Job In Odisha: ଓଡିଶା ମେଡିକାଲ ଅଫିସରରେ ୫୨୪୮ ପଦବୀ ଖାଲି, ଜାଣନ୍ତୁ କିପରି କରିବେ ଆବେଦନ ?
ଓଡିଶା ମେଡିକାଲ ଅଫିସର ନିଯୁକ୍ତି ପାଇଁ ଓଡିଶା ପବ୍ଲିକ୍ ସର୍ଭିସ କମିଶନ (opsc) ର ବଡ ଘୋଷଣା ।
୨୫ମାର୍ଚ୍ଚରୁ ୨୫ ଏପ୍ରିଲ ୨୦୨୫ ପର୍ଯ୍ୟନ୍ତ ଆବେଦନ ପ୍ରକ୍ରିୟା ଚାଲୁରହିବ । ଅଧିକ ବିବରଣୀ ପାଇଁ ଏହାର ଅଫିସିଆଲ ୱେବସାଇଟକୁ ଯାଇ ଚେକ୍ କରିପାରିବେ । ଓଡିଶା ମେଡିକାଲ ଅଫିସର ପାଇଁ ୫୨୪୮ ପଦବୀ ଖାଲି ପଡିଛି ।

- ପଦବୀ ବିବରଣୀ : ୫୨୪୮
- ଶିକ୍ଷାଗତ ଯୋଗ୍ୟତା : ଆବେଦନ ପ୍ରାର୍ଥୀ କୌଣସି ସ୍ବୀକୃତି ପ୍ରାପ୍ତ ମେଡିକାଲ କଲେଜରୁ MBBS ପାସ୍ କରିଥିବା ଆବଶ୍ୟକ ।
- ଆବେଦନ ତାରିଖ : ଇଚ୍ଛୁକ ପ୍ରାର୍ଥୀ ୨୫ ମାର୍ଚ୍ଚରୁ ୨୫ ଏପ୍ରିଲ ୨୦୨୫ ପର୍ଯ୍ୟନ୍ତ ଆବେଦନ କରିପାରିବେ ।
- ବୟସ ସୀମା : ଆବେଦନକାରୀଙ୍କ ବୟସ ସୀମା ୨୧ ବର୍ଷରୁ ୩୨ ବର୍ଷ ମଧ୍ୟରେ ହୋଇଥିବା ଜରୁରୀ ।
- ଚୟନ ପ୍ରକ୍ରିୟା : ଲିଖିତ ପରୀକ୍ଷା ମାଧ୍ୟମରେ ପ୍ରାର୍ଥୀଙ୍କୁ ଚୟନ କରାଯିବ ।
ପରୀକ୍ଷା ବିବରଣୀ : ୧୧ ମେ କୁ ପରୀକ୍ଷା ତାରିଖ ଭାବେ ଧାର୍ଯ୍ୟ କରାଯାଇଛି । ଯାହାକି କଟକ ଏବଂ ଭୁବନେଶ୍ବରରେ କରାଯିବାର ଘୋଷଣା କରାଯାଇଛି । ପରୀକ୍ଷାର ଟୋଟାଲ ମାର୍କ ୨୦୦ ରହିବ । MCQର ପ୍ରଶ୍ନପତ୍ର ରହିବ । ୩ଘଣ୍ଟାର ପରୀକ୍ଷା ଅବଧି ରହିବ। ଭୁଲ ଉତ୍ତର ପାଇଁ ନେଗେଟିଭ୍ ମାର୍କିଂ ମଧ୍ୟ କରାଯିବ ।
ଆବେଦନ ପ୍ରକ୍ରିୟା :
- ଆବେଦନକାରୀ ପ୍ରଥମେ ଏହାର ଅଫିସିଆଲ ୱେବସାଇଟକୁ ଯାଆନ୍ତୁ ।
- ହୋମପେଜର 'ଆପ୍ଲାଏ ଅନଲାଇନ'ଉପରେ କ୍ଲିକ୍ କରନ୍ତୁ ।
- ନିଜର ରେଜିଷ୍ଟ୍ରେସନ କରି ମେଡିକାଲ ଅଫିସର ଲିଙ୍କକୁ ଯାଆନ୍ତୁ ।
- ଆବଶ୍ୟକୀୟ ବିବରଣୀ ଦେଇ ଫର୍ମ ପୂରଣ କରି ଫର୍ମକୁ ସମିଟ କରନ୍ତୁ ।
- ଶେଷରେ ଇଚ୍ଛୁକ ପ୍ରାର୍ଥୀ ପେଜ୍ ଡାଉନଲୋଡ୍ କରି ଫର୍ମର ପ୍ରିଣ୍ଟଆଉଟ୍ କାଢି ସୁରକ୍ଷିତ ଭାବରେ ରଖନ୍ତୁ ।












Click it and Unblock the Notifications