୍ ପାଠ୍ୟକ୍ରମରେ ଦ୍ୱାଦଶ ସ୍ତରୀୟ ଶିକ୍ଷା ସମାପ୍ତ କରିଥିବେ ସେମାନେ ଏହି ପଦବୀ ପାଇଁ ଆବେଦନ କରିପାରିବେ।

ବୟସ ସୀମା:

  • ସର୍ବନିମ୍ନ ବୟସ -୨୧ ବର୍ଷ
  • ସର୍ବାଧିକ ବୟସ - ୩୮ ବର୍ଷ
  • ବୟସ ଗଣନା ୦୧।୦୧।୨୦୨୪ ଅନୁସାରେ ହେବ

ଚୟନ ପ୍ରକ୍ରିୟା:

  • ପ୍ରାଥମିକ ଲିଖିତ ପରୀକ୍ଷା
  • ମୁଖ୍ୟ ଲିଖିତ ପରୀକ୍ଷା
  • ଡକ୍ୟୁମେଣ୍ଟ୍ ଯାଞ୍ଚ

କିପରି କରିବେ ଆବେଦନ:

  • ଅଫିସିଆଲ୍ ୱେବସାଇଟ୍ ossc.gov.in.କୁ ଯାଆନ୍ତୁ
  • ହୋମ୍‌ପେଜ୍‌ରେ, "Recruitment" ଉପରେ କ୍ଲିକ୍ କରନ୍ତୁ
  • "Combined Higher Secondary(CHS) Level Recruitment 2024" ଉପରେ କ୍ଲିକ୍ କରନ୍ତୁ
  • ନୂଆ ପ୍ରାର୍ଥୀ ହୋଇଥିଲେ ପ୍ରଥମେ ନିଜକୁ ପଞ୍ଜିକରଣ କରାନ୍ତୁ
  • ଏହା ପରେ ଆବେଦନ ଫର୍ମ ପୂରଣ କରନ୍ତୁ
  • ଫଟୋ ଏବଂ ଡକ୍ୟୁମେଣ୍ଟ୍ ଅପଲୋଡ୍ କରନ୍ତୁ
  • ଆବେଦନ ଶୁଳ୍କ ଦିଅନ୍ତୁ
  • 'Submit' ବଟନ୍‌ରେ କ୍ଲିକ୍ କରନ୍ତୁ
  • ଭବିଷ୍ୟତ ପ୍ରମାଣ ପାଇଁ ଦାଖଲ ହୋଇଥିବା ଆବେଦନର ଏକ କପି ପ୍ରିଣ୍ଟ୍ କରି ରଖନ୍ତୁ
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+