Job in Odisha: ୧୦୬୧ଟି ପିଜିଟି ପୋଷ୍ଟ ପାଇଁ ତୁରନ୍ତ କରନ୍ତୁ ଆବେଦନ
ଓଡ଼ିଶାରେ ତୁରନ୍ତ କରନ୍ତୁ ଚାକିରି । ୧୦୬୧ଟି ପିଜିଟି ପୋଷ୍ଟ ବାହାର କରିଛନ୍ତି ରାଜ୍ୟ ସରକାର । ଆସନ୍ତା ଏପ୍ରିଲ ୧୮ ତାରିଖ ହେଉଛି ଆବେଦନର ଶେଷ ତାରିଖ । ଇଚ୍ଛୁକ ପ୍ରାର୍ଥୀମାନେ ଅଫିସିଆଲ ୱେବ୍ସାଇଟ୍ ssbodisha.ac.in କୁ ଯାଇ ଆବେଦନ କରିପାରିବେ ।
ବୟସ ସୀମା: ଏହି ପଦବୀ ପାଇଁ ଆବେଦନ କରିବାକୁ ହେଲେ ପ୍ରାର୍ଥୀଙ୍କ ବୟସ ୨୧ରୁ ୩୮ ବୟସ ମଧ୍ୟରେ ହୋଇଥିବା ଆବଶ୍ୟକ ।

ଚୟନ ପ୍ରକ୍ରିୟା
ଲିଖିତ ଏବଂ କ୍ୟାରିଅର ମାର୍କ ଅନୁସାରେ ପ୍ରାର୍ଥୀଙ୍କୁ ଚୟନ କରାଯିବ ।
ଶୁଳ୍କ
ସାଧାରଣ ବର୍ଗ ପ୍ରାର୍ଥୀଙ୍କୁ ପାଇଁ ଆପ୍ଲିକେସନ୍ ଫି' ୫୦୦ ଟଙ୍କା । ଏଥିରେ ଜେନେରାଲ ଓ SEBC ଅନ୍ତର୍ଭୁକ୍ତ । SC/ST ଏବଂ PwD ବର୍ଗର ପ୍ରାର୍ଥୀଙ୍କ ପାଇଁ ଆପ୍ଲିକେସନ୍ ଫି' ୨୦୦ ଟଙ୍କା ରହିଛି ।
କେମିତି କରିବେ ଆବେଦନ ?
ଆପଣ ପ୍ରଥମେ ଏହାର ଅପିସିଆଲ ୱେବସାଇଟ୍ ssbodisha.ac.in କୁ ଯାଆନ୍ତୁ । ଏହା ପରେ ହୋମ୍ ପେଜ୍ରେ ଥିବା ଆପ୍ଲାଏ ଅପ୍ସନ୍ ଉପରେ କ୍ଲିକ୍ କରନ୍ତୁ । ଏହାପରେ "Online Application for Recruitment to the Posts of Post Graduate Teachers (PGT) in Non-Govt. Aided Higher Secondary Schools of Odisha" ଉପରେ କ୍ଲିକ୍ କରନ୍ତୁ । ସେଥିରେ କ୍ଲିକ୍ କରିବା ପରେ ଏକ ନୂଆ ପେଜ୍ ଖୋଲିବ । ଆଉ ସେଠାରେ ପ୍ରାର୍ଥୀଙ୍କୁ ନିଜ ତଥ୍ୟ ରଖି ରେଜିଷ୍ଟ୍ରେସନ୍ କରିବାକୁ ପଡ଼ିବ ।
ଏହା ପରେ ଆପଣଙ୍କ ସାମ୍ନାରେ ପେମେଣ୍ଟ ଅପ୍ସନ୍ ଆସିବ । ସେଠାରେ ପେମେଣ୍ଟ କରିବାକୁ ହେବ । ନିଜର ସମସ୍ତ ତଥ୍ୟ ପ୍ରଦାନ କରିବା ପରେ ସବମିଟ୍ କରିବେ । ସବ୍ମିଟ୍ କରିବା ପରେ ଏକ ପ୍ରିଣ୍ଟ ବାହାର କରି ନିଜ ପାଖରେ ରଖିବେ । ଭବିଷ୍ୟତରେ ଏହା ଆବଶ୍ୟକ ହୋଇପାରେ ।












Click it and Unblock the Notifications